ଦିଗପହଣ୍ଡି,୧୨ା୪(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ଅଧୀନ ୨୬୭ ଅଙ୍ଗନୱାଡ଼ି କେନ୍ଦ୍ରକୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ଅଣ୍ଡା ଯୋଗାଣ କରିବାକୁ ପ୍ରଶାସନିକ ନିଷ୍ପତ୍ତିର ପୁନର୍ବିଚାର ପାଇଁ ବ୍ଲକ ଅଙ୍ଗନୱାଡ଼ି କର୍ମୀ ସଂଘ ପକ୍ଷରୁ ଦାବି କରାଯାଇଛି। ସଂଘର ସଭାନେତ୍ରୀ ବନିତା ପାତ୍ର ଓ ସମ୍ପାଦିକା ସୁଲୋଚନା ରଥଙ୍କ ନେତୃତ୍ୱରେ ବହୁ ଅଙ୍ଗନୱାଡ଼ି କର୍ମୀ ସିଡିପିଓ ଯଶୋବନ୍ତି ସାହୁଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କୁ ଆବଶ୍ୟକ ଅଣ୍ଡା ମହିଳା ଏସ୍ଏଚ୍ଜି ପକ୍ଷରୁ ବିତରଣ ନିମନ୍ତେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ପହଞ୍ଚିବା ପରେ ଏପରି ପ୍ରତିକ୍ରିୟା ପ୍ରକାଶ ପାଇଛି। ଲକ୍ଡାଉନ ସମୟରେ ଅଣ୍ଡା ଯୋଗାଣ ଆଦୌ ପ୍ରଭାବିତ ହୋଇ ନ ଥିବା ବେଳେ କ୍ରୟ ଓ ବିତରଣ କ୍ଷମତା ଅଙ୍ଗନୱାଡ଼ି କର୍ମୀଙ୍କ ଠାରୁ କାଢିନେଇ ଏସ୍ଏଚ୍ଜିକୁ ପ୍ରଦାନ କରିବା ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବ୍ଲକ ଅଙ୍ଗନୱାଡ଼ି କର୍ମୀ ସଂଘ ସଭାନେତ୍ରୀ ପି. ବିଜୟଲକ୍ଷ୍ମୀ କହିଛନ୍ତି।
ଏସ୍ଏଚ୍ଜି ଦ୍ୱାରା ଅଣ୍ଡା ଯୋଗାଣ ନିଷ୍ପତିର ପୁର୍ନବିଚାର ଦାବି: ସିଡିପିଓଙ୍କୁ ସ୍ମାରକପତ୍ର
Posted inଆମ ଜିଲା ଖବର, ଗଞ୍ଜାମ View All

ହଷ୍ଟେଲ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରୀ
ବ୍ରହ୍ମପୁର ଅଫିସ,୨୨ା୮-ବ୍ରହ୍ମପୁର ଉପକଣ୍ଠ ପାରଳା ମହାରାଜା ଇଂଞ୍ଜିନିୟରିଂ କଲେଜରେ ପୁଣି ଛାତ୍ର ଅଶାନ୍ତି ଦେଖାଦେଇଛି ା କିଛିଦିନ ପୂର୍ବେ ଛାତ୍ରାବାସ ସମସ୍ୟା ସମାଧାନ ଦାବିନେଇ ଛାତ୍ରମାନେ...

କୋଭିଡ୍ ନିୟମ ଉଲ୍ଲଘଂନ: ୫ ଦୋକାନ ସିଲ୍
କେସିଙ୍ଗା,୧୪।୬(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରର କୋଭିଡ୍ ନିୟମ ଉଲ୍ଲଘଂନ ନେଇ ୫ଟି ଦୋକାନକୁ ସୋମବାର ଏନ୍ଏସି ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ଉକ୍ତ...

ରୋଗୀଙ୍କୁ ଛାଡ଼ି ଫେରିବା ବେଳେ ମହିଳାଙ୍କୁ ପିଟିଲା ଆମ୍ବୁଲାନ୍ସ
ହିଞ୍ଜିଳିକାଟୁ,୯ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଗଣ୍ଡଳା ଗାଁରେ ଶନିବାର ଏକ ୧୦୮ ଆମ୍ବୁଲାନ୍ସ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତା ମହିଳା...

୨ ହାର୍ଡକୋର ମାଓବାଦୀ ଗିରଫ
ମାଲକାନଗିରି,୨୪।୪(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ପୋଲିସ ୨ଜଣ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି। ସେମାନେ ହେଲେ ଆଶି ରାମ(୩୮) ଓ ସନ୍ନୁ ମାଡଭି(୨୮)। ମାଓବାଦୀ...

କ୍ଷେତ୍ର ପରିଦର୍ଶନ କଲେ ପ୍ରମୁଖ ଶାସନ ସଚିବ
କେନ୍ଦୁଝର, ୨୦।୪(ସ୍ବ.ପ୍ର.) ଓଡିଶା ସରକାରଙ୍କ ଗ୍ରାମ ଉନ୍ନୟନ, ଶକ୍ତି, ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଜି.ଏସ୍.ଟି. କମିଶନର ସଞ୍ଜୟ...

ରୂପେଲିର ଚିକିଛା ଲାଗି ଟଁକା ଅଭାବ୍: ଚିନ୍ତାରେ ଗରିବ୍ ମା’ବାପ୍
ଗୁଡ଼ଭେଲା, ୧୯ା୮(ଡି.ଏନ.ଏ.): ଲୁକ୍କୁ ମାହାଲିଆ ଚିକିଛା ସେବା ଯୁଗେଇ ଦେବାର ଲାଗି କେନ୍ଦ୍ର ଆର ରାଏଜ୍ ସରକାର ଭିନେ ଭିନେ ଯୋଜନା କାଯ୍କାରୀ କରୁଛନ୍। ହେଲେ...

ବଳାତ୍କାର ଉଦ୍ୟମ ପରେ ନାବାଳିକାଙ୍କ ତଣ୍ଟି କାଟିଲେ
ଗୋପାଳପୁର,୨୮ା୧: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳରେ ଗୁରୁବାର ପୁଣି ଏକ ବର୍ବରକାଣ୍ଡ ଘଟିଛି। ଜଣେ ୭ବର୍ଷର ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ବେଳେ ପାଟି କରିବାରୁ...

ଟଙ୍କା ପାଇଁ ଭାରୋତ୍ତୋଳକ ସାଜିଲେ ଦିନମଜୁରିଆ
ମାଲକାନଗିରି,୨୪ା୧୦ (ଡି.ଏନ.ଏ.): ଦିନେ ରାଜ୍ୟ ତଥା ଜିଲା ପାଇଁ ଗୌରବ ଆଣିଥିବା ଯୁବକ ଆଜି ପାଲଟିଛନ୍ତି ଦିନ ମଜୁରିଆ । ଅର୍ଥାଭାବରୁ ତାଙ୍କ ପ୍ରତିଭା ଅନ୍ଧାରରେ...