Posted inଖେଳ

ଏସିଆ ଏକାଦଶରେ କୋହଲି, ପନ୍ତ, ସାମି

ଢାକା, ୨୬।୨(ପି.ଟି.)- ବାଂଲାଦେଶ ପ୍ରତିଷ୍ଠାତା ଶେଖ୍‌ ମୁଜିବୁର ରହମନଙ୍କ ଜନ୍ମ ଶତବାର୍ଷିକୀ ଅବରସରେ ଆୟୋଜନ ହେବାକୁ ଯାଉଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଅନ୍ତର୍ଜାତୀୟ ସିରିଜରେ ଭାରତୀୟ ଅଧିନାୟକ ବିରାଟ କୋହଲି, ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଓ ଦ୍ରୁତ ବୋଲର ମହମ୍ମଦ ସାମି ଖେଳିବା ସ୍ପଷ୍ଟ ହୋଇଛି। ଏହି ସିରିଜରେ ବିଶ୍ୱ ଓ ଏସିଆ ଏକାଦଶ ପରସ୍ପରକୁ ଭେଟିବେ। ତେବେ ଏହି ୩ ଭାରତୀୟ ଖେଳାଳି ଏସିଆ ଏକାଦଶ ତରଫରୁ ପ୍ରତିନିଧିତ୍ୱ କରିବେ। କୋହଲି ଉପଲବ୍ଧ ହେଲେ ଗୋଟିଏ ମ୍ୟାଚ୍‌ ଖେଳିବେ ବୋଲି ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ତରଫରୁ କୁହାଯାଇଛି। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ କିଛି ସ୍ପଷ୍ଟ କରିନାହିଁ। ଏହି ଦୁଇଟି ମ୍ୟାଚ୍‌ ମାର୍ଚ୍ଚ ୨୧ ଓ ୨୨ ତାରିଖରେ ଖେଳାଯିବ।
ଭାରତଠାରୁ ଆମେ ୪ଜଣ ଖେଳାଳିଙ୍କ ନାମ ପାଇଛୁ ବୋଲି ବିସିବି ଅଧ୍ୟକ୍ଷ ନାଜମୁଲ ହାସନ କହିଛନ୍ତି। ଆମେ ଏ ନେଇ ଏକ ଚୁକ୍ତି କରିଛୁ। ପନ୍ତ, କୁଲଦୀପ ଯାଦବ, ଶିଖର ଧାଓ୍ବନ ଓ ସାମି ଆସିବେ ବୋଲି ଆଶା କରାଯାଉଛି। କୋହଲି ଓ ଲୋକେଶ ରାହୁଲ ଗୋଟିଏ ଲେଖାଏ ମ୍ୟାଚ୍‌ ଖେଳିବେ ବୋଲି ଭାରତ କହିଛି। ତେବେ ଏ ନେଇ କିଛି ଅନ୍ତିମ ନିଷ୍ପତ୍ତି ନିଆଯାଇନାହିଁ। ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ଯୋଗୁ କୋହଲି କେବଳ ଗୋଟିଏ ମ୍ୟାଚ୍‌ ଖେଳିବେ କୁହାଯାଇଛି। ତେବେ କୋହଲି ଏପର୍ଯ୍ୟନ୍ତ ଏ ନେଇ କିଛି ଜଣାଇନାହାନ୍ତି ବୋଲି ହାସନ କହିଛନ୍ତି। ଭାରତ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଛି ଓ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ଜାରି ରଖିଛି।
ନ୍ୟୁଜିଲାଣ୍ଡ ଗସ୍ତର ଗୋଟିଏ ସପ୍ତାହ ପରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ୩ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଦିନିକିଆ ସିରିଜ ଖେଳିବ। ଧର୍ମଶାଳାରେ ମାର୍ଚ୍ଚ ୧୨ ତାରିଖରେ ପ୍ରଥମ ଦିନିକିଆ ଖେଳାଯିବ। ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ ଯଥାକ୍ରମେ ୧୫ ଓ ୧୮ ତାରିଖରେ ଯଥାକ୍ରମେ ଲକ୍ଷ୍ନୌ ଓ କୋଲକାତାରେ ଖେଳାଯିବ। ଏହାପରେ ୨୯ ତାରିଖରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆରମ୍ଭ ହେବ। ଏହି ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ସତ୍ତ୍ୱେ ଆମେ ୪ରୁ ୫ ଜଣ ଖେଳାଳିଙ୍କୁ ପଠାଇ ପାରିବୁ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି। ଏସିଆ ଏକାଦଶରେ କୌଣସି ପାକିସ୍ତାନ ଖେଳାଳି ସାମିଲ ହୋଇନାହାନ୍ତି। ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଚାଲିଥିବାରୁ ଏ ନେଇ ସମସ୍ୟା ରହିଛି ବୋଲି ହାସନ କହିଛନ୍ତି।
ଏସିଆ ଏକାଦଶ: ଲୋକେଶ ରାହୁଲ, ଶିଖର ଧାଓ୍ବନ, ବିରାଟ କୋହଲି, ରିଷଭ ପନ୍ତ, କୁଲଦୀପ ଯାଦବ, ମହମ୍ମଦ ସାମି, ଥିସାରା ପେରେରା, ଲାସିଥ ମାଲିଙ୍ଗା, ରସିଦ ଖାନ, ମୁଜିବ ଉର ରହମାନ, ମୁସ୍ତାଫିଜୁର ରହିମ, ଲିଟନ ଦାସ, ସନ୍ଦୀପ ଲାମିଚେନ ଓ ମହମୁଦୁଲ୍ଲା
ବିଶ୍ୱ ଏକାଦଶ: ଆଲେକ୍ସ ହେଲ୍ସେ, କ୍ରିସ୍‌ ଗେଲ, ଫାଫ୍‌ ଡୁପ୍ଳେtସି, ନିକୋଲାସ ପୁରନ, ବ୍ରେଣ୍ଡନ ଟେଲର, ଜନି ବେୟାରଷ୍ଟୋ, କିରନ ପୋଲର୍ଡ, ଶେଲଡନ କଟ୍ରେଲ, ଲୁନ୍‌ଗି ଏନ୍‌ଗିଡି, ଆଣ୍ଡ୍ର୍ୟୁ ଟାଏ ଓ ମିଚେଲ ମ୍ୟାକ୍‌କ୍ଳିନଘନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri