Advertisement

ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାର୍ଯ୍ୟ, ଆମ ଗାଁ ଆମ ବିକାଶ ଯୋଜନାରେ ବିଲ୍‌

ନାଉଗାଁ,୧୬।୯(ସ୍ବ.ପ୍ର.): ଏମ୍‌ଜିଏନଆରଇଜିଏସ୍‌ରେ ହେଉଛି କାର୍ଯ୍ୟ, କିନ୍ତୁ ଆମ ଗାଁ ଆମ ବିକାଶ ଯୋଜନାରେ ବିଲ୍‌ କରାଇନେବାକୁ ଚାଲିଛି ଯୋଜନା। ଏଭଳି ଘଟଣା ଦେଖିବାକୁ ମିଳିଛି ନାଉଗାଁ ବ୍ଲକ ବାଂଶ ପଞ୍ଚାୟତରେ। ଏହି ପଞ୍ଚାୟତରେ ୨୦୧୮-୧୯ ଆର୍ଥିକ ବର୍ଷରେ ଏମ୍‌ଜିଏନଆରଇଜିଏସ୍‌ ମାଧ୍ୟମରେ ଚାନ୍ଦପୁରାର ଗୋଚ୍ଛାୟତସାହି ପୋଖରୀ ପୁନଃରୁଦ୍ଧାର ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ଏହାର କୋର୍ଡ ନଂ. ଥିଲା ୨୪୧ଜି୦୦୪୦୧୫/ଡବ୍ଲ୍ୟୁଏଚ/୩୦୯୭୮୧୨। ଏହି ଯୋଜନାରେ ଜୁଲାଇ ୨୦୧୮ ରେ ଉକ୍ତ ପୋଖରୀ ଖନନ ଆରମ୍ଭ ହୋଇଥିଲା। ନିୟମ ଅନୁଯାୟୀ, ଜବ୍‌କାର୍ଡଧାରୀଙ୍କ ଦ୍ୱାରା କାର୍ଯ୍ୟ ହେବା କଥା। କିନ୍ତୁ ପୋଖରୀ ଖୋଳୁଥିବା ଠିକାଦାର ମେଶିନ ଯୋଗେ କାର୍ଯ୍ୟ କରି ବିଲ୍‌ କରିନେବାକୁ ଉଦ୍ୟମ କରିଥିଲେ। ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଉ ବିଲ୍‌ ହୋଇପାରି ନ ଥିଲା। ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୨ ଜାନୁୟାରୀ ୨୦୧୯ରେ ଆମ ଗାଁ ଆମ ବିକାଶ ଯୋଜନା ଉଦ୍‌ଘାଟିତ ହେଲା। ଏହି ଯୋଜନାରେ ନାଉଗାଁ ବ୍ଲକର ୧୬ ପଞ୍ଚାୟତକୁ ୨୫ ଲକ୍ଷ ହିସାବରେ ୪ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଗଲା। ନିୟମ ଅନୁଯାୟୀ, ଏହି ଯୋଜନାରେ ପ୍ରକଳ୍ପ ନିର୍ମାଣ ପୂର୍ବରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ, ସମ୍ପୃକ୍ତ ଯନ୍ତ୍ରୀ ଓ ପଞ୍ଚାୟତ ପ୍ରତିନିଧିଙ୍କ ସହିତ ପ୍ରକଳ୍ପ ଆରମ୍ଭର ଫଟୋ ପ୍ରଦାନ କରାଯିବ। ଏଥିସହ କାମ ଆରମ୍ଭ ପୂର୍ବରୁ ସୂଚନା ଫଳକରେ ସବିଶେଷ ତଥ୍ୟ ଦିଆଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅଗଷ୍ଟ ୨୦୧୯ରେ କୌଣସି ଗୋଟିଏ ବି ପଞ୍ଚାୟତରେ ଏହି ଯୋଜନା କାର୍ଯ୍ୟକାରୀ ହୋଇ ନ ଥିଲା। ବିଭିନ୍ନ ପ୍ରକଳ୍ପ ପାଇଁ ଲେଆଉଟ୍‌ ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବିଡିଓ ରଶ୍ମିରେଖା ମଲିକ ପ୍ରକାଶ କରିଥିଲେ। କିନ୍ତୁ ବାଂଶ ପଞ୍ଚାୟତର ଗୋଚ୍ଛାୟତ ସାହି ପୋଖରୀକୁ ଆମ ଗାଁ, ଆମ ବିକାଶ ଯୋଜନାରେ ସାମିଲ କରାଯାଇଛି। ଏନେଇ ସୂଚନା ଫଳକରେ ଦର୍ଶାଯାଇଥିବା ତଥ୍ୟ ଅନୁସାରେ, ଏହାର କାର୍ଯ୍ୟ ଆରମ୍ଭ ତାରିଖ ୨ ମାର୍ଚ୍ଚ ୨୦୧୯ ଓ ଶେଷ ତାରିଖ ୨ ମେ ୨୦୧୯ ରଖାଯାଇଛି। ସେହିପରି ବ୍ୟୟ ଅଟକଳ ମୂଲ୍ୟ ୩ ଲକ୍ଷ ଟଙ୍କା ଓ କାର୍ଯ୍ୟ ନିର୍ବାହୀ ସଂସ୍ଥା ପଞ୍ଚାୟତ ସମିତି ବୋଲି ଦର୍ଶାଯାଇଛି। କିନ୍ତୁ ଏ ବିଷୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ କିମ୍ବା ଯନ୍ତ୍ରୀ ଜାଣି ନ ଥିବା କହିଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ଅଗୋଚରରେ କିପରି ଆମ ଗାଁ ଆମ ବିକାଶ ଯୋଜନାର ଫଳକ ଲଗାଇ ୩ ଲକ୍ଷ ଟଙ୍କା ବିଲ୍‌ କରିନେବାକୁ ଉଦ୍ୟମ ଚାଲିଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ସରକାରୀ ନିୟମକୁ ଖୋଲା ଉଲ୍ଲଂଘନ କରୁଥିବା ବେଳେ କେବଳ ପୋଖରୀ ହୁଡ଼ା ଗୋଟିଏ ଦିନ ସଫା କରି ପ୍ରକଳ୍ପ କାର୍ଯ୍ୟ ଶେଷ କରାଯାଇଛି। ଏ ସମ୍ପର୍କରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୀତାଂଶୁ ବିଶ୍ୱାଳଙ୍କୁ ପଚାରିବାରେ ସେ କହିଲେ ଯେ, କାର୍ଯ୍ୟ କେବେ ହୋଇଛି, କିଏ କରିଛି ତାହା ସେ ଜାଣି ନାହାନ୍ତି। ସେହିପରି ଯନ୍ତ୍ରୀ ଶାରଦା ପ୍ରସାଦ ସ୍ବାଇଁ କହିଛନ୍ତି ଯେ, ସୂଚନା ଫଳକ କି କାର୍ଯ୍ୟ ବିଷୟରେ ସେ ଜାଣନ୍ତି ନାହିଁ। ଉକ୍ତ କାର୍ଯ୍ୟ କିଏ କରୁଛି ତାହା ମଧ୍ୟ ସେ ଅବଗତ ନାହାନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାୟ ପାଇଁ ଟ୍ରଲିରେ ବୁହା ହେଲେ ୮୦ ବର୍ଷର ବୃଦ୍ଧା

କେନ୍ଦ୍ରାପଡ଼ା ଅଫିସ, ୧ା୧୧:ନ୍ୟାୟ ପାଇଁ ୮୦ ବର୍ଷର ବୃଦ୍ଧା ମାଆଙ୍କୁ ଟ୍ରଲିରେ ବୋହି ଜିଲାପାଳଙ୍କ କାର୍ଯ୍ୟାଳୟକୁ ନିଆଯାଇଛି। ପରିବାରର ସମସ୍ତ ଲୋକ ମାଆଙ୍କୁ କାର୍ଯ୍ୟାଳୟ ସମ୍ମୁଖରେ...

ସ୍ତ୍ରୀଙ୍କୁ ପଚରାଉଚରା କଲା ପୋଲିସ

କଟକ ଅଫିସ,୭ା୯: କଟକ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ(୪୯)ଙ୍କ ମୃତ୍ୟୁ ଘଟଣାରେ ତାଙ୍କ ସ୍ତ୍ରୀ ଅପରିଜିତାଙ୍କୁ ମଙ୍ଗଳବାର ମର୍କତନଗର ଥାନା ପୋଲିସ...

ଓଲଟିଲା ଗୋରୁ ବୋଝେଇ ଟ୍ରକ୍‌: ୧୪ ମୃତ, ୧୦ ଗୁରୁତର

ଭୋଗରାଇ, ୧୬।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱର ବର୍ଡର ରାସ୍ତାର ମହାନ୍ତି ଛକଠାରେ ସୋମବାର ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ ଗୋରୁ ବୋଝେଇ ଟ୍ରକ୍‌...

ସମ୍ବର ମାଂସ ଭାଗ କଲା ବେଳେ ଧରାପଡ଼ିଲେ ଶିକାରୀ

ଉଦଳା,୧୩।୨: ମୟୂରଭଞ୍ଜ ଜିଲା ଉଦଳା ବନ ବିଭାଗ ବନାଞ୍ଚଳ ଅଧୀନ ଅଙ୍ଗାରପଡ଼ା ଗ୍ରାମରେ ଚଢ଼ାଉ କରି ସମ୍ବର ମାଂସ ଜବତ କରିଛି। ଏପରି କି ଅଧିକାରୀମାନେ...

ମହାନଦୀ ମଝିପଠାରେ ହାତୀପଲ, ଦେଖିବା ଲାଗି ଜମୁଛି ଲୋକଙ୍କ ଭିଡ଼

ନରାଜ,୧୭ା୯(ଡି.ଏନ.ଏ)- ମୁଣ୍ଡଳି ନିକଟସ୍ଥ ମହାନଦୀ ପଠାରେ ସୋମବାର ବିଳମ୍ବିତ ରାତିରେ ଏକ ହାତୀପଲ ଆସି ଅଟକି ଯାଇଥିବା ଦେଖାଯାଇଛି। ଏହି ହାତୀପଲରେ ୧୧ଗୋଟି ହାତୀ ଥିବାବେଳେ...

ଆଇକାର୍ଡ଼ା ପକ୍ଷରୁ କ୍ଷେତ୍ର ପରିଦର୍ଶନ

ବାଲେଶ୍ୱର ଅଫିସ,୨୯।୨- ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ଏବଂ ଅନ୍ତରାଷ୍ଟ୍ରୀୟ ଶୁଷ୍କାଞ୍ଚଳ କୃଷି ଗବେଷଣା ସଂସ୍ଥା(ଆଇକାର୍ଡ଼ା) ନୂଆଦିଲ୍ଲୀ...

ପିଇବା ପାଣି ପାଇଁ ଡହଳବିକଳ ଚିରିକିପଡ଼ାବାସୀ

ବୁଗୁଡ଼ା,୬ା୧୨(ଡି.ଏନ.ଏ.): ଗ୍ରାମାଞ୍ଚଳରେ ଲୋକଙ୍କୁ ପିଇବା ପାଣି ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ସରକାରଙ୍କ ବସୁଧା ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ରକ୍ଷଣା...

ବାପ, ମା’ଙ୍କୁ ଆକ୍ରମଣ, ପୁଅ ଗିରଫ

ବ୍ରହ୍ମପୁର ଅଫିସ,୨୨ା୯-ବୃଦ୍ଧ ବାପ ଓ ମା’ଙ୍କୁ ଆକ୍ରମଣ କରିବା ସହ ତାଙ୍କ ପେନସନ ଟଙ୍କା ହଡପ ଅଭିଯୋଗରେ ସଦର ଥାନା ପୋଲିସ ପୁଅ ଶାନ୍ତନୁ କୁମାର...

Advertisement
Archives

Model This Week