ଏସବୁ କାରଣ ଯୋଗୁ ପ୍ରେମ ସମ୍ପର୍କରେ ଆସିଥାଏ ତିକ୍ତତା

ପ୍ରେମରେ ମନୋମାଳିନ୍ୟ ଓ ଛୋଟ ଛୋଟ ଝଗଡ଼ା ସାଧାରଣ କଥା। ହେଲେ ଅନେକ ସମୟରେ ଏହି ଝଗଡ଼ା ସମ୍ପର୍କ ଭାଙ୍ଗିଦେଇଥାଏ। ସାମାନ୍ୟ କଥାରେ ଅଲଗା ହୋଇଯିବା ଯୋଗୁ ପ୍ରେମୀଯୁଗଳଙ୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ। ଝଗଡ଼ା ପରି ଆଉ କିଛି କାରଣ ରହିଛି ଯାହା ସମ୍ପର୍କକୁ ଭାଙ୍ଗିଦେଇଥାଏ। ଜାଣନ୍ତୁ ସେ ସମ୍ପର୍କରେ।

ଅନ୍ୟ ସ୍ଥାନକୁ ଯିବା ମାତ୍ରେ ସାଥୀକୁ ଭୁଲିଯିବା: କେତେଜଣ ଲୋକ ଏପରି ଅଛନ୍ତି ଯେଉଁମାନେ ଖାଲି ସମୟରେ ବୁଲିଯିବାକୁ ପସନ୍ଦ କରୁଥିଲେ ହେଁ ନିଜର ସାଥୀଙ୍କୁ ପୂରା ଭୁଲିଯାଆନ୍ତି। ମାତ୍ର ପ୍ରେମରେ ଥିବା ବେଳେ ଅନ୍ୟ ସ୍ଥାନକୁ ଯାଇ ନିଜର ପାର୍ଟନରଙ୍କୁ ଭୁଲିଯାଆନ୍ତୁ ନାହିଁ। କାରଣ ଏହି ଅଭ୍ୟାସ ଆପଣଙ୍କ ସାଥୀ ସହ ଗଢ଼ି ଉଠିଥିବା ପ୍ରେମ ସମ୍ପର୍କକୁ ଭାଙ୍ଗିଦିଏ।

ବ୍ୟସ୍ତତା: ନିଜ କାମକୁ ନେଇ ବ୍ୟସ୍ତ ରହିବା ସ୍ବାଭାବିକ କଥା। ନିଜ କାମକୁ ପ୍ରାଥମିକତା ଦେବା ଜରୁରୀ ହୋଇଥାଏ। ମାତ୍ର ବେଳେବେଳେ ଆବଶ୍ୟକତାଠାରୁ ଆପଣଙ୍କ ଅଧିକ ବ୍ୟସ୍ତତା ପ୍ରେମ ସମ୍ପର୍କରେ ମନୋମାଳିନ୍ୟ ସୃଷ୍ଟି କରିଥାଏ, ଯାହା ସମ୍ପର୍କ ଭାଙ୍ଗିବାର କାରଣ ପାଲଟେ।

ମେସେଜର ଉତ୍ତର ନ ଦେବା: ଆଜିକାଲିର ଇଣ୍ଟରନେଟ୍‌ ଯୁଗରେ ଅନ୍‌ଲାଇନ୍‌ ଥାଇ ମଧ୍ୟ ପାର୍ଟନରଙ୍କ ମେସେଜ୍‌କୁ ଦେଖି ଅଣଦେଖା କରିବା ଅଥବା କୌଣସି ମେସେଜ ନ ଦେବା ସମ୍ପର୍କରେ ତିକ୍ତତା ଆସିବାର ଅନ୍ୟତମ ପ୍ରମୁଖ କାରଣ।

ଗୁରୁତ୍ୱ: ଏପରି କେତେଜଣ ପାର୍ଟନର ଅଛନ୍ତି ଯେଉଁମାନେ ପାର୍ଟନରଙ୍କ କଥାକୁ ଗୁରୁତ୍ୱ ଦେଇ ନ ଥାନ୍ତି । ସେହି ପରିସ୍ଥିତିରେ ସମ୍ପର୍କରେ ତିକ୍ତତା ଆସିବା ସହ ଭାଙ୍ଗିଯିବା ସହଜ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟୋପରାଗ: ଗର୍ଭବତୀ ଏହିସବୁ ଦିଗ ପ୍ରତି ଦିଅନ୍ତୁ ଦୃଷ୍ଟି

୨୬ ତାରିଖ ସକାଳେ ଏକ ବିରଳ ସୂର୍ଯ୍ୟୋପରାଗ ସଂଘଠିତ ହେବ। ଏହା ଦକ୍ଷିଣ-ଭାରତର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବେ ଦେଖାଯିବାକୁ ଥିବାବେଳେ ଓଡ଼ିଶାରେ ଆଂଶିକ ଭାବେ...

ଅଏଲି ସ୍କିନ୍‌ ହୋଇଥିଲେ..

ବର୍ଷାଦିନେ ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି କାରଣରୁ ତ୍ୱଚା ଅଧିକ ଅଏଲି ହୋଇଯାଏ। ତେଣୁ ଏହି ଋତୁରେ ଠିକ୍‌ଭାବେ ତ୍ୱଚାର ଯତ୍ନ ନିଅନ୍ତୁ। ଦିନକୁ ଅତିକମ୍‌ରେ ଦୁଇଥର...

ମା’ଓ ଶିଶୁର ପୋଷଣ

ସୁସ୍ଥ ମା’ ପେଟରୁ ଜନ୍ମ ନିଏ ସୁସ୍ଥ ସମାଜ। ଏଇଠୁ ଅଙ୍କୁରିତ ହୁଏ ସୃଷ୍ଟିର ପ୍ରଥମ ମୂଳଦୁଆ। ଯେକୌଣସି ଦେଶର ଭବିଷ୍ୟତ ନିର୍ଭର କରେ ମା’...

କୋଇଲା ଆଞ୍ଚରୁ ପ୍ରସ୍ତୁତ ଖାଦ୍ୟ ହୃଦ୍‌ରୋଗ ଆଶଙ୍କା ବଢାଏ

ଭୋଜନ ପ୍ରସ୍ତୁତ ନିମନ୍ତେ ଦୀର୍ଘ ସମୟ ପର୍ଯ୍ୟନ୍ତ କୋଇଲାର ବ୍ୟବହାର ଯୋଗୁ ହୃଦ୍‌ରୋଗ ସମ୍ବନ୍ଧୀୟ ସମସ୍ୟାରେ ମୃତ୍ୟୁ ଆଶଙ୍କା ବଢ଼ିଥାଏ। ଏକ ନୂତନ ଗବେଷଣାରୁ ଏହା...

ପେଟ ରୋଗରୁ ଦୂରେଇ ରହିବା ପାଇଁ ସପ୍ତାହରେ ଥରେ ନଖ ଉଷୁମ ପାଣିରେ ମିଶାଇ ଖାଆନ୍ତୁ ଏହାକୁ…

ଶରୀରକୁ ସୁସ୍ଥ ରଖିବା ପାଇଁ ପାକସ୍ଥଳୀରେ ଥିବା ଏସିଡ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେବେ ବେଳେବେଳେ କୌଣସି କାରଣରୁ ଏହା ସ୍ବାଭାବିକ ଭାବେ...

ଗୁଡ଼ ବି ବଢ଼ାଏ ସୌନ୍ଦର୍ଯ୍ୟ: କିଭଳି ଜାଣନ୍ତୁ

ଚିନି ବଦଳରେ ଗୁଡ଼ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଏପରିକି କିଛି ଲୋକ ଗୁଡ଼କୁ ପସନ୍ଦ କରିଥାନ୍ତି। ତେବେ କେବଳ ଯେ ସ୍ବାସ୍ଥ୍ୟ ତାହା ନୁହେଁ,...

୧୦ବର୍ଷ ପୂର୍ବରୁ ଜାଣିହେବ କ୍ୟାନ୍‌ସର

ଚିକିତ୍ସା ବିଜ୍ଞାନରେ କ୍ୟାନ୍‌ସର ହେଉଛି ଚିନ୍ତାର କାରଣ ସାଜିଥିବା ଅନ୍ୟତମ ପ୍ରମୁଖ ରୋଗ । ପ୍ରାରମ୍ଭିକ ଅବସ୍ଥାରେ ଏହାକୁ ନିରୂପଣ କରି ଯଦି ଠିକ୍‌ ଚିକିତ୍ସା...

ସନ୍ତୁଳିତ ସୁଗାର ଦୂର କରେ ଷ୍ଟ୍ରୋକ୍‌ ଆଶଙ୍କା

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟି ଗଲାଣି। ହେଲେ ଏହାଦ୍ୱାରା ଆକ୍ରାନ୍ତ ବ୍ୟକ୍ତି ନିଜର ଖାଦ୍ୟପେୟ ପ୍ରତି ସତର୍କତା ଅବଲମ୍ବନ କରିବା ସହ...

Advertisement


Archives

Model This Week