ଏବେ ଏହି ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ ହେବେ ଇମ୍ରାନ

ମାନାମା,୯।୧୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ମୁସ୍‌ଲିମ ଦେଶ ବାହରିନ ତାଙ୍କୁ ନିଜ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ କରିବ। ‘କିଙ୍ଗ୍‌ ହମାଦ ଅର୍ଡର ଅଫ୍‌ ରେନେସା’ ନାମକ ଏହି ଆଓ୍ବାର୍ଡରେ ଇମ୍ରାନଙ୍କୁ ଏକ ସ୍ବତନ୍ତ୍ର ପୁରସ୍କାର ଦିଆଯିବ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚଳିତ ବର୍ଷ ଅଗଷ୍ଟରେ ଏହି ପୁରସ୍କାରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ସମ୍ମାନୀତ ହୋଇସାରିଛନ୍ତି। ସୂଚନାଯୋଗ୍ୟ, ଡିସେମ୍ବର ୧୫ରେ ୩ ଦେଶକୁ ଗସ୍ତ କରିବେ ଇମ୍ରାନ। ପ୍ରଥମେ ସେ ବାହରିନ ଗସ୍ତ କରି ରାଷ୍ଟ୍ରୀୟ ଦିବସ ସମାରୋହରେ ଭାଗ ନେବେ। ଏହି ଅବସରରେ ସେ ନିଜ ସମକକ୍ଷ ଖଲିଫା ବିନ୍‌ ସଲମାନ ଅଲ୍‌ ଖଲିଫା ଓ କିଙ୍ଗ ହମାଦ ବିନ୍‌ ଇର୍‌ସା ଅଲ୍‌ ଖଲିଫାଙ୍କୁ ଭେଟିବାର ଏକ କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ତାଙ୍କୁ ଉକ୍ତ ପୁରସ୍କାର ଦିଆଯିବ ବୋଲି ଜଣାପଡ଼ିଛି। ଏହାପରେ ସେ ସୁଇଜରଲ୍ୟାଣ୍ଡର ଜେନେଭା ଓ ମାଲେସିଆ ଗସ୍ତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

‘ଦୁର୍ନୀତି ଅଭିଯୋଗ ଆଣିବା ପୂର୍ବରୁ ଆତ୍ମସମୀକ୍ଷା କରନ୍ତୁ’: ଅଜିତ ପାୱାରଙ୍କୁ ପାଲଟା ଆକ୍ରମଣ କଲା ଭାଜପା

ମୁମ୍ବାଇ,୩।୧: ମହାରାଷ୍ଟ୍ରରେ ରାଜନୈତିକ ବୟାନବାଜି ପୁଣି ଥରେ ତୀବ୍ର ହୋଇଛି। ପିମ୍ପରି-ଚିଞ୍ଚୱାଡ ନଗର ନିଗମରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦୁର୍ନୀତି ଏବଂ ଋଣ ଅଭିଯୋଗର କଡ଼ା...

କ’ଣ ଏହି ଭଜନ କ୍ଲବିଂ? Gen Z ଙ୍କ ମଧ୍ୟରେ ବଢୁଛି ଟ୍ରେଣ୍ଡ

ଆଜିର ଆଧୁନିକ ଦୁନିଆରେ, ଭଜନ କ୍ଲବିଂ ଏକ ନୂତନ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଧାରା ଭାବରେ ଉଭା ହୋଇଛି, ବିଶେଷକରି ଜେନ୍‌ ଜେଡ ଏବଂ ଯୁବ...

ଠିକ୍‌ ହୋଇଥିଲା ବିବାହ, ବଣ୍ଟା ସରିଥିଲା କାର୍ଡ, ଘଟିଲା ଏମିତି କିଛି…

ବଲାଙ୍ଗୀର,୩ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ତେଲ ନଦୀ ବ୍ରିଜ ତଳୁ ଶନିବାର ଏକ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ବ୍ରିଜ ତଳୁ...

ମନ୍ଦିରରୁ ପୂଜା ସାରି ଫେରିବାବେଳେ ପୂଜକଙ୍କୁ ପେଚ୍‌କସ୍‌ରେ ଆକ୍ରମଣ, କିଛି ସମୟ ଭିତରେ ଘଟିଲା…

ତାଳଚେର,୩ା୧(ମନୋଜ ନନ୍ଦ): ତାଳଚେର ଥାନା ସମ୍ମୁଖରେ ଥିବା ମଙ୍ଗଳା ମନ୍ଦିରରେ ଦୀର୍ଘବର୍ଷ ହେଲା ପୂଜା କରି ଆସୁଥିଲେ ବଡ଼ଦାଣ୍ଡ ସାହିର ସନ୍ତୋଷ କୁମାର ମହାପାତ୍ର(୫୦)। ଶନିବାର...

America Helicopter Crash: ଘାଟିକୁ ଖସି ପାଉଁଶ ହୋଇଗଲା ହେଲିକପ୍ଟର, ୪ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୩।୧:  ଶୁକ୍ରବାର ସକାଳେ ଆମେରିକାର ଆରିଜୋନା ରାଜ୍ୟର ପିନାଲ୍ କାଉଣ୍ଟିର ଏକ ପାର୍ବତ୍ୟ ଅଞ୍ଚଳରେ ଏକ ଘରୋଇ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏହି...

ଶେଷରେ IPLରୁ ବିଦା ହେଲେ ମୁସ୍ତାଫିଜୁର ରେହମାନ: KKRର ନୁହେଁ, BCCI ନେଲା ଆକ୍ସନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) IPL ଫ୍ରାଞ୍ଚାଇଜ କୋଲକାତା ନାଇଟ ରାଇଡର୍ସ (KKR)କୁ ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନଙ୍କୁ ବିଦା କରିବାକୁ...

ଅଫିସ ଜବ୍‌ ଠାରୁ ବି ମୋଟାଅଙ୍କର ଟଙ୍କା କମାନ୍ତି ଡେଲିଭରି ପାର୍ଟନର, ଘଣ୍ଟାକୁ ଏତେ ଟଙ୍କା..

ନୂଆଦିଲ୍ଲୀ,୩।୧: ଆଜିକାଲି, ଦେଶର ପ୍ରତ୍ୟେକ ସହରର ରାସ୍ତାରେ ଡେଲିଭରି ପାର୍ଟନରମାନେ ଲାଲ, ହଳଦିଆ ଏବଂ ସବୁଜ ରଙ୍ଗର ଟି-ସାର୍ଟ ପିନ୍ଧି କାମ କରୁଥିବା ଦେଖଇବାକୁ ପାଉଥିବେ।...

ନୂତନ ବର୍ଷ ଠାରୁ ଉଦ୍ୟାନ ବିଭାଗରେ ଝୁଲୁଛି ତାଲା: କାହା କଥାରେ ରହୁନି ତାଳ ମେଳ

ପରଜଙ୍ଗ,୩।୧(ନିଗନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ମୁଖ୍ୟାଳୟ ଠାରୁ ୨ କିମି ଦୂର ୫୩ ନଂ ଜାତୀୟ ରାଜପଥ ପାର୍ଶ୍ୱ ହାତିଲୁଚାଣି ଛକ ନିକଟରେ ଦୀର୍ଘବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri