‘ଏସ୍‌ ଅଫ୍‌ ସ୍ପେସ୍‌’ ସିଜନ୍‌-୨ରେ ପ୍ରକୃତି

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଗୋଟିକ ପରେ ଗୋଟିଏ ସଫଳତାର ପାହାଚ ଚଢୁଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର ରାଜ୍ୟ ପାଇଁ ଆଉ ଏକ ଗୌରବ ଆଣିଛନ୍ତି। ଜାତୀୟ ଟେଲିଭିଜନ ଚ୍ୟାନେଲ ଏମ୍‌ ଟିଭିରେ ପ୍ରସାରିତ ରିୟଲିଟି ଶୋ’ ‘ଏସ୍‌ ଅଫ୍‌ ସ୍ପେସ୍‌’ ସିଜନ ୨ରେ ପ୍ରଥମ ଓଡ଼ିଆ ଭାବେ ସାମିଲ ହୋଇ ସଫଳତା ପାଇଛନ୍ତି। କଲର୍ସ ଚ୍ୟାନେଲର ‘ବିଗ୍‌ ବସ୍‌’ ଭଳି ଏହି ଶୋ’ ଗତ ୨୪ ତାରିଖଠାରୁ ଏମ୍‌ ଟିଭିରେ ପ୍ରସାରିତ ହେଉଛି। ଏଥିରେ ପ୍ରକୃତିଙ୍କୁ ଜଣେ ଦୃଢ ପ୍ରତିଯୋଗୀଭାବେ ଦେଖିବାକୁ ମିଳିଛି। ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଏହି ଅଭିନେତ୍ରୀ ପୂର୍ବରୁ ହିନ୍ଦୀ ଧାରାବାହିକ ‘ଜୟ କହ୍ନେୟା ଲାଲ୍‌ କି’ ଓ ‘ବିଟ୍ଟି ବିଜ୍‌ନେସ୍‌ ୱାଲି’ରେ ଅଭିନୟ କରି ନିଜ ଚମତ୍କାରିତା ଦେଖାଇଛନ୍ତି।
ଚଳିତବର୍ଷ ଏକ ନୂଆ ଥିମ୍‌କୁ ନେଇ ପ୍ରସାରିିତ ହେଉଥିବା ‘ଏସ୍‌ ଅଫ୍‌ ସ୍ପେସ୍‌’ ସିଜନ ୨କୁ ଏଥର ହୋଷ୍ଟ୍‌ କରୁଛନ୍ତି ବିଗ୍‌ ବସ୍‌ ଫେମ୍‌ ବିକାଶ ଗୁପ୍ତା। ଥିମ୍‌ ଅନୁସାରେ ଏସ୍‌ ଅଫ୍‌ ସ୍ପେସ୍‌ ଗୃହକୁ ‘ହାଭ୍‌’ ଏବଂ ‘ହାଭ୍‌ ନଟ୍‌’ ଭଳି ଦୁଇ ଭାଗରେ ବିଭକ୍ତ କରାଯାଇଛି। ସବୁଠାରୁ ବଡ଼କଥା ହେଲା ଏଥର ଶୋ’ରେ ବିଗ୍‌ ବସ୍‌ ଫେମ୍‌ ତଥା କଣ୍ଠଶିଳ୍ପୀ ଦୀପକ ଠାକୁର, ଅଷ୍ଟ୍ରେଲୀୟ ମଡେଲ୍‌ ଲୁସିଣ୍ଡା ନିକୋଲାସ୍‌, ରୋଡିଜ୍‌ ଫେମ୍‌ ବାସିର୍‌ ଅଲ୍ଲୀ, ଟେଲିଭିଜନ ଅଭିନେତ୍ରୀ କ୍ରିସନ୍‌ ବରେଟୋ, ସୋସିଆଲ୍‌ ମିଡିଆ ସେନ୍ସେସନ୍‌ ତଥା ହିଜାବୀ ବାଇକର୍‌ ରୋଶ୍ନି ମିସ୍‌ବା, ଟିକ୍‌ ଟକ୍‌ ଫେମ୍‌ ଅକ୍ଷୟ କକ୍କରଙ୍କ ଭଳି ପ୍ରତିଯୋଗୀ ଅଛନ୍ତି। ଏହି ଶୋ’ ପ୍ରକୃତିଙ୍କ ପାଇଁ ଏକ ସ୍ବପ୍ନ ଥିବାବେଳେ ତାହା ଏବେ ସତ ହୋଇଥିବା ପ୍ରକୃତି ନିଜ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି। ଏପଟେ ପ୍ରକୃତିଙ୍କୁ ବିପୁଳ ମାତ୍ରାରେ ଭୋଟ୍‌ ଦେଇ ଓଡ଼ିଶାବାସୀ ଆଗକୁ ନେବାକୁ ପ୍ରକୃତିଙ୍କ ମା’ ବିଷ୍ରୁପ୍ରିୟା ମିଶ୍ର ଅନୁରୋଧ କରିଛନ୍ତି। ଓଡ଼ିଆ ଫିଲ୍ମ ‘ହେଲୋ ଆର୍ସି’ ପାଇଁ ପ୍ରକୃତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତି ଓଡ଼ିଶାର ନାମକୁ ଜାତୀୟସ୍ତରରେ ଗୌରବାନ୍ବିତ କରିଥିଲେ। ତେବେ ‘ଏସ୍‌ ଅଫ୍‌ ସ୍ପେସ୍‌’ ଶୋ’ ନିୟମ ଅନୁଯାୟୀ ପ୍ରତିଯୋଗୀମାନେ ଦିଆଯାଇଥିବା ଟାକ୍ସକୁ ପୂରା କରିପାରୁଛନ୍ତି କି ନାହିଁ ଏବଂ ସ୍ବଳ୍ପସ୍ଥାନରେ ନିଜକୁ ସୁରକ୍ଷିତ କରି ରଖିପାରୁଛନ୍ତି ନା ନାହିଁ ତାହା ଆଗାମୀଦିନରେ ଦେଖିବାକୁ ସମସ୍ତଙ୍କର ଉତ୍କଣ୍ଠା ରହିଛି। ‘ଏସ୍‌ ଅଫ୍‌ ସ୍ପେସ୍‌’ ସିଜନ ୨ ପ୍ରତ୍ୟହ ସା ୬ଟାରେ ଏମ୍‌ ଟିଭିରେ ପ୍ରସାରିତ ହେଉଥିବାବେଳେ ଦର୍ଶକ ଏହାକୁ ଭୁଟ୍‌ ଆପ୍‌ରେ ମଧ୍ୟ ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଚାକିରି ନାଁରେ ୧.୪୭ କୋଟି ଠକେଇ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ପୋଲିସ ଚାକିରି କରାଇଦେବାକୁ କହି ବଡ ଧରଣର ଠକେଇ ହୋଇଛି। ଏଭଳି ୩୮ଜଣ ଆଶାୟୀଙ୍କଠାରୁ ମୋଟ ୧କୋଟି ୪୭ ଲକ୍ଷ ଠକିଥିବା ଅଭିଯୋଗରେ ୨ଜଣଙ୍କୁ...

ଡାକ୍ତର ସି.ବି.କେ. ମହାନ୍ତି ହେଲେ ଡିଏମ୍‌ଇଟି ନିର୍ଦ୍ଦେଶକ

ଭୁବନେଶ୍ୱର, (ବ୍ୟୁରୋ)/ କଟକ ଅଫିସ, ୫ା୧୧: ରାଜ୍ୟ ମେଡିକାଲ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ(ଡିଏମ୍‌ଇଟି) ନିର୍ଦ୍ଦେଶକ ଭାବେ ଡା ସି.ବି.କେ. ମହାନ୍ତିଙ୍କୁ ନିଯୁକ୍ତି ମିଳିଛି। ଏନେଇ...

ନବୀନ ନିବାସରୁ ରୁଦ୍ରପ୍ରତାପ ମହାରଥୀ ଟିକେଟ ଆଣିବା ପରେ ମୁହଁ ଖୋଲିଲେ ମା’

ପୁରୀ ଅଫିସ,୨୮।୩: ପିପିଲି ଉପନିର୍ବାଚନ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ରବିବାର ନବୀନ ନିବାସରୁ ଟିକେଟ ନେଇ ଫେରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ତାଙ୍କୁ ଟିକେଟ ପ୍ରଦାନ କରିଛନ୍ତି।...

ବଢୁଛନ୍ତି ରୋଗୀ, ନାହିଁ ଡାଏଲିସିସ୍‌ ମେଶିନ୍‌

ବ୍ରହ୍ମପୁର ଅଫିସ୍‌,୨ା୭-ଗଞ୍ଜାମ ଏବଂ ଏହାର ଆଖାପାଖ ଜିଲାଗୁଡ଼ିକରେ ବିଗତ କିଛି ବର୍ଷ ହେଲା କିଡ୍‌ନୀ ରୋଗୀଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି। ଦକ୍ଷିଣ ଓଡ଼ିଶାର...

ଭୁବନେଶ୍ୱରକୁ ନୂଆ ଅନ୍ତର୍ଜାତୀୟ ବିମାନ

ଭୁବନେଶ୍ୱର, ୨୫-୯(ବ୍ୟୁରୋ): ପ୍ରଥମେ ଏୟାର ଇଣ୍ଡିଆ ଓ ପରେ ଏୟାର ଏସିଆ ଭୁବନେଶ୍ୱର ବିମାନ ବନ୍ଦରରୁ ଅନ୍ତର୍ଜାତୀୟ ବିମାନ ସେବା ପ୍ରତ୍ୟାହାର କରିସାରିଲେଣି। ହେଲେ ଏବେ...

ଭୁଲ୍‌ ସିଗ୍‌ନାଲ ଯୋଗୁ ଷ୍ଟେଶନରେ ନ ରହି ଚାଲିଗଲା ଟ୍ରେନ: କାର୍ଯ୍ୟରୁ ନିଲମ୍ବିତ ହେଲେ ଷ୍ଟେଶନ ମାଷ୍ଟର

ସୁନ୍ଦରଗଡ଼,୯।୩ (ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଷ୍ଟେଶନମାଷ୍ଟରଙ୍କୁ ଦକ୍ଷିଣ-ପୂର୍ବ ରେଳପଥ କର୍ତ୍ତୃପକ୍ଷ ସୋମବାର କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଷ୍ଟେଶନ ମାଷ୍ଟର ସନ୍ତୋଷ କୁମାର ମିଶ୍ରଙ୍କ...

ଗୁପ୍ତା ପାଓ୍ବାର ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିମିଟେଡ୍‌ ଅଧ୍ୟକ୍ଷଙ୍କ ପରଲୋକ

କଟକ ରୋଡ,୨୨।୨(ଡି.ଏନ୍‌.ଏ.): ଗୁପ୍ତା ପାଓ୍ବାର ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିମିଟେଡ୍‌ ଅଧ୍ୟକ୍ଷ ଭଗତରାମ ଗୁପ୍ତାଙ୍କ ଶୁକ୍ରବାର ପରଲୋକ ଘଟିଛି। ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। କିଛିଦିନ ପୂର୍ବେ...

୪ ବର୍ଷ ପରେ ବି ହଟିଲାନି ଗ୍ରାମପଞ୍ଚାୟତ ଲେଖାଥିବା ଗେଟ

ଚମ୍ପୁଆ, ୬।୮(ଡି.ଏନ.ଏ.)- ୪ ବର୍ଷ ପରେ ବି ଚମ୍ପୁଆ ଏନଏସିର ମୁଖ ଶାଳାରେ ଥିବା ଗେଟରେ ଏବେବି ଚମ୍ପୁଆ ପଞ୍ଚାୟତ ଲେଖା ହୋଇଥିବା ଦେଖିବାକୁ ମିଳିଛି।...

Advertisement
Seven Jackpot


Archives

Model This Week