ଓଡ଼ିଆ ମ୍ୟୁଜିକ୍‌ ଏକ୍ସିଲେନ୍ସି ଆୱାର୍ଡ-୨୦୧୯: ସମ୍ବର୍ଦ୍ଧିତ ହେଲେ ୨୫ ପ୍ରତିଭା

କଟକ ଅଫିସ,୧ା୧୨: ଶହୀଦ ଭବନଠାରେ ହ୍ବାଇଟ କାନଭାସ, ହେରାଲଡ ଓ ଦି ମେସେଞ୍ଜର୍ସର ମିଳିତ ଆନୁକୂଲ୍ୟରେ ରୁଚି ପ୍ରଥମ ଓଡ଼ିଆ ମ୍ୟୁଜିକ ଏକ୍ସିଲେନ୍ସି ଆୱାର୍ଡ-୧୯ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ମହମ୍ମଦ ମୋକିମ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ସଙ୍ଗୀତ ବିନା ମଣିଷର ଜୀବନ ଅଧୁରା ବୋଲି କହିଥିଲେ। ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କୁ ଏପର୍ଯ୍ୟନ୍ତ ପଦ୍ମଶ୍ରୀ ସମ୍ମାନ ନ ମିଳିବା ଦୁଃଖର ବିଷୟ ବୋଲି ମୋକିମ କହିଥିଲେ। ଆଗାମୀ ଦିନରେ ଏହି ବିଷୟକୁ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମରେ ଓଡ଼ିଆ ସଙ୍ଗୀତ ଜଗତର ୨୫ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର, ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କୁ ଚିର ସବୁଜ ଗାୟକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ଅକ୍ଷୟଙ୍କ ପୁତ୍ର ମିତ୍ରଭାନୁ ମହାନ୍ତି ଏହି ସମ୍ମାନ ଗ୍ରହଣ କରିଥିଲେ। ଏହାଛଡ଼ା ଅରୂପଲାଲ ଘୋଷଙ୍କୁ ଶ୍ରେଷ୍ଠ ସଙ୍ଗୀତ ଗୁରୁ ସମ୍ମାନ, ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କୁ କିମ୍ବଦନ୍ତୀ ଗୀତିକାର, ସୁବାସ ଦାସଙ୍କୁ କିମ୍ବଦନ୍ତୀ କଣ୍ଠଶିଳ୍ପୀ, ହ୍ୟୁମାନ ସାଗରଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର କଣ୍ଠଶିଳ୍ପୀ(ପୁରୁଷ), ଦୀପ୍ତିରେଖା ପାଢ଼ୀଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର କଣ୍ଠଶିଳ୍ପୀ(ମହିଳା), ଶଶାଙ୍କ ଶେଖରଙ୍କୁ ଶ୍ରେଷ୍ଠ ଆଲବମ୍‌ କଣ୍ଠଶିଳ୍ପୀ(ପୁରୁଷ), ଅମ୍ରିତା ନାୟକଙ୍କୁ ଶ୍ରେଷ୍ଠ ଆଲବମ କଣ୍ଠଶିଳ୍ପୀ(ମହିଳା) ଭାବେ ସମ୍ମାନିତ କରାଯାଇଛି। ସଙ୍ଗୀତ ସଂଯୋଜନା କ୍ଷେତ୍ରରେ ବାଦ୍ୟକାର ଯୁଧିଷ୍ଠିର ଦାସ ଓ ସ୍ବର୍ଗତ ରାଧାକାନ୍ତ ନନ୍ଦଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ପ୍ରେମ ଆନନ୍ଦଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ(ଚଳଚ୍ଚିତ୍ର), ଶରତ ନାୟକଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ(ଧାରାବାହିକ), ଆସାଦ ନିଜାମଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ(ଆଲବମ୍‌) ଭାବେ ସମ୍ମାନିତ କରାଯାଇଛି। ସେହିପରି ଶ୍ରେଷ୍ଠ ସାଉଣ୍ଡ ଇଂଜିନିୟର ଭାବେ ଶକ୍ତିସ୍ବ୍ବର ମହାପାତ୍ର, ଶ୍ରେଷ୍ଠ ଗୀତିକାର ଭାବେ ଅରୁଣ ମନ୍ତ୍ରୀ, ଓଲିଉଡ ଆଇକନ ଭାବେ ପଙ୍କଜ ଜାଲ ଓ ଇରା ମହାନ୍ତି, ଶ୍ରେଷ୍ଠ କଣ୍ଠଶିଳ୍ପୀ (ଆଇଟମ ସଙ୍ଗୀତ) ଭାବେ ତାରିକ ଅଜିଜ, ଶ୍ରେଷ୍ଠ ଉଦୀୟମାନ କଣ୍ଠଶିଳ୍ପୀ ଭାବେ ସ୍ବୟଂ ପ୍ରଭାସ ପାଢ଼ୀ ଓ ପ୍ରଜ୍ଞା ପ୍ରସ୍ମିତା ହୋତା, ଶ୍ରେଷ୍ଠ ବହୁମୁଖୀ ପ୍ରତିଭା ଭାବେ କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ ଓ ଅନ୍ତରା ଚକ୍ରବର୍ତ୍ତୀ, ଓଲିଉଡର ଗର୍ବ ଭାବେ କ୍ରିଷ୍ଣା ବେଉରା ସମ୍ମାନିତ ହୋଇଛନ୍ତି। ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଦିଆଯାଇଛି ଲୋକ ପସନ୍ଦ ଆୱାର୍ଡ। ଏହି ଅବସରରେ ସ୍ବର୍ଗତ ରାଧାକାନ୍ତ ନନ୍ଦଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ ପାଇଁ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରୁଚି ମସଲା ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ, ମାତୃପ୍ରସନ୍ନ ମିଶ୍ର, ରଞ୍ଜନ କୁମାର ବିଶ୍ୱାଳ, ଡ. ମନୋଜ ଦାଶ ଓ ପୀୟୂଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧ରେ ରାଜ୍ୟ କ୍ୟାବିନେଟ୍‌: ୭ରୁ ଊର୍ଦ୍ଧ୍ୱ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିବ ଅନୁମୋଦନ

ଭୁବନେଶ୍ୱର,୨୪ା୬(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜୁଲାଇ ପହିଲାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଲୋକସେବାଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…

ସବୁ ଜିଲାକୁ ଛୁଇଁଲା ମୌସୁମୀ: ଏହି ସବୁ ଜିଲାକୁ ପ୍ରବଳ ବର୍ଷା ଆଲର୍ଟ

ଭୁବନେଶ୍ୱର,୨୪ା୬(ବନ୍ଦନା ସେଠୀ): ରାଜ୍ୟର ଅବଶିଷ୍ଟ ଅଂଶକୁ ସ୍ପର୍ଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସ୍ଥିତି ଅନୁକୂଳ ଥିବାରୁ ମଙ୍ଗଳବାର ସମସ୍ତ ଜିଲାକୁ ମୌସୁମୀ ପ୍ରବେଶ କରିଥିବା ଆଞ୍ଚଳିକ…

ଝାରପଡ଼ା ଜେଲରେ ନିଶାର ଜାଲ! ଅତ୍ୟଧିକ ଡ୍ରଗ୍ସ ଖାଇ ୫ କଏଦୀ ଗୁରତର, ୩ ଆଇସିୟୁରେ

ଭୁବନେଶ୍ୱର, ୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀର ଝାରପଡ଼ା ସ୍ୱତନ୍ତ୍ର କାରାଗାର ପୁଣିଥରେ ନିଶା କାରବାରକୁ ନେଇ ଚର୍ଚ୍ଚାକୁ ଆସିଛି। ଜେଲ ଭିତରେ ଅତ୍ୟଧିକ ପରିମାଣର ଡ୍ରଗ୍ସ ସେବନ କରିଥିବା…

ରାଜଧାନୀରେ ଲଜ୍ଜା: ଏକ୍ସଟ୍ରା କ୍ଲାସ ବାହାନାରେ ଦଶମଶ୍ରେଣୀ ଛାତ୍ରୀଙ୍କୁ କୋଚିଂ ସେଣ୍ଟରରେ ବଳାତ୍କାର, ଶିକ୍ଷକଙ୍କୁ ବାନ୍ଧିଲା…

ଭୁବନେଶ୍ୱର,୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ୍ କେନ୍ଦ୍ରରେ ବଳାତ୍କାର କରାଯାଇଥିବା ଅଭିଯୋଗ ନେଇ ମହିଳା ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଏହି…

ଟୋକନ ତାଲିକାରେ ଚଞ୍ଚକତା,ପଛ ଚାଷୀଙ୍କୁ ଆଗକୁ ଆଣି ଧାନ ବିକ୍ରି! ତାତିଲେ ଚାଷୀ, ଉପଜିଲାପାଳଙ୍କ…

ଭବାନୀପାଟଣା, ୨୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ପ୍ୟାକ୍ସ ଅଧୀନ ନୂଆଗୁଡା ମଣ୍ଡିରେ ଧାନ କ୍ରୟକୁ ନେଇ ସାମ୍ନାକୁ ଆସିଛି ସଙ୍ଗିନ…

ବିଜୟଙ୍କ ସହ ବ୍ରେକଅପ୍ ଗୁଜବ ଉପରେ ତ୍ରିଶାଙ୍କ ବଡ଼ ଧମାକା! ସୋସିଆଲ ମିଡିଆରେ ଫଟୋ ସେୟାର କରି…

ମୁମ୍ୱାଇ: ଅଭିନେତ୍ରୀ ତ୍ରିଶା କୃଷ୍ଣନ, ବିଜୟଙ୍କ ସହ ତାଙ୍କର ବିଚ୍ଛେଦ ହେବା ନେଇ ଚାଲିଥିବା ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ତ୍ରିଶା ଏମିତି ଏକ ପୋଷ୍ଟ ସେୟାର…

ଲଡୁଗାଁ କେନାଲ ରାସ୍ତାରେ ଭୟାବହ ଦୁର୍ଘଟଣା: ଦୁଇ ବାଇକ୍‌ ମୁହାଁମୁହିଁ; ଜଣେ ମୃତ, ୩ ଗୁରୁତର

କୋକସରା, ୨୩।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ-ଉଛୁଲା କେନାଲ ରାସ୍ତାରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି…

ଇଥାନଲ ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ଘୋଷଣା; E20ରେ ମିଶୁଛି…

ନୂଆଦିଲ୍ଲୀ,୨୩।୬: ସୋସିଆଲ ମିଡିଆରେ ଇଥାନଲ ମିଶ୍ରିତ ପେଟ୍ରୋଲ ଅର୍ଥାତ E20 କୁ ନେଇ ଅନେକ ପ୍ରକାରର ଦାବି ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ବିବାଦକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri