Posted inଜାତୀୟ

ଏମପିଙ୍କ ମନ୍ତବ୍ୟ ପରେ ଗାଈ ନେଇ ସୁନା ଋଣ ପାଇଁ ପହଞ୍ଚିଲେ ଏହି ବ୍ୟକ୍ତି

କୋଲକାତା,୭।୧୧:ପଶ୍ଚିମବଙ୍ଗର ହୁଗୁଳି ଜିଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଭାଜପା ଏମ୍‌ପି ଦିଲୀପ ଘୋଷଙ୍କ ଏକ ମନ୍ତବ୍ୟ ପରେ ହୁଗୁଳିର ଜଣେ ବ୍ୟକ୍ତି ନିଜର ଦୁଇଟି ଗାଈ ଧରି ମନାପୁରମ୍‌ ଫାଇନାନ୍ସ ଲିମିଟେଡର ଏକ ଶାଖା କାର୍ଯ୍ୟଳୟରେ ସୁନା ଋଣ ନେବା ପାଇଁ ପହଞ୍ଚିଛନ୍ତି। ଗାଈ କ୍ଷୀରରେ ସୁନା ଅଛି, ଏଥିପାଇଁ ସୁନା ଋଣ ପାଇଁ ଏଠାକୁ ଆସିଛି ବୋଲି ଉକ୍ତ ବ୍ୟକ୍ତି ଜଣଙ୍କ କହିଛନ୍ତି। ଏହାଶୁଣି ମନାପୁରମ୍‌ ଫାଇନାନ୍ସ କମ୍ପାନୀର ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସୂଚନାଯୋଗ୍ୟ, ବର୍ଦ୍ଧମାନରେ ଗୋପାଳ ଅଷ୍ଟମୀ ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାଜପା ଏମ୍‌ପି ଦିଲୀପ ଘୋଷ ଯୋଗଦେଇ କହିଥିଲେ, ଭାରତୀୟ ଦେସୀ ଗାଈମାନେ ଏକ ସ୍ବତନ୍ତ୍ରତା ରହିଛି। ଏମାନଙ୍କ କ୍ଷୀରରୁ ସୁନା ମିଳିଥାଏ। ଏଥିପାଇଁ ଦେସୀ ଗାଈ କ୍ଷୀର ସାମାନ୍ୟ ହଳଦିଆ ହୋଇଥାଏ। ଏହାଶୁଣି ହୁଗୁଳି ଜିଲାର ଦାନକୁନି ଅଞ୍ଚଳରେ ରହୁଥିବା ଉକ୍ତ ବ୍ୟକ୍ତି ଜଣଙ୍କ କହିଛନ୍ତି, ମୋ ପାଖରେ ୨୦ଟି ଗାଈ ଅଛି, ମୋ ପୂରା ପରିବାର ଗାଈ ଉପରେ ନିର୍ଭରଶୀଳ। ଯଦି ମୋତେ ସୁନା ଋଣ ମିଳିବ ସେ ମୁଁ ବ୍ୟବସାୟ ଆହୁରି ଆଗକୁ ବଢାଇପାରିବି। ମୁଁ ଶୁଣିଛି କି, ଗାଈ କ୍ଷୀରରେ ସୁନା ଅଛି ତେଣୁ ମୁଁ ଏଠାକୁ ଋଣ ନେବାକୁ ଆସିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେକ୍ସାସ ମେଡିକାଲ ଅଫିସରେ ବନ୍ଧକ: ଦୁଇ ମୃତ

ଅଷ୍ଟିନ,୨୭ା୧- ଟେକ୍ସାସର ଜଣେ ଡାକ୍ତରଙ୍କ ଅଫିସରେ ଦୁଇ ଜଣ ଦୁର୍ବୁତ୍ତ କିଛି ବ୍ୟକ୍ତିଙ୍କୁ ବନ୍ଧକ ରଖିଥିଲେ। ଏହି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଦୁଇ ଜଣଙ୍କ ମୃତ୍ୟୁ...

ଆତଙ୍କବାଦୀ ଯୋଜନା ପଣ୍ଡ: ପାକିସ୍ତାନ ଡ୍ରୋନକୁ ଗୁଳି କରି ଖସାଇଲା ପୋଲିସ

ଶ୍ରୀନଗର,୨୩।୭; ଜମ୍ମୁ-କଶ୍ମୀରର କନାଚାକ ଅଞ୍ଚଳରେ ପୋଲିସ ଦ୍ୱାରା ପାକିସ୍ତାନୀ ଡ୍ରୋନକୂ ଗୁଳି ଖସାଇ ଦେଇଛି। ଏହି ଡ୍ରୋନ ଖସିଯିବା ପରେ ପାଞ୍ଚ କିଲୋଗ୍ରାମ ଆଇଡି ମଧ୍ୟ...

କଂଗ୍ରେସକୁ କେହି ବଞ୍ଚାଇ ପାରିବେ ନାହିଁ: ଶିବରାଜ

ଭୋପାଳ,୨୪।୮: ଗୋଟିଏ ପଟେ ନେତୃତ୍ୱ ପରିବର୍ତ୍ତନକୁ ନେଇ କଂଗ୍ରେସ କାର୍ଯ୍ୟକାରୀ କମିଟି(ସିଡବ୍ଲୁସି )ର ବୈଠକ ଚାଲୁଥିବା ବେଳେ ଅନ୍ୟପଟେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଆଲୋଚନା...

ଯାତ୍ରୀଙ୍କଠାରୁ ଅଧିକ ଅଟୋଭଡା ନେବାରୁ କଟିଲା ୮ଲକ୍ଷ ଟଙ୍କାର ଚାଲାଣ

ବେଙ୍ଗାଲୁରୁ,୫।୧୨: ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରଠାରୁ ଲୋକେ ଏକ ପ୍ରକାର ସଜାଗ ହେଇଯାଇଛନ୍ତି ବୋଲି କୁହାଯାଉଛି। ହେଲେ କେତେଜଣ ଲୋକ ଏବେବି...

ଫସଲ ସୁରକ୍ଷା ପାଇଁ ଜମିରେ ସାଉଣ୍ଡ୍‌ ବକ୍ସ୍‌ ଲଗାଉଛନ୍ତି କର୍ନାଟକ ଚାଷୀ

ବେଙ୍ଗାଲୁରୁ,୧୯।୧୧: ଫସଲକୁ ବନ୍ୟପ୍ରାଣୀ ଏବଂ ଅନ୍ୟ ବୁଲା ପ୍ରାଣୀଙ୍କଠାରୁ ସୁରକ୍ଷିତ ରଖିବା ପାଇଁ ଚାଷୀମାନେ ନାନା ପ୍ରକାର ଉପାୟ ଗ୍ରହଣ କରିଥାନ୍ତି। ତେବେ ବହୁ ସମୟରେ...

ବିବାହ ଭୋଜିରେ ସାମିଲ ହୋଇଥିଲେ ୩୦୦ ଅତିଥି, ବେଙ୍ଗଡିଆଁ ମାରି ଫେରିଲେ

ଭିଣ୍ଡ, ୨୦।୫ : କୋଭିଡ୍‌ କଟକଣା ଖାତିର ନ କରି ବିବାହ ଭୋଜିରେ ଯୋଗଦେଇଥିଲେ ଧାର୍ଯ୍ୟ ସଂଖ୍ୟାଠାରୁ ଅଧିକ ଅତିଥିମାନେ। ଖବର ପାଇ ପୋଲିସ ପକ୍ଷରୁ...

ଶାଶୁ-ବୋହୂ କଳି ଘରୋଇ ହିଂସା ମାମଲାରେ ଭିଡ଼ିଓ-ଫଟୋର ପ୍ରାମାଣିକତା ଜରୁରୀ, କହିଲେ କୋର୍ଟ…

ନୂଆଦିଲ୍ଲୀ, ୧୮।୪ : ଶାଶୁ ବୋହୂ କଳି ଭଳି ପାରିବାରିକ ହିଂସା ମାମଲାରେ ଭିଡ଼ିଓ ଏବଂ ଫଟୋର ପ୍ରମାଣ ଜରୁରୀ ବୋଲି ଦିଲ୍ଲୀର ଏକ କୋର୍ଟ...

୮୩ ଲ୍ୟାଣ୍ଡମାଇନ୍‌ ନିଷ୍କ୍ରିୟ କଲେ କୋବ୍ରା-ସିଆର୍‌ପିଏଫ୍‌ ଯବାନ

ଗୟା,୨୭।୨: ବିହାରର ଗୟା ଜିଲାରେ ମାଓବାଦୀଙ୍କ ଦ୍ୱାରା ବିଛା ଯାଇଥିବା ୮୩ ଲ୍ୟାଣ୍ଡ୍‌ମାଇନ୍‌କୁ ଠାବ କରି ଏସବୁକୁ ନିଷ୍କ୍ରିୟ କରାଯାଇଛି। କୋବ୍ରା-୨୫୦ ବାଟାଲିୟନ୍‌ ଏବଂ ସିଆର୍‌ପିଏଫ୍‌ର...

Advertisement
Archives

Model This Week