Posted inଜାତୀୟ

ଏମ୍‌ପିରେ ଅପରେଶନ୍‌ ଲୋଟସ୍‌: ସିନ୍ଧିଆଙ୍କୁ ବାଡ଼ ଡିଆଁଇବା ପାଇଁ ଭାଜପାର ଉଦ୍ୟମ ଜାରି !

ଭୋପାଳ,୧୦।୩: ମଧ୍ୟପ୍ରଦେଶରେ ମୁଖ୍ୟ କମଲନାଥଙ୍କ ସରକାର ଉପରେ ସଙ୍କଟ ଘନେଇ ଆସୁଛି। କଂଗ୍ରେସରେ ଲାଗି ରହିଥିବା କନ୍ଦଳରୁ ଭାଜପା ଫାଇଦା ମାରିବାର ଉଦ୍ୟମ କରୁଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। କଂଗ୍ରେସର ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ୍‌ ପରେ ରାଜ୍ୟର ରାଜନୈତିକ ସମୀକରଣରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ଥିବା ନେଇ ଚର୍ଚ୍ଚା ହେଉଛି। ସିନ୍ଧିଆଙ୍କୁ ବାଡ଼ ଡିଆଁଇବା ପାଇଁ ଭାଜପାର ପ୍ରୟାସ ଜାରି ରଖିଛି। ସିନ୍ଧିଆଙ୍କୁ କେନ୍ଦ୍ରୀୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେବାକୁ ଭାଜପା ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବା ମଧ୍ୟ କୁହାଯାଉଛି। ତେବେ କଂଗ୍ରେସ ହାଇ କମାଣ୍ଡ ଅସନ୍ତୁଷ୍ଟ ସିନ୍ଧିଆଙ୍କୁ ବୁଝାଇବା ଉଦ୍ୟମ ଅବ୍ୟାହତ ରହିଛି। ତାଙ୍କୁ ମଧ୍ୟପ୍ରଦେଶରୁ କଂଗ୍ରେସର ପ୍ରଥମ ପସନ୍ଦ ପ୍ରାର୍ଥୀ ଭାବେ ରାଜ୍ୟ ସଭାକୁ ପଠାଇବା ଲାଗି ହାଇକମାଣ୍ଡ ଚିନ୍ତା କରୁଛନ୍ତି। ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ବିଧାନସଭାରେ ୨୩୦ ବିଧାୟକଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ପରେ ଏବେ ସଦସ୍ୟ ସଂଖ୍ୟା ୨୨୮ ରହିଛି। ସିନ୍ଧିଆଙ୍କୁ ସମର୍ଥନ କରୁଥିବା ୨୦ କଂଗ୍ରେସ ବିଧାୟକଙ୍କ ଇସ୍ତଫା ମଞ୍ଜୁର ହେଲେ ରାଜ୍ୟ ବିଧାନସଭାରେ ବିଧାୟକଙ୍କ ସଂଖ୍ୟା ୨୦୮ରେ ପହଞ୍ଚିବ। ସେହିପରି କଂଗ୍ରେସ ଦଳ ୧୦୧ ସଦସ୍ୟଙ୍କ ମଧ୍ୟରେ ସୀମିତ ରହିବାର ସମ୍ଭାବନା ଦେଖାଦେଇଛି। ଏଭଳିସ୍ଥଳେ ଭାଜପା ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବ। ସମ୍ପ୍ରତି ଭାଜପା ପାଖରେ ୧୦୭ ବିଧାୟକ ରହିଛନ୍ତି। ସରକାର ଗଠନ ପାଇଁ ଆବଶ୍ୟକ ୧୦୫ ମ୍ୟାଜିକ୍‌ ନମ୍ବର ଭାଜପା ସହଜରେ ହାସଲ କରିପାରିବ। ଏଭଳି କାମ କରିଥିବା ଯୋଗୁ ଭାଜପାରେ ଜ୍ୟୋତିରାଦିତ୍ୟଙ୍କୁ ସମ୍ମାନ ମିଳିବା ସହିତ ରାଜ୍ୟ ସଭାରୁ ପ୍ରାର୍ଥୀ କରାଯାଇ ମନ୍ତ୍ରୀପଦ ମଧ୍ୟ ମିଳିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ସମର୍ଥନରେ ସେଲିବ୍ରିଟି

ନୂଆଦିଲ୍ଲୀ, ୩ା୨: ନୂତନ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ୨ ମାସ ହେଲା କୃଷକମାନେ ଆନ୍ଦୋଳନ ଚଳାଇଛନ୍ତି। ବର୍ତ୍ତମାନ ଆନ୍ଦୋଳନ ସମର୍ଥନରେ ବାହାରିଛନ୍ତି ଆମେରିକା...

କଂଗ୍ରେସରୁ ଟିକେଟ୍‌ ପାଇଲେ ଉନ୍ନାଓ ପୀଡ଼ିତାଙ୍କ ମା’

ଲକ୍ଷ୍ନୌ,୧୩।୧: ଆସନ୍ତା ମାସରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି ଗୁରୁବାର କଂଗ୍ରେସ ପକ୍ଷରୁ ୧୨୫ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହି ପ୍ରାର୍ଥୀଙ୍କ ମଧ୍ୟରେ...

୩ହଜାରରୁ ୧୦ ହଜାର ଟଙ୍କା ହେଲା ଆଶା କର୍ମୀଙ୍କ ପାରିଶ୍ରମିକ

ଅମରାବତୀ,୩।୬: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଓ୍ବାଇଏସ୍‌ ଜଗନ ମୋନହ ରେଡ୍ଡି ପ୍ରଥମ ପର୍ଯ୍ୟାୟରେ ଆଶା କର୍ମୀଙ୍କୁ ଦେଇଛନ୍ତି ଆଶନୁରୂପ...

ପୀଡ଼ିତାଙ୍କ ସଂଘର୍ଷ ସରିନି

ମୁଜାଫରନଗର,୨ା୬: ୨୦୧୩ରେ ଉତ୍ତର ପ୍ରଦେଶର ମୁଜାଫରନଗର ଦଙ୍ଗାବେଳେ ଜଣେ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ୩ ସପ୍ତାହ ତଳେ ୨ ଜଣଙ୍କୁ ୨୦ ବର୍ଷ ଜେଲ...

ନୂଆ ଦଳ ଗଢ଼ିବେ ଏକନାଥ: ରଖିବେ ଏହି ନାମ

ମୁମ୍ବାଇ,୨୫।୬: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ବର୍ତ୍ତମାନ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ନିଜର ନୂଆ ଦଳ ଗଠନ କରିବାକୁ ଉଦ୍ୟମ ଚଳାଇଛନ୍ତି। କୁହାଯାଉଛି,...

ବର୍ଷକରେ ୨୩୦ କେ.ଜି. ସୁନା ଚାଲାଣ

ଥିରୁଭାନନ୍ତପୁରମ,୨୦ା୭: କେରଳ ସୁନା ଚାଲାଣ ମାମଲାରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଛି। ଏହାର ତଦନ୍ତ ବେଳେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ହାତରେ ଲାଗିଛି...

‘ତଲଓ୍ବାର୍‌ ଦେଖାଇ ଭାଜପା ନେତାଙ୍କୁ ଟିଏମ୍‌ସିରେ କରାଯାଉଛି ସାମିଲ’

ଇନ୍ଦୋର,୩।୧୧: ପଶ୍ଚିମବଙ୍ଗ ସରକାର ବିରୋଧୀଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ଭାରତୀୟ ଜନତା ପାର୍ଟି ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗିୟ। ସେ କହିଛନ୍ତ,...

କୃଷି ଆଇନ: ରିପୋର୍ଟ ଦାଖଲ କଲା ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ,୧।୪(ଆଇଏଏନ୍‌ଏସ୍‌): ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ୩ ଜଣିଆ ବିଶେଷଜ୍ଞ କମିଟି କେନ୍ଦ୍ରର ବିବାଦୀୟ କୃଷି ଆଇନ ଉପରେ ବୁଧବାର ସର୍ବୋଚ୍ଚ ଅଦାଲତରେ ରିପୋର୍ଟ ଦାଖଲ କରିଛି।...

Advertisement
Archives

Model This Week