ଏମ୍‌ଏସ୍‌ଏମ୍‌ଇ ଓ ପାରାଦୀପ ବନ୍ଦରର ପ୍ରଥମ ସମନ୍ବୟ ବୈଠକ କ୍ଷୁଦ୍ର ଶିଳ୍ପୋଦ୍ୟୋଗୀଙ୍କ ପାଇଁ ବାଟ ଫିଟିବ

ପାରାଦୀପ,୧୭ା୧୨(ସ୍ବ.ପ୍ର.): ଦେଶର ଦ୍ୱିତୀୟ ବୃହତ ବନ୍ଦର ପାରାଦୀପରେ ଏବେ କେବଳ ଖଣିଜ ପଦାର୍ଥ, ଲୁହା, ଷ୍ଟିଲ ଓ କଣ୍ଟେନର ଆମଦାନୀ-ରପ୍ତାନି ହେଉଛି। କିନ୍ତୁ ଓଡ଼ିଶାର ଶିଳ୍ପୋଦ୍ୟୋଗୀଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ପାରାଦୀପ ମାଛଧରା ବନ୍ଦର ସମେତ ଅନ୍ୟ ମାଛଧରା ବନ୍ଦରର ମାଛକୁ ବ୍ୟବସାୟୀ ଅନ୍ୟ ରାଜ୍ୟର ବନ୍ଦର ଦେଇ ବିଦେଶକୁ ରପ୍ତାନି କରୁଛନ୍ତି। ଏଥିସହ ଓଡ଼ିଶାର ପ୍ରସିଦ୍ଧ ହସ୍ତଶିଳ୍ପ ସାମଗ୍ରୀ, ଶାଢ଼ି, ତାରକସି କାମ ଆଦିକୁ ମଧ୍ୟ କ୍ଷୁଦ୍ର ଶିଳ୍ପୋଦ୍ୟୋଗୀ ଅନ୍ୟ ରାଜ୍ୟର ବନ୍ଦର ବାଟେ ଆମଦାନୀ-ରପ୍ତାନୀ କରୁଛନ୍ତି। ଏହି ପୁରୁଣା ବ୍ୟବସ୍ଥାର ପରିବର୍ତ୍ତନ ଲାଗି ସୋମବାର ପ୍ରଥମ କରି ରାଜ୍ୟ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ(ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ) ବିଭାଗ ଏବଂ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଆଗାମୀ ଦିନରେ ଏହି ବନ୍ଦର ଦେଇ କ୍ଷୁଦ୍ର ଶିଳ୍ପୋଦ୍ୟୋଗୀଙ୍କ ପାଇଁ ଆମଦାନୀ-ରପ୍ତାନି କରାଯିବାର ସମ୍ଭାବନା ସୃଷ୍ଟି କରାଯାଇଛି। ବୈଠକରେ ଏମ୍‌ଏସ୍‌ଏମ୍‌ଇର ଅତିରିକ୍ତ ସଚିବ ୟୁଏନ୍‌ ଦାସ, ଏକ୍ସପୋର୍ଟ ପ୍ରମୋଶନ ମାକେଟିଂ(ଇପିଏମ୍‌) ନିର୍ଦ୍ଦେଶକ ଶରଣ କୁମାର ଜେନା, ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଏଡିଏମ୍‌ କାହ୍ନୁଚରଣ ଧୀର, ଶିଳ୍ପ ବିଭାଗର ସହକାରୀ ନିର୍ଦ୍ଦେଶକ ମୀନାକୁମାରୀ ବେହେରା, ଡିଆଇସି ଜିଏମ୍‌ ଏସ୍‌କେ ସାହୁ, ପାରାଦୀପ ବନ୍ଦର ପକ୍ଷରୁ ମୁଖ୍ୟ ଯାନ୍ତ୍ରିକୀକରଣ ଯନ୍ତ୍ରୀ ସରୋଜ କୁମାର ଦାସ, ମ୍ୟାଟେରିଆଲ ମ୍ୟାନେଜର ଜେପି ଯୋଶୀ, ରାଜ୍ୟ କ୍ଷୁଦ୍ରଶିଳ୍ପ ମହାସଂଘ ସଭାପତି ସ୍ବାଭିକ ସ୍ବାଇଁଙ୍କ ସମେତ ୨୦ରୁ ଊର୍ଦ୍ଧ୍ୱ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ରାଜ୍ୟରେ ଏମ୍‌ଏସ୍‌ଏମ୍‌ଇ ୨୦୦୭ରୁ କାର୍ଯ୍ୟକାରୀ ହୋଇଥିଲେ ହେଁ ପାରାଦୀପ ବନ୍ଦର ବ୍ୟବହାର ସମ୍ପର୍କରେ କେବେ ବୈଠକ ହୋଇ ନ ଥିଲା। ଏବେ କେନ୍ଦ୍ର ସରକାର କ୍ଷୁଦ୍ର ଶିଳ୍ପ ଉପରେ ଅଧିକ ଗୁରୁତ୍ୱ ଦେବାରୁ ଏହି ବୈଠକ ଅନୁଷ୍ଠିତ ହୋଇଛି। ବନ୍ଦରରେ ପ୍ରଚଳିତ ନିୟମ ଅନୁସାରେ ଏମ୍‌ଏସ୍‌ଏମ୍‌ଇର ୨୦ପ୍ରତିଶତ, ଅନୁସୂଚିତ ଜାତି, ଜନଜାତିର କ୍ଷୁଦ୍ରଶିଳ୍ପ ପାଇଁ ୪ ପ୍ରତିଶତ ଓ ମହିଳା ଉଦ୍ୟୋଗୀଙ୍କ ପାଇଁ ୩ ପ୍ରତିଶତ ପଣ୍ୟ ଆମଦାନୀ-ରପ୍ତାନି କରାଯିବା କଥା। କିନ୍ତୁ ପାରାଦୀପ ବନ୍ଦରରେ କ୍ଷୁଦ୍ରଶିଳ୍ପ ପାଇଁ ୬୯ ପ୍ରତିଶତ ପଣ୍ୟ କାରବାର ହେଉଥିଲେ ହେଁ ସେସବୁ ଓଡ଼ିଶାର ନୁହେଁ ବୋଲି ବୈଠକରେ ଆଲୋଚନା ହୋଇଥିଲା। କ୍ଷୁଦ୍ରଶିଳ୍ପର ୩୫୮ ପ୍ରକାର ସାମଗ୍ରୀ କାରବାର ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ରହିଛି। ଏଥିରୁ ଓଡ଼ିଶାର ୨୦୯ ପ୍ରକାର ସାମଗ୍ରୀ ରହିଛି। ସେସବୁକୁ କିପରି ବନ୍ଦର ଦ୍ୱାରା କାରବାର କରାଯିବ ସେଥିପାଇଁ ସଚିବ ଦାସ ପ୍ରସ୍ତାବ ଦେଇଥିଲେ।
ବନ୍ଦର ପକ୍ଷରୁ କୁହାଯାଇଥିଲା, ବନ୍ଦର ଆରମ୍ଭରୁ ଶୁଖିଲା ଖାଦ୍ୟ ସାମଗ୍ରୀ, ପରିବା, ମାଛ ଓ ଔଷଧ ଆଦି ପଣ୍ୟ ପାଇଁ ପାରାଦୀପ ବନ୍ଦରରେ ଭିତ୍ତିଭୂମି ନାହିଁ। ଏସବୁ ସମସ୍ୟାର ସମାଧାନ ପାଇଁ ବନ୍ଦର ୨୦୧୭-୧୮ରୁ ଉଦ୍ୟମ ଆରମ୍ଭ କରିଛି। ସ୍ମାର୍ଟ ଇଣ୍ଡଷ୍ଟିଆଲ ପୋର୍ଟ ସିଟି ଯୋଜନାରେ ଏବେ ଏକ ମଲ୍ଟି ମୋଡାଲ ହବ ରଙ୍ଗିଆଗଡ଼ରେ ନିର୍ମାଣାଧୀନ ଅଛି। ଏହାକୁ କଙ୍କର ନାମକ ସଂସ୍ଥା ନିର୍ମାଣ କରୁଛି। ଉକ୍ତ ପ୍ରକଳ୍ପ କାର୍ଯ୍ୟ ଶେଷ ହେବାପରେ କ୍ଷୁଦ୍ର ଶିଳ୍ପୋଦ୍ୟୋଗୀଙ୍କ ପାଇଁ ଆମଦାନୀ-ରପ୍ତାନି ବାଟ ଫିଟିବ। ଏଥିପାଇଁ ସେପ୍ଟେମ୍ବର ମାସରୁ ଏହି ଉଦ୍ୟୋଗୀଙ୍କ ପାଇଁ ନୂଆ ଭେଣ୍ଡର କୋଡ୍‌ ଖୋଲାଯାଇଛି। ଏଥିରେ ଯେକୌଣସି କ୍ଷୁଦ୍ର ଉଦ୍ୟୋଗୀ, ମହିଳା ସମିତି ଆଦି ଅନ୍‌ଲାଇନରେ ଭାଗ ନେଇ ପାରିବେ। ଏପରି ଶିଳ୍ପ ହେଲେ ଓଡ଼ିଶାର ବ୍ୟବସାୟୀଙ୍କୁ ଆଉ ଅଧିକ ଖର୍ଚ୍ଚ କରି ଅନ୍ୟ ରାଜ୍ୟର ବନ୍ଦରକୁ ଯିବାକୁ ପଡ଼ିବ ନାହିଁ। ଅଧିକ କ୍ଷୁଦ୍ର ଉଦ୍ୟୋଗ, ହସ୍ତଶିଳ୍ପ, ଆମଦାନୀ ଭିତ୍ତିକ କାଠ ଶିଳ୍ପର ବିକାଶ ହେବ। ସେଥିରେ ଅଧିକ ମାତ୍ରାରେ ନିଯୁକ୍ତି ସୃଷ୍ଟିହେବ ବୋଲି ମତପ୍ରକାଶ ପାଇଥିଲା। ଏ ନେଇ ଆସନ୍ତା ୧୫ ଦିନ ଭିତରେ ରାଜ୍ୟ ସରକାର ଓ ବନ୍ଦର ବିଭାଗୀୟ ଅଧିକାରୀଙ୍କ ପୁଣି ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri