ଏ କୁଳର ନା ସେ କୁଳର

ନୂଆଦିଲ୍ଲୀ,୩୧ା୩(ପି.ଟି.): ମୁଣ୍ଡ ପରେ ମୁଣ୍ଡ ନେଇଚାଲିଥିବା ଘାତକ ଭୂତାଣୁ କୋଭିଡ୍‌-୧୯ର ମୁକାବିଲା ପାଇଁ କେନ୍ଦ୍ର ସରକାର ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ସୋମବାର ଏହି ତାଲାବନ୍ଦ ଡାକରା ଷଷ୍ଠ ଦିନରେ ପହଞ୍ଚତ୍ଛି। ଦେଶର ବଡ଼ ବଡ଼ ସହରରୁ ଦାଦନ ଶ୍ରମିକଙ୍କ ଗଣପଳାୟନ ଜାରି ରହିଥିବାବେଳେ ସୋମବାର ଏକ ଅଭାବନୀୟ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୟୁପିର ବରେଲିରେ ଦାଦନ ପରିବାରମାନଙ୍କୁ ଭୂତାଣୁରହିତ କରିବା ପାଇଁ ସେମାନଙ୍କ ଉପରେ କେମିକାଲ ସ୍ପ୍ରେ କରାଯାଇଛି। ବିହାରର ନୀତୀଶ କୁମାର ସରକାର ରାଜ୍ୟକୁ ଫେରିଥିବା ଶତାଧିକ ଦାଦନ ଶ୍ରମିକଙ୍କୁ ସୀମାରେ ଅଟକାଇ ଦେଇଛନ୍ତି। କେବଳ ୟୁପି କି ବିହାର ନୁହେଁ, ଦେଶର ବିଭିନ୍ନ ରାଜ୍ୟରେ ଏପରି ଅବସ୍ଥା ଦେଖିବାକୁ ମିଳିଛି। ଶ୍ରମିକମାନେ ସହରରୁ କରୋନା ଭାଇରସ୍‌ ନେଇ ଆସିଥାଇପାରନ୍ତି ବୋଲି ସେମାନଙ୍କ ସହ ଘୃଣ୍ୟ ବ୍ୟବହାର କରାଯାଉଛି। ଫଳରେ ଦାଦନ ପରିବାର ନା ଏ କୁଳର ହେଉଛନ୍ତି ନା ସେ କୁଳର।

ଶ୍ରମିକଙ୍କ ଉପରେ କେମିକାଲ ସ୍ପ୍ରେ

ବିଭିନ୍ନ ରାଜ୍ୟରୁ ଉତ୍ତରପ୍ରଦେଶକୁ ଫେରିଥିବା ଦାଦନ ଶ୍ରମିକମାନଙ୍କ ଉପରେ ବରେଲିରେ କେମିକାଲ ସ୍ପ୍ରେ କରାଯାଇଛି। ସେମାନଙ୍କ ସହ ଏଭଳି ଘୃଣ୍ୟ ବ୍ୟବହାରର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରଶାସନର ଏହି କାର୍ଯ୍ୟକୁ ଚାରିଆଡ଼େ ସମାଲୋଚନା କରାଯିବା ପରେ ସୋମବାର ବରେଲି ଜିଲାପାଳ ଭୁଲ୍‌ ସ୍ବୀକାର କରିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହାକୁ ଅତ୍ୟନ୍ତ ଅମାନବୀୟ କାର୍ଯ୍ୟ ଭାବେ ଅଭିହିତ କରିଛି।
ସଂକ୍ରମଣର ମୁକାବିଲା ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାରୁ ଦେଶର ବିଭିନ୍ନ ସହରରୁ ଶତାଧିକ ଦାଦନ ଶ୍ରମିକ ସେମାନଙ୍କ ପରିବାର ଧରି ରବିବାର ଉତ୍ତରପ୍ରଦେଶର ବରେଲିରେ ପହଞ୍ଚତ୍ଥିଲେ। ସେଠାରେ ସ୍ଥାନୀୟ ପୌରପାଳିକା ପକ୍ଷରୁ ସେମାନଙ୍କ ଉପରେ ସୋଡିୟମ୍‌ ହାଇପୋକ୍ଲୋରାଇଟ୍‌ ସୋଲ୍ୟୁଶନ ସିଞ୍ଚନ କରାଯାଇଥିଲା। ଏହି ‘କେମିକାଲ ବାଥ୍‌’ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜିଲାପାଳ ଭୁଲ ମାନିବା ସହ ଏପରି କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରିଛନ୍ତି। ଇତିମଧ୍ୟରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହାକୁ ଟୁଇଟ୍‌ରରେ ନିନ୍ଦା କରିଛନ୍ତି। ମହାମାରୀ ବିରୋଧରେ ସାମୂହିକ ଲଢ଼େଇର ଆବଶ୍ୟକତା ଥିବାବେଳେ ଏପରି ଅମାନବୀୟ କାର୍ଯ୍ୟ ନିନ୍ଦନୀୟ ବୋଲି ସେ ସମାଲୋଚନା କରିଛନ୍ତି। ଅନ୍ୟପକ୍ଷରେ କେତେଜଣ ସ୍ଥାନୀୟ ଅଧିକାରୀ ଦାଦନଙ୍କ ଉପରେ ସ୍ପ୍ରେ କରାଯିବାକୁ ଯଥାର୍ଥ ଦର୍ଶାଇଛନ୍ତି। ସୁଇମିଂ ପୁଲ୍‌କୁ ସାନିଟାଇଜ୍‌ କରିବା ପାଇଁ ସୋଡିୟମ୍‌ ହାଇପୋକ୍ଲୋରାଇଟ୍‌ ସୋଲ୍ୟୁଶନ ସ୍ଫ୍ରେ କରାଯାଏ ବୋଲି କହିଛନ୍ତି।

କେନ୍ଦ୍ରକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

କୋଭିଡ୍‌-୧୯ ସଂକ୍ରମଣ ରୋକିବା ଲାଗି ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାବେଳେ ଦାଦନ ଶ୍ରମିକମାନଙ୍କ ଦୁର୍ଦ୍ଦଶା ସବୁଠୁ ବେଶି ବଢ଼ିଛି। ଶ୍ରମିକମାନେ ଜୀବିକା ହରାଇ ଭୟଭୀତ ହୋଇ ବଡ଼ ବଡ଼ ସହରରୁ ନିଜ ଗାଁ ଅଭିମୁଖେ ଗୋଷ୍ଠୀବଦ୍ଧ ଭାବେ ଯାତ୍ରା କରୁଛନ୍ତି। ଅଧିକାଂଶ ଶ୍ରମିକ ଶହ ଶହ କି.ମି. ବାଟ ଚାଲି ଚାଲି ଯାଉଛନ୍ତି। ସେମାନଙ୍କ ଭୟ କରୋନା ଭାଇରସ୍‌ ସମସ୍ୟାଠାରୁ ବଳିଯାଇଛି। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଶ୍ରମିକମାନଙ୍କ ଗଣପଳାୟନ ରୋକିବା ପାଇଁ କି ପଦକ୍ଷେପ ନେଇଛନ୍ତି ସେନେଇ ସୋମବାର ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଏହାସହ ମଙ୍ଗଳବାର ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି।
ଦାଦନ ଶ୍ରମିକଙ୍କ ଗଣପଳାୟନକୁ ନେଇ ସୁପ୍ରିମକୋର୍ଟରେ ଦୁଇଟି ପିଟିଶନ ଦାଏର ହୋଇଛି। ଆଇନଜୀବୀ ଅଲଖ ଆଲୋକ ଶ୍ରୀବାସ୍ତବ ଓ ରଶ୍ମି ବଂସଲ ଦାଏର କରିଥିବା ଉକ୍ତ ଆବେଦନରେ ଶ୍ରମିକମାନଙ୍କୁ ଖାଦ୍ୟ, ପାନୀୟ ଜଳ, ଔଷଧ ଓ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଦାବି ହୋଇଛି। ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଏଲ୍‌. ନାଗେଶ୍ୱର ରାଓଙ୍କୁ ନେଇ ଗଠିତ ଖଣ୍ଡପୀଠ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହାର ଶୁଣାଣି କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ସରକାର ନେଇଥିବା ପଦକ୍ଷେପକୁ ନେଇ ଅଦାଲତ ଅଧିକ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଚାହୁଁନାହାନ୍ତି। ସରକାର କି ପଦକ୍ଷେପ ନେଇଛନ୍ତି ତାହା ଆସିବା ପରେ ଯାଇ କୌଣସି ନିର୍ଦ୍ଦେଶ ଦିଆଯାଇ ପାରିବ। ମଙ୍ଗଳବାର କେନ୍ଦ୍ର ପକ୍ଷରୁ ଷ୍ଟାଟସ୍‌ ରିପୋର୍ଟ ଦାଖଲ ପରେ ଏହାର ଶୁଣାଣି କରାଯିବ ବୋଲି ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri