ଓଡ଼ିଆ ଯୁବକଙ୍କ ସଫଳତା: ୬୦୦ ଟଙ୍କାରେ କରୋନା ଟେଷ୍ଟିଂ କିଟ୍‌

କଟକ ଅଫିସ,୮ା୬: ଆଇଆଇଟି (ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି) ହାଇଦ୍ରାବାଦ ପକ୍ଷରୁ ଏକ କରୋନା ଟେଷ୍ଟିଂ କିଟ୍‌ ପ୍ରସ୍ତୁତ କରାଯାଇଛି। ଏହାର ମୂଲ୍ୟ ୬୦୦ ଟଙ୍କା ରହୁଥିବା ବେଳେ ୨୦ ମିନିଟ ମଧ୍ୟରେ ଏହା ଫଳାଫଳ ଦେଇପାରିବ ବୋଲି ଆଇଆଇଟି ହାଇଦ୍ରାବାଦ ପକ୍ଷରୁ ଟୁଇଟ୍‌ ମାଧ୍ୟମରେ ଦର୍ଶାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ମଧ୍ୟ ଟ୍ୟାଗ୍‌ କରାଯାଇଛି। ତେବେ ଏହି ସଫଳତା ପଛରେ ରହିଛନ୍ତି ଜଣେ ଓଡ଼ିଆ ଯୁବକ ଡ. ସୂର୍ଯ୍ୟସ୍ନାତ ତ୍ରିପାଠୀ। ପ୍ରଫେସର ଶିବ୍‌ ଗୋବିନ୍ଦ ସିଂଙ୍କ ତତ୍ତ୍ବାବଧାନରେ ଡ. ସୂର୍ଯ୍ୟସ୍ନାତ ତ୍ରିପାଠୀ ଓ ପତ୍ତା ସୁପ୍ରଜା ଉକ୍ତ କିଟ୍‌ ପ୍ରସ୍ତୁତ କରିଛନ୍ତି। ଏତେ କମ୍‌ ମୂଲ୍ୟରେ କରୋନା ଟେଷ୍ଟିଂ କିଟ୍‌ ପ୍ରସ୍ତୁତ ହେବା ପରେ ବିଭିନ୍ନ ମହଲରୁ ଏହାକୁ ସ୍ବାଗତ କରାଯାଇଛି। ସୂର୍ଯ୍ୟସ୍ନାତଙ୍କ ଘର କଟକ ବୟାଳିଶମୌଜା ଅର୍ନ୍ତଗତ ଶିଶୁଆ ଗ୍ରାମରେ। ପିତା ସନ୍ତୋଷ କୁମାର ତ୍ରିପାଠୀ ଓ ମା ଜ୍ୟୋତିର୍ମୟୀ ଦେବୀଙ୍କ ପୁଅ ସୂର୍ଯ୍ୟସ୍ନାତ ଆଇଆଇଟି ହାଇଦ୍ରାବାଦରୁ ପିଏଚ୍‌ଡି ହାସଲ କରିବା ସହ ରିସର୍ଚ୍ଚ ସ୍କଲାର ଭାବେ କାର୍ଯ୍ୟ କରୁଛନ୍ତି। ସାହିତ୍ୟରେ ରୁଚି ରଖୁଥିବା ସୂର୍ଯ୍ୟସ୍ନାତ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ସାହିତ୍ୟ ପୁରସ୍କାର ମଧ୍ୟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସରାଏ ବର୍ଷାରେ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ପାଣି

ନାଉଗାଁ,୫ା୮(ସ୍ବ.ପ୍ର.): ନାଉଗାଁ ବ୍ଲକ ଅନ୍ତର୍ଗତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୧୬ ପଞ୍ଚାୟତର ଏକ ଲକ୍ଷରୁ ଊର୍ଦ୍ଧ୍ୱ ଜନସାଧାରଣ ନିର୍ଭର କରିଥାନ୍ତି। କିନ୍ତୁ ଅସରାଏ ବର୍ଷା ହେଲେ...

କୂଅ ଚାରିପଟେ ସବୁଜ ବାଡ଼

ଢେଙ୍କାନାଳ ଅଫିସ, ୨୧।୧୧ – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦର ରେଞ୍ଜ୍‌ ମହୀଧରପୁର ମୁଣ୍ଡାଖମଣ ଅଞ୍ଚଳରେ ହାତୀ ଉପଦ୍ରବ ଚିନ୍ତାର ବିଷୟ ହୋଇଛି। ହାତୀଙ୍କ...

ପୁନଃ ନିଯୁକ୍ତି ଦାବିରେ ଚୁକ୍ତିିଭିତ୍ତିକ ନର୍ସିଂ, ଫାର୍ମାସିଷ୍ଟଙ୍କ ଧାରଣା

କଟକ ଅଫିସ, ୬।୪: ପୁନଃ ନିଯୁକ୍ତି ଦାବିରେ ଏସ୍‌ସିବିର ଚୁକ୍ତି ଭିତ୍ତିକ ନର୍ସ ଓ ଫାର୍ମାସିଷ୍ଟମାନେ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ସୋମବାର ଧାରଣାରେ ବସିଥିଲେ। ସେମାନଙ୍କ...

ପିକ୍‌ଅପ୍‌ ଦୁର୍ଘଟଣାଗ୍ରସ୍ତ: ୫୦ ଫୁଟ ତଳକୁ ଛିଟିକି ପଡ଼ିଲେ ୪ ଜଣ

ବରଗଡ଼ ଅଫିସ,୧୦ା୯: ବରଗଡ଼ ଜିଲା ଅତାବିରା ପଟୁ ସମ୍ବଲପୁର ଆଡ଼କୁ ଯାଉଥିବା ଏକ ପରିବା ବୋଝେଇ ପିକ୍‌ଅପ୍‌ (ନଂ- ଓଆର ୦୩ ଏ ୦୪୩୪) ଗୁରୁବାର...

ବୃଦ୍ଧଙ୍କ ହାତଗୋଡ଼ ଭାଙ୍ଗିଲା ପୋଲିସ: ନ୍ୟାୟ ପାଇଁ ଏସ୍‌ପିଙ୍କୁ ଗୁହାରି

ପୁରୀ ଅଫିସ,୨୫ା୯: କଣାସ ଥାନା ପୋଲିସ ଜଣେ ବୃଦ୍ଧଙ୍କୁ ନିର୍ମମ ଭାବେ ବାଡ଼େଇ ହାତ ଗୋଡ଼ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ନ୍ୟାୟ ପାଇଁ ସମ୍ପୃକ୍ତ ୮୩...

ପ୍ରଶ୍ନପତ୍ର ଲିକ୍‌, ଏଜୁକେଶନ ଅନର୍ସ ପରୀକ୍ଷା ବାତିଲ

ସମ୍ବଲପୁର,୧୪ା୭(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏଜୁକେଶନ ଅନର୍ସ ପ୍ରଶ୍ନପତ୍ର ଲିକ୍‌ ହେବା ପରେ ପରୀକ୍ଷା ବାତିଲ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଆଜି ବିଶ୍ୱବିଦ୍ୟାଳୟର +୩...

ମୌସୁମୀ ବର୍ଷାରେ ବେହାଲ ନୟାଗଡ଼ ସହର: ହଇରାଣ ହେଉଛନ୍ତି ଦୁଇସାହି ବାସିନ୍ଦା

ନୟାଗଡ଼ ଅଫିସ,୨୩ା୬- ଦୁଇଦିନ ଧରି ହୋଇଥିବା ପ୍ରାକ୍‌ ମୌସୁମୀ ବର୍ଷାରେ ବେହାଲ୍‌ ହୋଇଛି ନୟାଗଡ଼ ସହର। ବିଶେଷ କରି ରତନପୁର ଓ ଲୋକନାଥ ନଗର ବାସିନ୍ଦା...

ଦୃଷ୍ଟି ଆଢୁଆଳରେ ‘ହାଲୁଆ ଜଳ ପ୍ରପାତ’

ରାୟଗଡ଼ା ଅଫିସ , ୧୨ା୧୨-ରାୟଗଡ଼ା ଜିଲାରେ ଅନେକ ପର୍ଯ୍ୟଟନସ୍ଥଳୀ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ସେଥିମଧ୍ୟରୁ ଅନେକ ଲୋକଲୋଚନକୁ ଆସିପାରୁନାହିଁ। ପର୍ଯ୍ୟଟନସ୍ଥଳୀର ଉନ୍ନତି ନେଇ ସରକାର ଲକ୍ଷ...

Advertisement
Archives

Model This Week