ଏପ୍ରିଲରୁ ନୂଆ ନିୟମ, ନୂଆ ସୁବିଧା

ନୂଆଦିଲ୍ଲୀ,୧। ୪: ମାସ ବଦଳିବା ସହ ପହିଲାରୁ କିଛି କିଛି ନୂଆ ନିୟମ ଏବଂ ସୁବିଧା କାର୍ଯ୍ୟକାରୀ ହୋଇଥାଏ। ସେହିଭଳି ଏପ୍ରିଲ ୧ରୁ ନୂଆ ଆର୍ଥତ୍କ ବର୍ଷ ଆରମ୍ଭ ହେଉଛି। ଏମିତି କିଛି ନିୟମ ରହିଛି ଯାହା ପହିଲାରୁ ପରିବର୍ତ୍ତନ ହେବା ସହ ନୂଆ ସୁବିଧା ମଧ୍ୟ ଏହି ଦିନ ଠାରୁ ଆରମ୍ଭ ହେବ।
୧୦ ବ୍ୟାଙ୍କ ମିଶ୍ରଣୁ ୪ ବଡ ବ୍ୟାଙ୍କ
ଏପ୍ରିଲ ପହିଲାରୁ ସାରା ଦେଶରେ ୧୦ ବ୍ୟାଙ୍କ ମିଶ୍ରଣ ଦ୍ୱାରା ୪ ବଡ ବ୍ୟାଙ୍କ କାର୍ଯ୍ୟକାରୀ ହେବ। ଏ ନେଇ ରିଜର୍ଭ ବ୍ୟାଙ୍କ ମଞ୍ଜୁରୀ ଦେଇ ସାରିଛି। ସେହିଭଳି ବ୍ୟାଙ୍କଗୁଡିକର ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି କନଭେନର ମଧ୍ୟ ବଦଳିବେ ବୋଲି ରିଜର୍ଭ ବ୍ୟାଙ୍କ ପ୍ରସ୍ତାବ ଦେଇ ସାରିଛି। ବ୍ୟାଙ୍କ ମିଶ୍ରଣ ପଦକ୍ଷେପ ଅନ୍ତର୍ଗତ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ଏବଂ ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରେ ମିଶିଯିବ। ସିଣ୍ଡିକେଟ ବ୍ୟାଙ୍କ କାନାରା ବ୍ୟାଙ୍କରେ ମିଶ୍ରଣ ହେଉଥିବା ବେଳେ ଆନ୍ଧ୍ର ଏବଂ କର୍ପୋରେଶନ ବ୍ୟାଙ୍କ ୟୁନିୟନ ବ୍ୟାଙ୍କ ସହ ମିଶିବ। ସେହିଭଳି ଆଲ୍ଲାହାବାଦ ବ୍ୟାଙ୍କ ଇଣ୍ଡିଆନ ବ୍ୟାଙ୍କ ସହ ବିଲୟ ହେବ।
ବିଏସ୍‌-୬ ଯାନ ବିକ୍ରି
ସାରା ଦେଶରେ ବିଏସ୍‌-୬ ମାନକକୁ ଏପ୍ରିଲ ପହିଲାରୁ ଲାଗୁ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ସମୟରେ କେବଳ ବିଏସ୍‌-୬ ଯାନ ବିକ୍ରି କରାଯିବ। ଏବେ ଲକ୍‌ଡାଉନ ଥିବାରୁ ବଳକା ଥିବା ବିଏସ୍‌-୪ ଯାନ ବିକିବା ଲାଗି ୧୦ ଦିନ ସମୟ ଦିଆଯାଇଛି।
ଔଷଧ ବର୍ଗରେ ମେଡିକାଲ ଡିଭାଇସ
ସବୁ ପ୍ରକାରର ମେଡିକାଲ ଡିଭାଇସ ଡ୍ରଗ୍‌ସ ଶ୍ରେଣୀରେ ଆସିବ। ଡ୍ରଗସ୍‌ ଆଣ୍ଡ କମୋଡିଟି ଆକ୍ଟ ଧାରା ୩ ମୁତାବକ ଉଭୟ ମାନବ ଏବଂ ପଶୁଙ୍କ କ୍ଷେତ୍ରରେ ବ୍ୟବହାର ହେଉଥିବା ଉପକରଣ ଡ୍ରଗସ୍‌ ଶ୍ରେଣୀଭୁକ୍ତ ହେବ।
ପେନ୍‌ସନ ନିୟମରେ ପରିବର୍ତ୍ତନ
ପହିଲାରୁ କର୍ମଚାରୀ ପେନ୍‌ସନ ସ୍କିମ(ଇପିଏସ୍‌)ରେ ପରିବର୍ତ୍ତନ ହେବ। ଅବସର ନେବାର ୧୫ ବର୍ଷ ପରେ ସମ୍ପୂର୍ଣ୍ଣ ପେନଶନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ୨୦୦୫ ଏପ୍ରିଲ ପୂର୍ବରୁ ଅବସର ନେଇଥିବା ପ୍ରାୟ ୬ ଲୋକ ଲୋକ ଅଧିକ ପେନଶନ ପାଇବାକୁ ସକ୍ଷମ ହେବେ।
ସ୍ବଚ୍ଛ ଇନ୍ଧନ ଯୋଗାଣ
ଏପ୍ରିଲ ପହିଲାରୁ ସାରା ଦେଶରେ ବିଏସ୍‌-୬ ପେଟ୍ରୋଲ ଡିଜେଲ ଯୋଗାଣ କରାଯିବ। ଏହା ଦ୍ୱାରା ପେଟ୍ରୋଲ ପରିଚାଳିତ କାରଗୁଡିକରେ ନାଇଟ୍ରୋଜେନ ଅକ୍ସାଇଡ ନିର୍ଗମନ ୨୫% କମିବାକୁ ଥିବା ବେଳେ ଡିଜେଲ କାରରେ ୭୦% କମିଯିବ।
ଆୟକରର ବିକଳ୍ପ ସିଷ୍ଟମ
ପହିଲାଠାରୁ ଆୟକରର ୨ ସିଷ୍ଟମ ରହିବ। ପୁରୁଣା ସ୍ଲାବ ସହ ବିକଳ୍ପ ସ୍ଲାବ ମଧ୍ୟ ରହିବ। ଲୋକଙ୍କୁ କୌଣସି ଗୋଟିଏ ସିଷ୍ଟକୁ ବାଛିବାକୁ ହେବ। ବିକଳ୍ପ ସିଷ୍ଟମରେ ଲୋକମାନେ ରିହାତି ନେଇ ପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri