Posted inଖେଳ

ରିଲ୍‌ରେ ବକ୍ସିଂ କୋଚ୍‌ଙ୍କ ପୁଅ ଜିତିଲେ ଏସିଆନ ଚାମ୍ପିୟନଶିପ୍‌ ରୌପ୍ୟ

ମୁମ୍ବାଇ,୨୬।୯: ଟଲିଉଡ୍‌ ଫିଲ୍ମରେ ବକ୍ସିଂ କୋଚ୍‌ ଅଭିନୟ କରିଥିବା ଆର. ମାଧବନଙ୍କ ପୁଅ ବେଦାନ୍ତ ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ଗର୍ବିତ କରିଛନ୍ତି। ବିଭିନ୍ନ ବୟସ ବର୍ଗରେ ଚାଲିଥିବା ଏସିଆନ ଚାମ୍ପିୟନଶିପରେ ବେଦାନ ରୌପ୍ୟ ପଦକ ଜିତିଛନ୍ତି। ମାଧବନଙ୍କ ପୁଅ ଓ ଅନ୍ୟ ତିନି ଜଣ ୪ ଗୁଣା ୧୦୦ ମିଟର ଫ୍ରିଷ୍ଟାଇଲ ରିଲେ ସନ୍ତରଣ ଇଭେଣ୍ଟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ‘୩ ଇଡ୍‌ଅଟ’ ଷ୍ଟାର ଇନ୍‌ଷ୍ଟାଗ୍ରାମରେ ପୁଅ ବେଦାନ୍ତ ଓ ତାଙ୍କ ଦଳୀୟ ସାଥୀଙ୍କ ଫଟୋ ଶେୟାର କରି ଏ ନେଇ ସୂଚନା ଦେଇଛନ୍ତି। ଏହାର କ୍ୟାପଶନରେ ଲେଖିଛନ୍ତି, ଭାରତ ଏସିଆନ୍‌ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ପାଇଛି। ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ବେଦାନ୍ତଙ୍କ ପ୍ରଥମ ଅଫିସିଆଲ ପଦକ ହାସଲ କରିଛନ୍ତି। ବେଦାନ୍ତ, ଉତ୍କର୍ଷ ପାଟିଲ, ସାହିଲ ଲାସ୍କର ଓ ଶୋଆନ ଗାଙ୍ଗୁଲିଙ୍କୁ ନେଇ ଗଠିନ ଭାରତୀୟ ଦଳ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଥାଇଲାଣ୍ଡ ଶୀର୍ଷ ସ୍ଥାନ ଅଧିକାର କରିଥିଲା। ଜାପାନ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାତେଇଥିଲା। ଉଲ୍ଲେଖଥାଉ କି, ସନ୍ତରଣରେ ୧୪ ବର୍ଷୀୟ ବେଦାନ୍ତଙ୍କ ରୁଚି ରହିଛି। ବହୁବାର ରାଜ୍ୟ ପକ୍ଷରୁ ପ୍ରତିନିଧିତ୍ୱ କରିସାରିଛନ୍ତି। ଏଥିନେଇ ମଧ୍ୟ ମାଧବନ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କରୋନା ସହାୟତା: ୧ ଲକ୍ଷ ଟଙ୍କା ଦେଲେ ମନୁ ଭାକର

ନୂଆଦିଲ୍ଲୀ,୩୦।୩(ପି.ଟି.): ଶୁଟିଂ ସେନସେଶନ ମନୁ ଭାକର କାରୋନା ଭାଇରସ ମୁକାବିଲା ପାଇଁ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି। ସେ ହରିୟାଣା ସରକାରଙ୍କୁ ଏହି ଅର୍ଥ...

ପିତା ହେବା ପରେ ଏହିସବୁ ଜିନିଷ ତ୍ୟାଗ କରିବେ ବିରାଟ କୋହଲି

କ୍ରିକେଟର୍‌ ବିରାଟ କୋହଲି ପିତା ହେବା ନେଇ ସୂଚନା ଦେବା ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ପିତା ହେବା ପରେ କୋହଲି କ’ଣ...

ଅଲିମ୍ପିକ୍ସ ଘୁଞ୍ଚିବା ପରେ ପ୍ରସ୍ତୁତି ପାଇଁ ସମୟ ମଳିଛି: ଇର୍ଫାନ

ମୁମ୍ବାଇ, ୧୦।୪(ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ୨୦୨୦ ଅଲିମ୍ପିକ୍‌କୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। ତେବେ ଏ ନେଇ ରେସ୍‌ ଓ୍ବାକର କେ.ଟି. ଇର୍ଫାନଙ୍କ କୌଣସି...

ଦ୍ୱିତୀୟ ଟେଷ୍ଟ: ସୁବିଧାଜନକ ସ୍ଥିତିରେ ଇଂଲଣ୍ଡ

କେପ୍‌ ଟାଉନ,୫।୧(ଏଏଫ୍‌ପି)- ଷ୍ଟୁଆର୍ଟ ବ୍ରଡ ଓ ଜେମ୍ସ ଆଣ୍ଡରସନଙ୍କ ଦମ୍‌ଦାର ବୋଲିଂ ପ୍ରଦର୍ଶନ ବଳରେ ଇଂଲଣ୍ଡ ଏଠାରେ ଚାଲିଥିବା ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ...

ସାଇକ୍ଲିଷ୍ଟ ଆଲବେନଙ୍କୁ ସ୍ବର୍ଣ୍ଣ

ବର୍ଲିନ,୨୮।୧(ପି.ଟି.): ଭାରତୀୟ ସାଇକ୍ଲିିଷ୍ଟ ଇସୋ ଆଲବେନ ବର୍ଲିନ ଟୁର୍ନାମେଣ୍ଟର ପୁରୁଷ କେଇରିନ ଇଭେଣ୍ଟର ବ୍ୟକ୍ତିଗତ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୧୮ ବର୍ଷୀୟ ସାଇକ୍ଲିିଷ୍ଟ ପୋଡିୟର...

ସ୍ତ୍ରୀ, ପୁଅଙ୍କୁ ମିସ୍‌ କରୁଛନ୍ତି ଏହି କ୍ରିକେଟର୍‌, କହିଲେ ଏମିତି କଥା

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ୍‌ ଖେଲିବା ପାଇଁ ଏବେ ୟୁଏଇ ଗସ୍ତରେ ଯାଇଛନ୍ତି। ନିକଟରେ ପିତା ହୋଇଥିବା ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ...

ପ୍ରମୋଦଙ୍କୁ କ୍ରୀଡ଼ା, ଶ୍ରୀମତୀଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର

ଭୁବନେଶ୍ୱର, ୨୯।୮(ସ୍ପୋଟର୍‌ସ ବ୍ୟୁରୋ)- ଜାତୀୟ କ୍ରୀଡ଼ା ଦିବସ ତଥା କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ ଅବସରରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଓ୍ବାର୍ନର, ତାହିରଙ୍କ ଚମକ

ଦୀର୍ଘ ୪୫ ଦିନରୁ ଅଧିକ ସମୟ ଏବଂ ୬୦ଟି ମ୍ୟାଚ୍‌ର ପରିସମାପ୍ତି ପରେ ଏକ ରୋମାଞ୍ଚକର ଫାଇନାଲରେ ୨ ରନ୍‌ରେ େନ୍ନାଇ ସୁପର କିଙ୍ଗ୍‌ସ୍‌କୁ ଚକ୍‌ମା...

Coronavirus Update


Archives

Model This Week

Why Dharitri