Posted inଜାତୀୟ

ଏନ୍‌ଡିଏରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇ ପାରନ୍ତି ପାଓ୍ବାର

ନୂଆଦିଲ୍ଲୀ,୨୪।୧୧: ମହାରାଷ୍ଟ୍ର ମହାଭାରତର ଅଭେଦ୍ୟ ଦୁର୍ଗକୁ ପଶିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ ବୋଲି କୁହାଯାଉଛି। ଗୋଟିଏ ପଟେ ଏନ୍‌ସିପି ନେତା ଅଜିତ ପାଓ୍ବାର ଭାରତୀୟ ଜନତା ପାର୍ଟି(ଭାଜପା) ସହ ମିଶି ସରକାର ଗଢୁଥିବା ବେଳେ ଅନ୍ୟପଟେ ଏନ୍‌ସିପି ମୁଖ୍ୟ ଏହାକୁ ନେଇ ଚୁପ୍‌ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏବେ ରାଜନୈତୀକ ମହଲରେ ଆଲୋଚନା ହେଉଛି କି ୨୦୨୨ରେ ଶରଦ ପାଓ୍ବାରଙ୍କୁ ଏନ୍‌ଡିଏ ଏକ ବଡ ଉପହାର ଦେବାକୁ ଯାଉଛି। ତାହାହେଲା ଏନ୍‌ଡିଏ ୨୦୨୨ରେ ଶରଦ ପାଓ୍ବାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିପାରେ। କେବଳ ସେତିକି ନୁହେଁ ଶରଦଙ୍କ ଝିଅ ସୁପ୍ରିୟା ସୁଲେ ମଧ୍ୟ ଖୁବ୍‌ଶୀଘ୍ର ଭାଜପାରେ ଯୋଗ ଦେବେ ବୋଲି ଆଲୋଚନା ହେଉଛି। ତେଣୁ ଏବେ ଶରଦ ପାଓ୍ବାର ଭାଜପା ବିପକ୍ଷରେ ଏତେଟା ଶକ୍ତ ହୋଇ ପାରୁ ନାହାଁନ୍ତି ବୋଲି ଆଲୋଚନା ହେଲାଣି। ଆଲୋଚନା ହେଉଛି କି ସଂଘ ପରିବାରକୁ ନେଇ ୪୩ ପୁସ୍ତକ ଲେଖି ସାରିଥିବା ନାଗପୁରର ସଂଘ ବିଚାରକ ଦିଲ୍ଲୀପ ଦେଓଘର ମହାରାଷ୍ଟ୍ରର ସମ୍ପୂର୍ଣ୍ଣ ରାଜନୈତିକ ଘଟଣା କ୍ରମର ଟିପ୍ପଣୀ କରି ଦାବି କରିଛନ୍ତି, ମହାରାଷ୍ଟ୍ରରେ ଫଡନବିସ ସରକାର ଗଠନ ଉପରେ ଶରଦ ପାଓ୍ବାର ଜାଣିଶୁଣି ଚୁପ୍‌ ରହିଛନ୍ତି। ଆଉ ଶରଦ ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ଦିଲ୍ଲୀପ କୁଆଡେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ଉପରେ କଲେଜ ଛାତ୍ରୀଙ୍କୁ ଛୁରା ମାଡ଼ କଲେ ପ୍ରେମିକ

ଚେନ୍ନାଇ,୨୩।୯: କଲେଜ ଯାଉଥିବା ବେଳେ ଜଣେ ୨୧ ବର୍ଷୀୟା ଛାତ୍ରୀଙ୍କୁ ତାଙ୍କ ପ୍ରେମିକ ଛୁରି ଭୁଷି ହତ୍ୟା କରିଛନ୍ତି। ଚେନ୍ନାଇର ତାମ୍ବାରାମ ରେଲଓ୍ବେ ଷ୍ଟେଶନ ବାହାରେ...

ଉଦ୍ଧବଙ୍କ ଆଗରେ ୫ ଆହ୍ବାନ: ମେଣ୍ଟ ସଦସ୍ୟଙ୍କ ମଧ୍ୟରେ ରଖିବାକୁ ହେବ ସନ୍ତୁଳନ !

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଶିବସେନା-ଏନ୍‌ସିପି-କଂଗ୍ରେସର ମେଣ୍ଟ ସରକାର ଗଠନ ହେବାକୁ ଯାଉଛି। ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସମ୍ମୁଖରେ ୫ଟି ମୁଖ୍ୟ ଆହ୍ବାନ ଦେଖାଦେବ...

ଓ୍ବାସିମ୍‌ ରିଜଭି ଇସଲାମ ଛାଡ଼ି ହିନ୍ଦୁଧର୍ମ ଗ୍ରହଣ କଲେ…

ନୂଆଦିଲ୍ଲୀ,୬।୧୨: ଶିଆ ୱାକଫ ବୋର୍ଡର ପୂର୍ବତନ ଚେୟାରମ୍ୟାନ ୱାସିମ ରିଜଭି ଇସଲାମ ଛାଡି ସୋମବାର ହିନ୍ଦୁଧର୍ମରେ ଦୀକ୍ଷିତ ହୋଇଛନ୍ତି। କୁରାନର ଆୟତଗୁଡ଼ିକୁ ହଟାଇବା ପାଇଁ ସୁପ୍ରିମକୋର୍ଟରେ...

ସନ୍ଧ୍ୟା ୬ଟାରେ ଦେଶକୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ,୨୦ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ମଙ୍ଗଳବାର ସେ ନିଜେ ଟୁଇଟ୍ କରି ଏହି ସୂଚନା...

ଆସନ୍ତା ନିର୍ବାଚନରେ ସମସ୍ତ ୧୫ ଆସନରେ ଲଢିବ ଜେଡି(ଏସ୍‌)

ବେଙ୍ଗାଲୁରୁ,୨୧।୯: କର୍ନାଟକରେ ହେବାକୁଥିବା ଆସନ୍ତା ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୈତିକ ବାତାବରଣ ହେଲାଣି ସରଗରମ। ତେବେ ଏଥର ଜେଡି(ଏସ୍‌) ସମସ୍ତ ୧୫ଟି ଆସନରେ ଏକାକି...

ନିର୍ବାଚନ ଫଳାଫଳ ଘୋଷଣାକୁ ପୂରିଲା ମାସେ: ଭାଜପା ୨୦୨୪ ପାଇଁ କରୁଛି ଯୋଜନା; କଂଗ୍ରେସ ଅଧ୍ୟକ୍ଷ ପଦ ଏବଂ ମନ୍ଥନରେ ବ୍ୟସ୍ତ

ନୂଆଦିଲ୍ଲୀ, ୨୩।୬: ଲୋକ ସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଭାଜପା ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ ହୋଇଛି। ମେ ୨୩ରେ ଫଳାଫଳ ପ୍ରକାଶ...

ଦିନ ୨ଟା ୨୦ରେ ଶପଥ ନେବେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ, ଉପସ୍ଥିତ ରହିବେ ଶାହା, ଶିବରାଜ

ଗାନ୍ଧିନଗର,୧୩ ।୯: ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ବଛା ଯାଇଥିବା ଭୁପେନ୍ଦ୍ର ପଟେଲ ସୋମବାର ଦିନ ୨ଟା ୨୦ରେ ଶପଥ ନେବେ ବୋଲି ଜଣାପଡିଛି । ଏହାର...

ଉତ୍ତରପ୍ରଦେଶ ଉପନିର୍ବାଚନ: ରାମପୁରରୁ ଧରା ପଡ଼ିଲେ ସମାଜବାଦୀ ପାର୍ଟିର ୭ ନକଲି ଏଜେଣ୍ଟ

ଲକ୍ଷ୍ନୌ,୨୧।୧୦: ଉତ୍ତରପ୍ରଦେଶରେ ୧୧ଟି ବିଧାନସଭା ଆସନ ପାଇଁ ସୋମବାର ମତଦାନ ଜରି ରହିଛି। ରାମପୁର ବିଧାନସଭା ଆସନର ବିଭିନ୍ନ ମତଦାନ କେନ୍ଦ୍ରରୁ ୭ ଜଣ ନକଲି...

Advertisement
Archives

Model This Week