Posted inଖେଳ

ଏସିଆ କପ୍‌ ପାଇଁ ବଢ଼ିଆ ପ୍ରସ୍ତୁତି: ଷ୍ଟିମାକ୍‌

ଭୁବନେଶ୍ୱର, ୯ା୬(ସ୍ପୋଟର୍‌ସ ବ୍ୟୁରୋ): ଶୁକ୍ରବାରଠାରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଚତୁଃରାଷ୍ଟ୍ରୀୟ ଇଣ୍ଟର କଣ୍ଟିନେଣ୍ଟାଲ କପ୍‌ ଫୁଟବଲ୍‌ ଟୁର୍ନାମେଣ୍ଟ। ଆୟୋଜକ ଭାରତ ସମେତ ଭାନୁଆଟୁ, ମଙ୍ଗୋଲିଆ ଓ ଲେବାନନ ଅଂଶଗ୍ରହଣ କରୁଛନ୍ତି। ୨୦୧୯ରେ ଉତ୍ତର କୋରିଆ ଚାମ୍ପିୟନ ହୋଇଥିଲା। ଏଥର ଆୟୋଜକ ଦଳ ଭାବେ ଭାରତ ଖେଳିବାକୁ ସୁଯୋଗ ପାଇଥିବାବେଳେ ଏସିଆନ୍‌ ଫୁଟବଲ କନ୍‌ଫେଡେରେଶନ(ଏଏଫ୍‌ସି)ରୁ ଲେବାନନ ଓ ମଙ୍ଗୋଲିଆ ଏବଂ ଓସେନିଆ ଫୁଟବଲ କନ୍‌ଫେଡେରେଶନ(ଓଏଫ୍‌ସି)ରୁ ଭାନୁଆଟୁ ପ୍ରତିନିଧିତ୍ୱ କରିବାକୁ ଯାଉଛି। ଶୁକ୍ରବାର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାନୁଆଟୁ (୧୬୪) ଓ ଲେବାନନ(୯୯) ପରସ୍ପର ସମ୍ମୁଖୀନ ହେବେ। ସନ୍ଧ୍ୟାରେ ଖେଳାଯିବାକୁ ଥିବା ପରବର୍ତ୍ତୀ ମ୍ୟାଚ୍‌ରେ ବିଶ୍ୱ ମାନ୍ୟତାର ୧୦୧ ତମ ସ୍ଥାନରେ ଥିବା ଆୟୋଜକ ଭାରତ ଅନ୍ୟତମ ଦଳ ମଙ୍ଗୋଲିଆକୁ ଭେଟିବ। ଏହି ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଗୁରୁବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭାନୁଆଟୁ ଦଳ ପହଞ୍ଚି ପାରି ନ ଥିବା ବେଳେ ଭାରତ, ମଙ୍ଗୋଲିଆ ଓ ଲେବାନନ ଦଳର ଅଧିନାୟକ ଓ କୋଚ୍‌ ଏଥିରେ ଯୋଗ ଦେଇଥିଲେ। ଭାରତ ପକ୍ଷରୁ ମୁଖ୍ୟ କୋଚ୍‌ ଇଗୋର ଷ୍ଟିମାକ୍‌ ଓ ଅଧିନାୟକ ସୁନୀଲ ଛେତ୍ରୀ ଏହି ଖବରଦାତା ସମ୍ମିଳନୀରେ ଯୋଗ ଦେଇଥିଲେ। ଭାରତୀୟ ଦଳ ୩ ସପ୍ତାହ ହେଲାଣି ଭୁବନେଶ୍ୱରରେ ରହି ଅଭ୍ୟାସ ଜାରି ରଖିଥିବା ବେଳେ ଏହି ଟୁର୍ନାମେଣ୍ଟ ଏସିଆ କପ୍‌ ପାଇଁ ଭଲ ପ୍ରସ୍ତୁତି ବୋଲି କହିଛନ୍ତି ଭାରତୀୟ କୋଚ୍‌ ଇଗୋର ଷ୍ଟିମାକ୍‌। ଭାରତ ଏହି ଟୁର୍ନାମେଣ୍ଟ ପାଇଁ କଠିନ ପରିଶ୍ରମ କରିଛି। ଏସିଆ କପ୍‌ରେ ସାମାନ୍ୟ ଶକ୍ତିଶାଳୀ ଦଳ ରହିବେ, ମାତ୍ର ଏହି ଟୁର୍ନାମେଣ୍ଟରେ ମଧ୍ୟ ସମସ୍ତ ଦଳ ବେଶ୍‌ ଶକ୍ତିଶାଳୀ ଅଛନ୍ତି ବୋଲି ଷ୍ଟିମାକ୍‌ କହିଛନ୍ତି। ଲେବାନନ ଭାରତଠାରୁ ଉଚ୍ଚ ମାନ୍ୟତାପ୍ରାପ୍ତ ଦଳ ରହିଥିବା ବେଳେ ମଙ୍ଗୋଲିଆ ଦଳରେ ଏକାଧିକ ଯୁବ ଖେଳାଳି ରହିଛନ୍ତି। ସେହିପରି ଭାରତୀୟ ଦଳର ଅଧିନାୟକ ସୁନୀଲ ଛେତ୍ରୀ ଓଡ଼ିଶାର ଆତିଥେୟତାକୁ ଭୁରି ଭୁରି ପ୍ରଶଂସା କରିଥିଲେ। ଓଡ଼ିଶାରେ ଖେଳିବାର ମଜା ନିଆରା ଓ ଏଠାକାର ଦର୍ଶକ ବେଶ୍‌ ସମର୍ଥନ କରିଥାନ୍ତି। ଭାରତୀୟ ଦଳରେ ଯୁବ ଖେଳାଳି ଓ ଅଭିଜ୍ଞତାର ଏକ ସନ୍ତୁଳନ ରହିଛି, ଯାହା ଦଳକୁ ବିଜୟୀ ହେବାରେ ସହାୟକ ହେବ ବୋଲି ସେ କହିଥିଲେ। ଏହି ଖବରଦାତା ସମ୍ମିଳନୀରେ ଲେବାନନ ଦଳର ମୁଖ୍ୟ କୋଚ ଆଲେକଜାଣ୍ଡାର ଇଲିକ୍‌, ଅଧିନାୟକ ହସନ ମାଟୌକ ଓ ମ୍ୟାନେଜର ଫୌଆଦ୍‌ ବଲ୍ହାଓ୍ବାନ ଯୋଗ ଦେଇଥିଲେ। ଭାନୁଆଟୁ ଦଳ ପହଞ୍ଚି ପାରି ନ ଥିବା ବେଳେ ମଙ୍ଗୋଲିଆ ପକ୍ଷରୁ ମୁଖ୍ୟ କୋଚ୍‌ ଇଚିରୋ ଓଟସୁକା ଓ ଅଧିନାୟକ ଖୁରେଲବାଟର ସେଣ୍ଡ ଆୟୁଷ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri