ଏନ୍‌ଜେନ ମନମୁଖି କାର୍ଯ୍ୟକୁ ନେଇ ତେଜୁଛି ଅସନ୍ତୋଷ: ଉପଭୋକ୍ତାଙ୍କ ଉପରେ ବଢ଼ୁଛି ବିଦ୍ୟୁତ୍‌ ବୋଝ

ତାଳଚେର, ୨୬ା୬ – କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ ଓ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିକୁ ନେଇ ତାଳଚେର ବିଦ୍ୟୁତ୍‌ ସେବାରେ ସୃଷ୍ଟି ହୋଇଛି ବଡ଼ ସଙ୍କଟ। ବିଦ୍ୟୁତ୍‌ ରକ୍ଷଣାବେକ୍ଷଣ ଓ ବିଲ୍‌ ଆଦାୟ ଦାୟିତ୍ୱରେ ଥିବା ଏନ୍‌ଜେନ କମ୍ପାନୀର ଚାଇଁପାଳ ଡିଭିଜନରେ କାର୍ଯ୍ୟରତ ୧୪ଟି ସେକ୍ସନର ୩୯୩ କର୍ମଚାରୀ ୨ ମାସ ହେଲା ଆନ୍ଦୋଳନ ଚଳାଇଥିବାରୁ ସେବା ଯୋଗାଣଠାରୁ ଆରମ୍ଭ କରି ବିଲ୍‌ ଆଦାୟ ଯାଏ ସବୁକିଛି ଅବ୍ୟବସ୍ଥିତ ହୋଇପଡ଼ିଛି। ବିଶେଷକରି କାଳ ବୈଶାଖୀ ଯୋଗୁ ବହୁ ସ୍ଥାନରେ ବିଦ୍ୟୁତ୍‌ ଚାର୍ଜ ବିଚ୍ଛିନ୍ନ ରହିଥିଲେ ବି ପୁନଃ ସଂଯୋଗ କରାଯାଉ ନାହିଁ। ଫଳରେ ଶହ ଶହ ଉପଭୋକ୍ତାଙ୍କ ପରିବାର ଓ ବ୍ୟବସାୟୀ ବିନା ବିଜୁଳିରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ୩ ମାସ ହେଲା ମିଟର ରିଡିଂ କରାଯାଉ ନାହିଁ କି ଉପଭୋକ୍ତାଙ୍କୁ ବିଲ୍‌ ଦିଆଯାଉ ନାହିଁ। ଅଭିଯୋଗ କରିବାକୁ ଏନ୍‌ଜେନ ଅଫିସକୁ ଗଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। କାରଣ କର୍ମଚାରୀମାନେ ସେଠାରେ ତାଲା ଝୁଲାଇ ଦେଇଥିବାରୁ ଅଭିଯୋଗକାରୀଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ୁଛି। ଅସୁବିଧା ସମ୍ପର୍କରେ କର୍ମଚାରୀମାନେ ଶୁଣୁ ନ ଥିବା ବେଳେ ସେସୁ କର୍ତ୍ତୃପକ୍ଷ କର୍ଣ୍ଣପାତ ନ କରି ଏନ୍‌ଜେନ ଉପରକୁ ଦାୟିତ୍ୱ ଠେଲି ଦେଉଛନ୍ତି। ଏପରି ସ୍ଥଳେ ପ୍ରଶାସନ ଉପଭୋକ୍ତାଙ୍କ ଶେଷ ଭରସା ହୋଇଥିଲେ ବି ଅଧିକାରୀମାନେ ଏନ୍‌ଜେନ କର୍ତ୍ତୃପକ୍ଷଙ୍କ ପରି ନୀରବଦ୍ରଷ୍ଟା ହୋଇ ବସିଯାଇଛନ୍ତି। ଜନପ୍ରତିନିଧିମାନେ ମଧ୍ୟ ଜନତାଙ୍କ ଦୁଃଖ ଦୂର ପାଇଁ କୌଣସି ଉଦ୍ୟମ କରୁ ନ ଥିବା ଅଭିଯୋଗ ବଢ଼ିବାରେ ଲାଗିଛି। ବିଦ୍ୟୁତ୍‌ ସେବାରେ ଏପରି ଅବ୍ୟବସ୍ଥାକୁ ନେଇ ଗୋଟିଏ ପଟେ ସରକାରଙ୍କ ରାଜସ୍ବ କ୍ଷତି ବଢ଼ି ଚାଲିଥିବା ବେଳେ ଅନ୍ୟପଟେ ଅନାଦାୟ ଦେୟ ଉପଭୋକ୍ତାଙ୍କ ଉପରେ ଏବେ ବୋଝ ହୋଇଚାଲିଛି। କେଉଁ କାରଣ ପାଇଁ ଏନଜେନ, ପ୍ରଶାସନ ଓ ଜନପ୍ରତିନିଧିମାନେ ସମସ୍ୟାର ସମାଧାନ କରୁନାହାନ୍ତି ଓ ଏହା ପଛରେ କି ଉଦ୍ଦେଶ୍ୟ ରହିଛି ତାହାକୁ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

(ମନୋଜ ନନ୍ଦ)


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍‌ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍‌

ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା…

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ…

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…

ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ RI, ଝରକା ବାହାରକୁ ଫିଙ୍ଗି ଦେଲେ ଟଙ୍କା

ଅନୁଗୋଳ,୮ା୧: ଜମି ଚିହ୍ନଟ ପାଇଁ ଲାଞ୍ଚ ନେଉଥିବା ବେଳେ ଧାରା ପଡିଲେ ରାଜସ୍ବ ନିରୀକ୍ଷକ(RI)। ଗୁରୁବାର ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲ ଅନ୍ତର୍ଗତ ତୁସର RI ସର୍କଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri