ଏହି ପ୍ରଶ୍ନର ଉତ୍ତର ଦେଇ ଐଶ୍ୱର୍ଯ୍ୟାଙ୍କୁ ହରାଇ ମିସ୍‌ ଇଣ୍ଡିଆ ହୋଇଥିଲେ ସୁସ୍ମିତା ସେନ୍‌

ବଲିଉଡ୍‌ର ସମସ୍ତ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ସୁସ୍ମିତା ସେନ୍‌ ଜଣେ। ଦୀର୍ଘଦିନ ଧରି ସେ ଫିଲ୍ମଠୁ ଦୂରେଇ ଯାଇ ପରିବାର ଏବଂ ପିଲାଙ୍କୁ ପୂରା ସମୟ ଦେଉଛନ୍ତି। ସୁସ୍ମିତା ୧୯ ନଭେମ୍ବରରେ ୪୪ତମ ଜନ୍ମଦିବସ ପାଳନ କରିବାକୁ ଯାଉଛନ୍ତି। ତେବେ ଏହି ଖାସ୍‌ ଦିନରେ ତାଙ୍କ ସହ ଜଡ଼ିତ ଥିବା କିଛି କଥା ଆସନ୍ତୁ ଜାଣିବା। ୧୯୯୪ ମସିହାରେ ସେ ମିସ୍‌ ଇଣ୍ଡିଆ ଟାଇଟଲ୍‌ ହାସଲ କରିଥିଲେ। ଏଥିରେ ଐଶ୍ୱର୍ଯ୍ୟା ରାୟ ମଧ୍ୟ ଭାଗ ନେଇଥିଲେ। ଏହି ପ୍ରତିଯୋଗିତା ଗୋଆରେ ଚାଲିଥିଲା। ପ୍ରତିଯୋଗିତାରେ ଦୁଇଜଣ କେହି କାହାଠୁ ଋଣା ନ ଥିଲେ। କିନ୍ତୁ ଶେଷ ରାଉଣ୍ଡରେ ସୁସ୍ମିତା ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଟାଏ ଅପ୍‌ ହୋଇଯାଇଥିଲା।

ଜଜ୍‌ ଦୁଇଜଣଙ୍କୁ ୯.୩୩ ନମ୍ବର ଦେଇଥିଲେ। ଏହା ପରେ ସର୍ତ୍ତ ଥିଲା ଦୁଇଜଣଙ୍କୁ ଗୋଟିଏ ଗୋଟିଏ ପ୍ରଶ୍ନ ପଚରାଯିବ, ଯିଏ ଏହାର ଉତ୍ତର ଭଲ ଭାବରେ ଦେଇପାରିବେ ସେ ମିସ୍‌ ଇଣ୍ଡିଆ ଟାଇଟଲ୍‌ ଗ୍ରହଣ କରିବେ। ଜଜ୍‌ ଐଶ୍ୱର୍ଯ୍ୟାଙ୍କୁ ପଚାରିଥିଲେ, ‘ଆପଣ ଆପଣଙ୍କ ସ୍ବାମୀଙ୍କଠାରେ କେଉଁ ଭଲଗୁଣ ଦେଖିବାକୁ ଚାହିଁବେ’? ରିଜ୍‌ ଫରେଷ୍ଟରଙ୍କ ପରି ବୋଲ୍ଡ୍‌ ଏବଂ ବ୍ୟୁଟିଫୁଲ୍‌ କିମ୍ବା ମୈସନ୍‌ କ୍ୟାପାବୁଲ୍‌ଙ୍କ ପରି। ଏହା ଉତ୍ତରରେ ଐଶ୍ୱର୍ଯ୍ୟା କହିଥିଲେ ମୈସନ୍‌। ସେ ବହୁତ କେୟାରିଂ। ସେ ମୋ ଚରିତ୍ର ସହ ମେଳ ଖାଇବେ। କହିରଖୁଛୁ ରିଜ୍‌ ଫରେଷ୍ଟର ଏବଂ ମୈସନ୍‌ କ୍ୟାପାବୁଲ୍‌ ଦୁଇଜଣ ହଲିଉଡ୍‌ କ୍ୟାରେକ୍ଟରଙ୍କ ନାମ ଥିଲା।

ଏହା ପରେ ସୁସ୍ମିତାଙ୍କୁ ପଚରାଯାଇଥିଲା ଆପଣଙ୍କୁ ଆପଣଙ୍କ ଦେଶର ଟେକ୍ସଟାଇଲ୍‌ ହେରିଟେଜ୍‌ ବିଷୟରେ କ’ଣ ଜଣାଅଛି? କେବେ ଆରମ୍ଭ ହୋଇଥିଲା? କ’ଣ ପିନ୍ଧିବାକୁ ପସନ୍ଦ କରିବେ? ଏହାର ଉତ୍ତରରେ ସୁସ୍ମିତା କହିଥିଲେ, ମୁଁ ଯେତିକି ଜାଣିଛି ଏହା ମହାତ୍ମାଗାନ୍ଧୀ ସମୟରେ ଆରମ୍ଭ ହୋଇଥିଲା। ଏହା ଭିତରେ ଅନେକ ଦିନ ବିତିଗଲାଣି। ମୋତେ ଭାରତୀୟ ଏବଂ ଏଥେନିକ୍‌ ପୋଷାକ ପିନ୍ଧିବାକୁ ଭଲଲାଗେ। ମୁଁ ଭାରତୀୟ ପୋଷାକ ହିଁ ପିନ୍ଧିବି। ଏହି ଉତ୍ତର ଦେଇ ସେ ମିସ୍‌ ଇଣ୍ଡିଆ ଟାଇଟଲ୍‌ ଜିତି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ବହୁତ ଭାଗ୍ୟବାନ: ନିକ୍‌

ମୁମ୍ବାଇ: ବଲିଉଡ୍‌ର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ନିଜ ଅଭିନୟ ଫଳରେ ଏବେ ହଲିଉଡ୍‌ରେ ବି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ସାରିଲେଣି ।...

୩୫ ବର୍ଷରେ ସୋନମ୍‌ କପୁର

ମୁମ୍ବାଇ,୯।୬: ବଲିଉଡ୍‌ ନାୟିକା ସୋନମ୍‌ କପୁର ମଙ୍ଗଳବାର ୩୫ ବର୍ଷରେ ପାଦ ଥାପିଛନ୍ତି। ୧୯୮୫ ଜୁନ୍‌ ୯ରେ ମୁମ୍ବାଇର ଚେମ୍ବୁରଠାରେ ସେ ଜନ୍ମ ଗ୍ରହଣ କରିଥିଲେ।...

ସୋସିଆଲ ମିଡିଆ ଛାଡିବେ ଜନ୍‌

ମୁମ୍ବାଇ: ଏବେ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଥିବାବେଳେ ଅଭିନେତା ଜନ୍‌ ଆବ୍ରାହମ୍‌ କୁଆଡେ ସୋସିଆଲ ମିଡିଆ ଛାଡିଦେବେ ବୋଲି କହିଛନ୍ତି। କାରଣ ସୋସିଆଲ...

ବିକିନ୍‌ ପିନ୍ଧିଥିବା ପ୍ରଥମ ଭାରତୀୟ ଅଭିନେତ୍ରୀ କିଏ ଥିଲେ ଜାଣନ୍ତି କି

ବଲିଉଡ ଅଭିନେତ୍ରୀ ଶର୍ମିଲା ଟାଗୋର ଆଜି ୭୬ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଡିସେମ୍ବର ୮, ୧୯୪୪ ରେ କାନପୁରରେ ଜନ୍ମଗ୍ରହଣ କରିଥିଲେ। ଶର୍ମିଲା ଟାଗୋର...

ଷ୍ଟାଇଲ୍‌ ଷ୍ଟେଟମେଣ୍ଟରେ ସବୁଠାରୁ ଆଗରେ ଦୀପିକା-ରଣବୀର

ମୁମ୍ବାଇ: ବଲିଉଡ୍‌ ନାୟିକା ଦୀପିକା ପାଦୁକୋନ ଓ ତାଙ୍କ ପତି ରଣବୀର କପୁର ବିବାହ ପରଠାରୁ ସବୁବେଳେ ଆସୁଛନ୍ତି ଚର୍ଚ୍ଚାକୁ। ଅଭିନୟ ପାଇଁ କୁହନ୍ତୁ ଅବା...

ନାରୀ କୈନ୍ଦ୍ରୀକ ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି ଦର୍ଶକେ: ଦୀପିକା ସବୁଠାରୁ ଦାମୀ ନାୟିକା

ମୁମ୍ବାଇ: ନିକଟରେ ବଲିଉଡ୍‌ ନାୟିକା ବିଦ୍ୟା ବଲାନ କହିଥିଲେ ଆଉ ସେହି ସମୟ ଦୂରରେ ନାହିଁ ଯେତେବେଳେ ନାରୀ କୈନ୍ଦ୍ରୀକ ଫିଲ୍ମ ୨ଶହରୁ ୫ଶହ କୋଟି...

‘ଶୁଭ ମଙ୍ଗଲ ଜାଦା ସାବଧାନ’ର ଟ୍ରେଲର ରିଲିଜ

ମୁମ୍ବାଇ: ଆୟୁଷ୍ମାନ ଖୁରାନାଙ୍କ ଅପ୍‌ କମିଂ ରୋମାଣ୍ଟିକ ଓ କମେଡି ଫିଲ୍ମ ‘ଶୁଭ ମଙ୍ଗଲ ଜାଦା ସାବଧାନ’ର ଟ୍ରେଲର ରିଲିଜ ହୋଇଛି। ଏହି ଟ୍ରେଲର ୨ମିନିଟ୍‌...

ସମ୍ବଲପୁରୀ ଶାଢ଼ି ପିନ୍ଧି ଏମିତି କହିଲେ ଅଭିନେତ୍ରୀ ବିଦ୍ୟା ବାଲାନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନ ଏବେ ସମ୍ବଲପୁରୀ ଶାଢ଼ି ପ୍ରେମରେ ପଡ଼ିଛନ୍ତି। ଫିଲ୍ମ ‘ଶକୁନ୍ତଳା ଦେବୀ’ର ଇ-ପ୍ରମୋଶନ ଅବସରରେ ଏକ ସ୍ବତନ୍ତ୍ର ସମ୍ବଲପୁରୀ ଶାଢ଼ି...

Play 250+ Trending Games
Archives

Model This Week

Why Dharitri