ଓଏଚ୍‌ଆର୍‌ସିଙ୍କ ଦ୍ୱାରସ୍ଥ ହେଲେ ଏଏସ୍‌ଆଇଙ୍କ ସ୍ତ୍ରୀ

ଭୁବନେଶ୍ୱର,୨।୬ (ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ଓଡ଼ିଶା ପୋଲିସରେ ବହୁ ଅଧିକାରୀ କ୍ଷମତାର ଦୁରୁପଯୋଗ କରି ନିଲମ୍ବିତ ହୋଇଛନ୍ତି। ଆଉ କେତେଜଣଙ୍କ ଔଦ୍ଧତ୍ୟ ସୀମା ଟପିଛି। ତେବେ ଭୁବନେଶ୍ୱରରେ କାର୍ଯ୍ୟରତ କମିଶନରେଟ ପୋଲିସର ଜଣେ ଏଏସ୍‌ଆଇ ଓ ତାଙ୍କ ସ୍ତ୍ରୀଙ୍କୁ ନୟାଗଡ଼ ବାଣିଗୋଚ୍ଛା ଥାନା ଅଧିକାରୀ ନିସ୍ତୁକ ପିଟିବା ଏବଂ ଏଏସ୍‌ଆଇଙ୍କୁ କୋର୍ଟଚାଲାଣ କରିବା ଘଟଣା ଏବେ ଭିନ୍ନମୋଡ ନେଇଛି। ଏଏସ୍‌ଆଇ ଜଣକ ଦେଢ଼ମାସ ଧରି ଜେଲରେ ରହି ବେଲ୍‌ରେ ଆସିବା ପରେ ସୋମବାର ତାଙ୍କ ସ୍ତ୍ରୀ ନ୍ୟାୟ ପାଇଁ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଅଭିଯୋଗ ଅନୁସାରେ, ନୟାଗଡ଼ ଜିଲା ବାଣିଗୋଚ୍ଛା ଥାନା ନେଫାରୀ ଗ୍ରାମର ବୀରେନ୍‌ ମାଝି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ମୈତ୍ରୀବିହାର ଫାଣ୍ଡି ଅଧିକାରୀଭାବେ କାର୍ଯ୍ୟ କରୁଛନ୍ତି। ଏପ୍ରିଲ ୭ରେ ତାଙ୍କ ଭାଉଜଙ୍କର ହଠାତ୍‌ ମୃତ୍ୟୁ ହୋଇଥିଲା। ତେଣୁ କମିଶନରେଟ ପୋଲିସର ସମସ୍ତ ଅନୁମତି ସହ ପାସ୍‌ ନେଇ ସ୍ତ୍ରୀ ଗୀତାଞ୍ଜଳି ମଲ୍ଲିକଙ୍କ ସହ କାର (ଓଡ଼ି୨୫ଇ୦୮୧୮)ରେ ବାଣିଗୋଚ୍ଛା ଯାଉଥିଲେ। ନୟାଗଡ ତୁମୁଡ଼ିବିଡା ରାସ୍ତାରେ ଯାଞ୍ଚ କରୁଥିବା ବାଣିଗୋଚ୍ଛା ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ତାଙ୍କ ଗାଡ଼ିକୁ ଅଟକାଇଥିଲେ। ସେଠାରେ ଦଶପଲ୍ଲା ତହସିଲଦାର ମଧ୍ୟ ଉପସ୍ଥିତ ଥିଲେ। ବୀରେନ ନିଜର ପରିଚୟ ଦେବା ସହ କମିଶନରେଟ ପୋଲିସର ପାସ୍‌ ଦେଖାଇଥିଲେ। ହେଲେ ଥାନା ଅଧିକାରୀ ତାଙ୍କୁ ଗାଡ଼ି ପଛକୁ ନେଇ ଓହ୍ଲାଇବାକୁ କହିଲେ। ସେ ଗାଡିରୁ ନ ଓହ୍ଲାଇବାରୁ ଥାନାଧିକାରୀ ତାଙ୍କ ଗାଡ଼ିର ଷ୍ଟିଅରିଂ ମୋଡି ଦେଇଥିଲେ। ଫଳରେ କାର୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଏହି ସମୟରେ ଗାଡ଼ି ନିକଟରେ ଠିଆ ହୋଇଥିବା ତହସିଲଦାର ତଳେ ପଡ଼ିଯାଇଥିଲେ। ଥାନା ଅଧିକାରୀ ଏଏସ୍‌ଆଇ ବୀରେନ୍‌ଙ୍କୁ ଗାଳିଗୁଲଜ କରିବା ସହ ଧରିଥିବା ଲାଠିରେ ପିଟିଥିଲେ। ଏହାପରେ ପୋଲିସ ଗାଡିରେ ବସାଇ ତାଙ୍କୁ ଥାନାକୁ ନେଇ ଖାକି ପୋଷାକ ଖୋଲି ନିସ୍ତୁକ ପିଟିଥିଲେ। ତାଙ୍କ ସ୍ତ୍ରୀ ଏହାର ପ୍ରତିବାଦ କରିବାରୁ ଥାନାଧିକାରୀ ଜଣକ ତାଙ୍କୁ ମଧ୍ୟ ଛାଡ଼ି ନ ଥିଲେ। ଲାଠି ମାଡ଼ରେ ଏଏସ୍‌ଆଇ ଆହତ ହୋଇଥିବାବେଳେ ତାଙ୍କ ସ୍ତ୍ରୀଙ୍କ ଜଙ୍ଘ, ପିଠି, ହାତ ଫାଟି ଯାଇଥିଲା। ସେ ଦୁଇଦିନ ମେଡିକାଲରେ ଚିକିତ୍ସିତ ହୋଇଥିଲେ ବୋଲି ଗୀତାଞ୍ଜଳି କହିଛନ୍ତି। ପୂର୍ବରୁ ଘଟଣା ନେଇ ନୟାଗଡ଼ ଏସ୍‌ପି ଓ ଓପିଏ ସଂଘକୁ ଭେଟି ଜଣାଇଥିଲେ ମଧ୍ୟ କେହି ନ୍ୟାୟ ଦେଇନାହାନ୍ତି। ତାଙ୍କୁ କମିଶନ ନ୍ୟାୟ ଦେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏନେଇ ନୟାଗଡ ଏସ୍‌ଡିପିଓ ନିରଞ୍ଜନ ପାଢ଼ୀ କହିଛନ୍ତି, ମୁଁ ତଦନ୍ତ କରି ଏସ୍‌ପିଙ୍କୁ ରିପୋର୍ଟ ଦେଇଛି। ଏସ୍‌ପି ଯାହା କାର୍ଯ୍ୟାନୁଷ୍ଠାନ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଏହି…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri