ଏମ୍‌କେସିଜିରେ ନୋଡାଲ ଅଫିସର ପ୍ରଦୀପ୍ତ ମହାପାତ୍ର: ନିରାମୟ, ନିଦାନରେ ଅବ୍ୟବସ୍ଥା ଦେଖି ହେଲେ କ୍ଷୁବ୍ଧ

ବ୍ରହ୍ମପୁର ଅଫିସ୍‌,୨୮ା୧୧- ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଗୁରୁବାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ପରିଦର୍ଶନରେ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୩୦ତାରିଖରେ ବରିଷ୍ଠ ଅଧିକାରୀ ମହାପାତ୍ରଙ୍କୁ ଏମ୍‌କେସିଜିର ନୋଡ଼ାଲ୍‌ ଅଫିସର ଭାବେ ନିଯୁକ୍ତି ଦେବା ପରେ ଏହା ଥିଲା ତାଙ୍କର ପ୍ରଥମ ଗସ୍ତ। ଏହି ଅବସରରେ ସେ ମେଡ଼ିକାଲ୍‌ କର୍ତ୍ତୃପକ୍ଷ ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ଚିକିତ୍ସା ସୁବିଧା ସମ୍ପର୍କରେ ଆଲୋଚନା କରିବା ସହ ବିଭିନ୍ନ ୱାର୍ଡ ଗସ୍ତ କରିଥିଲେ। ରୋଗୀମାନଙ୍କ ସହ କଥା ହୋଇଥିଲେ । ତେବେ ଚିକିତ୍ସାରେ ଅବହେଳାଠାରୁ ଆରମ୍ଭ କରି ଅନେକ ପ୍ରକାର ଚିକିତ୍ସା ସୁବିଧା ମିଳୁନି ବୋଲି ରୋଗୀମାନେ ଅତିରିକ୍ତ ଶାସନ ସଚିବ ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ପରିଦର୍ଶନ ପରେ ଅଧିକ୍ଷକଙ୍କ ଚାମ୍ବରରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ । ଗସ୍ତ ସମ୍ପର୍କରେ ଅତିରିକ୍ତ ଶାସନ ସଚିବ ମହାପାତ୍ର କହିଥିଲେ ଯେ, ସମୀକ୍ଷା ବେଳେ ନିର୍ମାଣକାର୍ଯ୍ୟଗୁଡ଼ିକର ସମୀକ୍ଷା କରାଯାଇଥିଲା। ପିଏମ୍‌ଏସ୍‌ଏସ୍‌ୟୁ କୋଠାରେ ଅନେକ ପ୍ରକାର ଅ୍ଯଯାଧୁନିକ ଯନ୍ତ୍ରପାତି ଲାଗିଛି । କିନ୍ତୁ ବିଦ୍ୟୁତ୍‌ ସଂଯୋଗ ନ ଥିବା ଯୋଗୁ ଏହା କାର୍ଯ୍ୟକ୍ଷମ ହୋଇପାରୁନି । ଡିସେମ୍ବର ୧୫ତାରରିଖ ସୁଦ୍ଧା ବିଦ୍ୟୁତ୍‌ ସଂଯୋଗ ଏବଂ ଛୋଟମୋଟ ନିର୍ମାଣକାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ରାସ୍ତା ନିର୍ମାଣ ଏବଂ କ୍ୟାମ୍ପସ ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ୱ ଦିଆଯାଇଥିଲା। ମୁଖ୍ୟତଃ ତିନଟି ସମସ୍ୟା ରହିଛି ପଞ୍ଜିକରଣ, ନିଦାନ ଏବଂ ନିରାମୟ। ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ କମ୍‌ ସଂଖ୍ୟକ କାଉଣ୍ଟର ରହିଥିବା ଯୋଗୁ ସମସ୍ୟା ଉପୁଜଛି। କାଉଣ୍ଟର୍‌ ସଂଖ୍ୟା ବଢ଼ାଯିବା ସହ ନିଦାନରେ ଆଉଟ୍‌ସୋର୍ସିଂରେ କର୍ମଚାରୀ ନିଯୁକ୍ତି ସଂପର୍କରେ ଆଲୋଚନା ହୋଇଛି । ସମ୍ମୁଖରେ ଏକ ଅ୍ଯଯାଧୁନିକ କୋଠା ନିର୍ମାଣ କରାଯାଇ ସବୁ କାଉଣ୍ଟର୍‌କୁ ସେଠାକୁ ସ୍ଥାନାନ୍ତର କରାଯିବ । ନିରାମୟରେ ଅଧିକ ପ୍ରକାରର ଔଷଧ ଯୋଗାଇଦିଆଯିବ । ୨୪ଘଣ୍ଟିଆ ବିଦ୍ୟୁତ୍‌ ସଂଯୋଗ ଖୁବ୍‌ ଶୀଘ୍ର ଶେଷ ହେବ । ଡାଏଲସିସ୍‌ ୱାର୍ଡ଼ରେ ମାତ୍ର ୩ଟି ମଶିନ୍‌ ରହିଛି । ପିଏମ୍‌ଏସ୍‌ଏସ୍‌ୱାଇ କୋଠାରେ ୧୦ଟି ମଶିନ୍‌ ରହିଛି। ଆସନ୍ତା ୧୫ତାରିଖ ସୁଦ୍ଧା ନୂତନ କୋଠାକୁ ସ୍ଥାନାନ୍ତର ହେଲେ ଏହି ସମ୍ଯଯା ଦୂର ହେବ। ବିନା ଟଙ୍କାରେ ସମସ୍ତ ପ୍ରକାର ସୁବିଧା ମିଳିପାରୁଛି ବୋଲି ରୋଗୀମାନେ ପ୍ରକାଶ କରିଛନ୍ତି । ସମସ୍ୟାଗୁଡ଼ିକର ସମାଧାନ ପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିବି ବୋଲି ମହାପାତ୍ର ପ୍ରକାଶ କରିଥିଲେ।

ଗସ୍ତ ସମୟରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଉପଜିଲାପାଳ ଶିନ୍ଦେ ଦତ୍ତାତ୍ରୟ ଭାଉସାହେବ, ମେଡ଼ିକାଲ୍‌ ଡିନ୍‌ ଡା. ରାଧାମାଧବ ତ୍ରିପାଠୀ, ଭାରପ୍ରାପ୍ତ ଅଧିକ୍ଷକ ଡା. ସତ୍ୟଦର୍ଶୀ, ଡିଏମ୍‌ଇଟିର ଯୁଗ୍ମ ନିର୍ଦ୍ଦେଶକ ପ୍ରଫେସର ଉମାକାନ୍ତ ଶତପଥୀ, ପ୍ରଶାସନିକ ଅଧିକାରୀ ବିଚିତ୍ରାନନ୍ଦ ନାୟକ, ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ି, ସାଉ୍‌ଥ୍‌କୋର ଅଧିକ୍ଷଣ ଯନ୍ତ୍ରୀ ଚନ୍ଦନ ଦାସ, ଜିଇଡି ସହକାରୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ନାହାକ, ଜନସ୍ବାସ୍ଥ୍ୟ ବିଭାଗର ବିଘ୍ନେଶ୍ୱର ପରିଡ଼ାଙ୍କ ସମେତ ବରିଷ୍ଠ ଡାକ୍ତରମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପାୱାରଗ୍ରୀଡ୍‌ର ଗଛ କଟାକୁ ନେଇ ଉତ୍ତେଜନା

ବଇଣ୍ଡା,୫।୫(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପେଡ଼ିପଥର ପଞ୍ଚାୟତ ପଟ୍ଟାପଥର ଗ୍ରାମରେ ବୁଧବାର ପାୱାରଗ୍ରୀଡ ପକ୍ଷରୁ ପୋଲିସ ମୁତୟନ କରାଯାଇ ୨ହଜାର ଶାଗୁଆନ, ମହୁଲ, ଚାକୁଣ୍ଡା,...

କରୋନା ଲଢେଇ ପାଇଁ ସହାୟତା

ସୋହେଲା,୨୩ା୪(ଡି.ଏନ୍‌.ଏ.)-କରୋନା ମୁକାବିଲା ପାଇଁ ପେଟୁପାଲି ସରପଞ୍ଚ ଘୋଷାମଣୀ ବାଗ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ୧୦ହଜାର ଟଙ୍କାର ଚେକ୍‌ ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ...

ପୌରପାଳିକା ମୁଣ୍ଡରେ ଅଳିଆ ବୋଝ

ଅନୁଗୋଳ ଅଫିସ୍‌, ୨୧ା୭ ଅନୁଗୋଳ ପୌରପାଳିକା ମୁଣ୍ଡରୁ ହଟୁନି ସହରର ଅଳିଆ ଚିନ୍ତା। କେତେବେଳେ ଆବର୍ଜନା ପକାଇବାକୁ ନେଇ କେଉଁଠୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି...

ଭାରତୀୟ ଚିକିତ୍ସକ ସଂଘ ପକ୍ଷରୁ ହାତଧୂଆ ଦିବସ

ଯାଜପୁର ଅଫିସ,୧୭।୧୦: ଭାରତୀୟ ଚିକିତ୍ସକ ସଂଘ ଯାଜପୁର ରୋଡ଼ ଆନୁକୂଲ୍ୟରେ ମଙ୍ଗଳବାର ଧନେଶ୍ୱର ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠରେ ବିଶ୍ୱ ହାତଧୁଆ ଦିବସ ପାଳିତ ହେଇଯାଇଛି। ସଂଘର...

ରାଜ୍ୟରେ ବଢୁଛି ସଂକ୍ରମିତ ଶିଶୁଙ୍କ ସଂଖ୍ୟା

ଭୁବନେଶ୍ୱର,୧୯।୮(ବ୍ୟୁରୋ): କିଛିଦିନର ବ୍ୟବଧାନ ପରେ ପୁଣି ଥରେ ହଜାରେ ଡେଇଁଛି ଦୈନିକ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଆଉ ୧୦୪୧ ନୂତନ କରୋନା ପଜିଟିଭ୍‌...

ବ୍ଲେଡ୍‌ରେ ଶିଶୁ ନାହି କାଟିଥିଲେ ମହିଳା

କାମାକ୍ଷାନଗର, ୭ା୫(ଡି.ଏନ୍‌.ଏ.) ଗର୍ଭ ଯନ୍ତ୍ରଣାରେ ଘଣ୍ଟାଏ କାଳ ଛଟପଟ ହେଲେ। ଖୋଲା ଆକାଶ ତଳେ ପ୍ରସବ କଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ବାଠାରୁ ଆରମ୍ଭ କରି ପ୍ରସବ ପର୍ଯ୍ୟନ୍ତ...

ଆଗ ଥଇଥାନ, ପରେ ଉଚ୍ଛେଦ: ମେଳି କରି ଦାବି କଲେ ବ୍ୟବସାୟୀ

ବାଲେଶ୍ୱର ଅଫିସ, ୨୦।୯-ବାଲେଶ୍ୱର ଓଟିରୋଡ୍‌ର କୁରୁଡ଼ା ବାଇପାସ୍‌ରୁ ରେମୁଣା ଗୋଲେଇ ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ପାଇଁ ଉଭୟପାର୍ଶ୍ୱରେ ଜବରଦଖଲକାରୀ ଦୋକାନୀଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯିବା...

ଋଷିକୂଲ୍ୟା ମୁହାଣରେ ଡଲ୍‌ଫିନ୍‌

ଗଞ୍ଜାମ,୧୯ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଋଷିକୂଲ୍ୟା ମୁହାଣରେ ପ୍ରଥମ ଥର ପାଇଁ ଡଲ୍‌ଫିନ୍‌୍‌ ଦେଖାଦେଇଛି। ତହସିଲଦାର ଅରୁଣ କୁମାର ନାୟକ ମଙ୍ଗଳବାର ସମୁଦ୍ର ମଧ୍ୟରେ ଅତି ନିକଟରୁ...

Advertisement
Archives

Model This Week