Posted inଖେଳ

ଏନ୍‌ବିଏ୍‌: ଦ୍ୱିତୀୟ ମ୍ୟାଚ୍‌ ବି ଜିତିଲା ଇଣ୍ଡିଆନା ପେସର୍ସ

ମୁମ୍ବାଇ,୬।୧୦(ପି.ଟି.)- ଆମେରିକାର ହାଇପ୍ରୋଫାଇଲ ବାସ୍କେଟବଲ ଲିଗ ଏନ୍‌ବିଏ (ନ୍ୟାଶନାଲ ବାସ୍କେଟବଲ୍‌ ଆସୋସିଏଶନ) ଭାରତରେ ପଦାର୍ପଣ କରିଥିବା ବେଳେ ଶନିବାର ଏହାର ଦ୍ୱିତୀୟ ମ୍ୟାଚ୍‌ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଥିବା ଇଣ୍ଡିଆନା ପେସର୍ସ ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ବାଜି ମାରିଛି। ଶୁକ୍ରବାର ଖେଳାଯାଇଥିବା କଡ଼ା ସଂଘର୍ଷପୂର୍ଣ୍ଣ ପ୍ରଥମ ମ୍ୟାଚ୍‌ରେ ଇଣ୍ଡିଆନା ପେସର୍ସ ୧୩୨-୧୩୧ରେ ପ୍ରତିପକ୍ଷ ସାକ୍ରାମୋଣ୍ଟ୍ରୋ କିଙ୍ଗ୍ସକୁ ପରାସ୍ତ କରିଥିଲା। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁଙ୍କ ଉପସ୍ଥିତିରେ ଦ୍ୱିତୀୟ ମ୍ୟାଚ୍‌କୁ ଇଣ୍ଡିଆନ ୧୩୦-୧୦୬ ବ୍ୟବଧାନରେ ଅତି ସହଜରେ ହାତେଇ ନେଇଛି। ସାରା ମ୍ୟାଚ୍‌ରେ
ଇଣ୍ଡିଆନା ପ୍ରଭାବ ବିସ୍ତାର କରି ଖେଳିଥିଲା। ୪ଟି ଯାକ କ୍ୱାର୍ଟରରେ ଇଣ୍ଡିଆନା ଦମ୍‌ଦାର ପ୍ରଦର୍ଶନ କରିଥିଲା। ଏହି ଦୁଇଟି ମୁକାବିଲା ପ୍ରି ସେସନ ମ୍ୟାଚ୍‌ ଥିଲା। ଏନ୍‌ବିଏର ଆଗାମୀ ସେସନ ଅକ୍ଟୋବର ୨୨ ତାରିଖରେ ଆରମ୍ଭ ହେବ।
ଇଣ୍ଡିଆନା ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ତାରକାମାନଙ୍କ ମଧ୍ୟରେ ଅଲିଜ ଜନସନ ୧୭, ଜାକର ସାମ୍ପସନ ୧୫, ମାଇଲ୍ସ ଟର୍ନର ୧୨, ଜେରେମି ଲାମ୍ବ ୧୧ ପଏଣ୍ଟ ସ୍କୋର କରିଥିଲେ। ସେହିପରି ଏଡମଣ୍ଡ ସମର ଓ ଡୋମାଣ୍ଟାସ ସାବୋନିସ୍‌ ଉଭୟ ୧୦ ପଏଣ୍ଟ ଲେଖାଏ ସ୍କୋର କରିଥିଲେ। ପ୍ରଥମ ମ୍ୟାଚ୍‌ ଭଳି ଦ୍ୱିତୀୟ ମ୍ୟାଚ୍‌ ସେତେଟା ରୋମାଞ୍ଚକ ହୋଇ ନ ଥିଲା। ମ୍ୟାଚ୍‌ ପୂର୍ବରୁ ଇଣ୍ଡିଆନା ଓ ସାକ୍ରାମେଣ୍ଟୋ ଦଳ ସ୍ଥାନୀୟ ଏକ ସିଭିକ୍‌ ସ୍କୁଲରେ ଲିଗାସି ପ୍ରୋଜେକ୍ସର ଶିଳାନ୍ୟାସ କରିଥିଲେ। ବୈଷୟିକ ଉପକରଣ ଦୃଷ୍ଟିରୁ ଏହି ଦୁଇ ଏନ୍‌ବିଏ ଦଳ ୫ଟି ସ୍କୁଲକୁ ସହାୟତା ପ୍ରଦାନ କରିବେ। ଏହା ଦ୍ୱାରା କ୍ରୀଡ଼ା ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବା ସହ ଉନ୍ନତ ବାସ୍କେଟ ବଲ୍‌ କୋର୍ଟ ନିର୍ମାଣ ସହିତ ଭିତ୍ତିଭୂମି ବିକାଶ ଓ ସୁବିଧାସୁଯୋଗ ଯୋଗାଇଦେବାର ସହଯୋଗ କରାଯିବ। ଏହି ମ୍ୟାଚ ଅବସରରେ ଏନ୍‌ବିଏ କିମ୍ବଦନ୍ତୀ ଡିକେମ୍ବେ ମୁଟୋମ୍ବୋ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

ବିଶ୍ୱକପରେ ସବୁଠୁ ଅଧିକ ଛକା ଏହି ଖେଳାଳିଙ୍କ ନାଁରେ, ଜାଣନ୍ତୁ ଟପ୍‌ ୫ରେ କିଏ କିଏ…

ନୂଆଦିଲ୍ଲୀ,୨୮।୯: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବିଶ୍ୱର ବିଭିନ୍ନ କ୍ରିକେଟ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଦଳ ମଧ୍ୟ ଏକ ଶକ୍ତିଶାଳୀ ଟିମ ଗଠନ…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

ରେକର୍ଡ ଭାଙ୍ଗିବା ପରେ ମୁହଁ ଖୋଲିଲେ କୋହଲି, ଗିଲ୍‌ଙ୍କ କ୍ୟାପ୍ଟେନ୍ସିକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୮ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ମାତ୍ର ୮୮ ବଲ୍‌ରୁ ୧୩୯ ରନ୍‌ର…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?