ଏପିଡିଙ୍କ ସନ୍ଦେହଜନକ ମୃତ୍ୟୁ: କ୍ୱାର୍ଟର୍ସ କବାଟ ଭାଙ୍ଗି ଉଦ୍ଧାର କରାଗଲା ମୃତଦେହ

ଫୁଲବାଣୀ ଅଫିସ, ୨୧ା୬- କନ୍ଧମାଳ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଏପିଡି) ଧ୍ରୁବ କୁମାର ସିଂ(୩୭)ଙ୍କ ମୃତଦେହ ଶୁକ୍ରବାର ତାଙ୍କ କ୍ୱାର୍ଟର୍ସରୁ ଉଦ୍ଧାର କରାଯାଇଛି । ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ଧ୍ରୁବଙ୍କ ମୃତ୍ୟୁ ଘଟିଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ମିଳିଥିବା ସୂଚନା ଅନୁଯାୟୀ, ଧ୍ରୁବଙ୍କ ଘର ବରଗଡ ଜିଲା ଅତାବିରା ଅଞ୍ଚଳରେ। ଶୁକ୍ରବାର ଅପରାହ୍ନ ସାଢେ ଗୋଟାଏରେ ପିଡି ଡିଆରଡିଏଙ୍କ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସିଂ ଥିଲା। ଧ୍ରୁବ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ସେଠାରେ ନ ପହଞ୍ଚତ୍ବାରୁ କେତେଜଣ କର୍ମଚାରୀ ତାଙ୍କୁ ଡାକିବାକୁ କ୍ୱାର୍ଟର୍ସକୁ ଯାଇଥିଲେ। ସେତେବେଳେ ଭିତରୁ କବାଟ ବନ୍ଦ ଥିଲା। ତାଙ୍କ ଘରକୁ ଯାଇଥିବା କର୍ମଚାରୀମାନେ ଧ୍ରୁବଙ୍କୁ ଡାକିଥିଲେ, ମାତ୍ର ଘର ଭିତରୁ କୌଣସି ଉତ୍ତର ମିଳି ନ ଥିଲା। ବହୁ ସମୟ ଅପେକ୍ଷା କରିବା ପରେ କୌଣସି ଦୁର୍ଘଟଣା ଆଶଙ୍କା କରି କର୍ମଚାରୀମାନେ ତାଙ୍କ କ୍ୱାର୍ଟର୍ସର କବାଟ ଭାଙ୍ଗିଥିଲେ। ଏହା ପରେ ପ୍ରକୃତ ଘଟଣା ସାମ୍‌ନାକୁ ଆସିଥିଲା। ଧ୍ରୁବ ଘର ଭିତରେ ପଡିଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ। ହେଲେ ଡାକ୍ତର ଧ୍ରୁବଙ୍କୁ ମୃତ ଘୋଷଣା କରିଥିଲେ। ଶେଷରେ ପୋଲିସକୁ ଏ ସଂକ୍ରାନ୍ତରେ ଖବର ଦିଆଯାଇଥିଲା। ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନାଯୋଗ୍ୟ, ଧ୍ରୁବ ଅବିବାହିତ ଥିବାରୁ ସେହି କ୍ୱାର୍ଟର୍ସରେ ଏକୁଟିଆ ରହୁଥିଲେ। ଖବର ପାଇ ତାଙ୍କ ପରିବାର ଲୋକମାନେ ଅତାବିରାରୁ ଆସି ରାତିରେ ଫୁଲବାଣୀରେ ପହଞ୍ଚତ୍ଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ମାଟ୍ରିକ୍‌ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର,୯।୧୨(ବ୍ୟୁରୋ): ଶୁକ୍ରବାରଠୁ ଆରମ୍ଭ ହୋଇଛି ମାଟ୍ରିକ୍‌ ସମ୍ମେଟିଭ-୧ ପରୀକ୍ଷା ଖାତା ଦେଖା। ସକାଳ ୯ଟାରୁ ଖାତା ଦେଖା ଆରମ୍ଭ ହୋଇବା ବେଳେ ୫ଟା ଯାଏ ଚାଲିବ।...

ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ସପ୍ତାହକ ମଧ୍ୟରେ କ୍ଷୟକ୍ଷତି ଆକଳନ

ପୁରୀ ଅଫିସ,୧୬ା୫: ବାତ୍ୟା କ୍ଷତିଗ୍ରସ୍ତ ପୁରୀ ଜିଲାରେ ରିଲିଫ ଏବଂ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ବୁଧବାର ଅପରାହ୍ନରେ...

୧୦ ଦଫା ଦାବିରେ ବାଣୀବିହାର ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, କୁଳପତିଙ୍କୁ ଘେରିଲେ ଛାତ୍ରୀଛାତ୍ର

ଭୁବନେଶ୍ୱର, ୧୬।୯(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟରେ ସୋମବାର ଛାତ୍ର ଉତ୍ତେଜନା ଦେଖାଦେଇଛି। ୧୦ ଦଫା ଦାବି ନେଇ ଛାତ୍ରୀଛାତ୍ର ତାତିଛନ୍ତି। ଏ ନେଇ ସେମାନେ କୁଳପତିଙ୍କୁ ତାଲା...

ବିପଦରେ ବାଘ, ଏସ୍‌ଟିଏଫ୍‌ ଧରିଲାଣି ୨୭ ଛାଲ

ଭୁବନେଶ୍ୱର,(ବ୍ୟୁରୋ)/ଦାରିଙ୍ଗବାଡ଼ି/ବାଲିଗୁଡ଼ା, ୧୧।୪ (ଡି.ଏନ୍‌.ଏ): ରାଜ୍ୟରେ ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣ ବେଧଡ଼କ ଚାଲିଛି। ଯେତେ ଚଢ଼ାଉ ହେଉଛି, ସେତେ ଧରାପଡୁଛି। ବିଶେଷକରି ବାଘ ବଂଶ...

ଅନ୍ତର୍ଜାତୀୟ ‘ମହିଳା ସୁରକ୍ଷା ସମ୍ମିଳନୀ’ : ଭାରତରୁ ପ୍ରତିନିଧିତ୍ୱ କରିବେ ଓଡ଼ିଶାର ସୋନାକ୍ଷୀ

ଭୁବନେଶ୍ୱର, ୨୯ା୫(ବ୍ୟୁରୋ): ଆମେରିକାର କାନାଡ଼ାସ୍ଥିତ ଭାଙ୍କୋଭରଠାରେ ହେବାକୁ ଥିବା ‘ମହିଳା ସୁରକ୍ଷା ସମ୍ମିଳନୀ’ରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶାର ସୋନାକ୍ଷୀ ମଲ୍ଲ ମନୋନୀତ ହୋଇଛନ୍ତି। ଆସନ୍ତା...

ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧିପାଉଛି : ମନ୍ତ୍ରୀ

ଭୁବନେଶ୍ୱର, ୮।୩(ବ୍ୟୁରୋ): ଓଡ଼ିଶା ଗତ ୧୦୦ ବର୍ଷରେ ଛୋଟବଡ଼ ୧୩୫ଥର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛି। ଗତ ୨୦ବର୍ଷ ମଧ୍ୟରେ ରାଜ୍ୟ ୩୨ଥର ବନ୍ୟା, ବାତ୍ୟା,...

ଆଜି ପୁଣି ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷା ବାତିଲ

ସମ୍ବଲପୁର,୧୫ା୭(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଗତକାଲି ଏଜୁକେଶନ ଅନର୍ସ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ବେଳେ ଆଜି ପୁଣି ଯୁକ୍ତ ୩ ଶେଷ ବର୍ଷ ଫିଜିକ୍ସ ପ୍ରଶ୍ନପତ୍ର ଲିକ୍‌...

୭ ମେଡିକାଲ କଲେଜର ୭ ବରିଷ୍ଠ ଡାକ୍ତରଙ୍କ ବଦଳି

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅଧୀନ ୭ଟି ମେଡିକାଲ କଲେଜର ୭ଜଣ ପ୍ରଫେସର ଏବଂ ସହକାରୀ ପ୍ରଫେସରଙ୍କର ଗୁରୁବାର ବଦଳି କରାଯାଇଛି। ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜର...

Advertisement
Archives

Model This Week