Posted inଜାତୀୟ

ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର,୨୩ା୧୦(ପି.ଟି.): ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲା ତ୍ରାଲ ଅଞ୍ଚଳରେ ମଙ୍ଗଳବାର ରାତିରେ ସୁରକ୍ଷା ବଳକୁ ବଡ଼ ସଫଳତା ମିଳିଛି। ସେନା, କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌) ଏବଂ ପୋଲିସର ମିଳିତ ଅପରେଶନ ବେଳେ ୩ ଜୈଶ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଆତଙ୍କବାଦୀ ପାକିସ୍ତାନୀ ବୋଲି ଜଣାପଡ଼ିଛି। ଏନ୍‌କାଉଣ୍ଟର ସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।
କଶ୍ମୀରର ତ୍ରାଲସ୍ଥିତ ଏକ ଘରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ଗୋଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବଳ ପକ୍ଷରୁ ମିଳିତ ଭାବେ ତଲାସି ଅଭିଯାନ ଚାଲିଥିଲା। ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଯବାନଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। କେନ୍ଦ୍ର ସରକାର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପାଇଁ ନିଷ୍ପତ୍ତି ନେବା ପରେ ଅଗଷ୍ଟରେ ଏହି ଆତଙ୍କବାଦୀମାନେ ତ୍ରାଲରେ ଗୁଜ୍ଜର ସମ୍ପ୍ରଦାୟର ଦୁଇଭାଇଙ୍କୁ ହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟକୁ ଅନୁମତି

ନୂଆଦିଲ୍ଲୀ,୧୮ା୪(ପି.ଟି.): କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ପ୍ରଧାନମନ୍ତ୍ରୀ ଦ୍ୱିତୀୟ ପର୍ଯ୍ୟାୟରେ ମେ’ ୩ ପର୍ଯ୍ୟନ୍ତ ଲକ୍‌ଡାଉନ ବଢ଼ାଇଥିବାବେଳେ ୨୦ ତାରିଖରୁ ଗ୍ରାମାଞ୍ଚଳରେ ବିଭିନ୍ନ ଅର୍ଥନୈତିକ...

ଇଡି, ସିବିଆଇକୁ ଅସ୍ତ୍ର କରୁଛି କେନ୍ଦ୍ର

ନୂଆଦିଲ୍ଲୀ, ୨୪।୨ (ଆଇଏଏନ୍‌ଏସ୍‌): ପୁଡ଼ୁଚେରୀରେ କଂଗ୍ରେସ ସରକାର ଭାଙ୍ଗିବା ପରେ ବର୍ଷକ ମଧ୍ୟରେ ଏହି ଦଳ ଦୁଇଟି ରାଜ୍ୟରେ କ୍ଷମତା ହରାଇଛି। ଏହା ପୂର୍ବରୁ ମଧ୍ୟପ୍ରଦେଶରେ...

୧୯ % ଘରେ ବ୍ୟବହାର ହେଉନି ଶୌଚାଳୟ

ନୂଆଦିଲ୍ଲୀ,୧୨।୫: ନ୍ୟାଶନାଲ୍‌ ଫ୍ୟାମିଲି ହେଲ୍‌ଥ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌) ରିପୋର୍ଟ ଅନୁସାରେ ଦେଶରେ ୧୯ ପ୍ରତିଶତ ଲୋକ ଘରେ ଶୌଚାଳୟ ବ୍ୟବହାର କରୁନାହାନ୍ତି। ଅର୍ଥାତ୍‌ ସେମାନେ ବର୍ତ୍ତମାନ...

ନେତାଙ୍କ ‘ରାକ୍ଷୀ’ ଚର୍ଚ୍ଚା

ଲକ୍ଷ୍ନୌ, ୨୧ା୯: ରାଜନେତାଙ୍କ ମୁହଁରେ ବଲିଉଡ୍‌ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି। ଆମ୍‌ ଆଦ୍‌ମୀ ପାର୍ଟି ନେତା ରାଘବ ଚଢ଼ାଙ୍କ...

ଜୁଲାଇ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଫଡନବିଶ

ମୁମ୍ବାଇ,୩୦ ।୬: ଗଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଆସନ । ବୁଧବାର ପର୍ଯ୍ୟନ୍ତ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିବା ବେଳେ ଗୁରୁବାର ସକାଳୁ ସେ...

ଖୋଲିବ ସେଲୁନ, ଚାଲିବ ବସ୍‌

କୋଲକାତା,୨୮।୬: ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ହେଲେ ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ରାଜ୍ୟରେ କୋଭିଡ କଟକଣାକୁ...

ମୁଖ୍ୟମନ୍ତ୍ରୀଙ୍କ ଘରେ ପହଞ୍ଚିଲା କରୋନା

ରାଞ୍ଚି,୧।୮: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବେକାବୁ ହେବାରେ ଲାଗିଛି। ଧନୀ ହୁଅନ୍ତୁ କି ଗରିବ, ଜନତା ହୁଅନ୍ତୁ କି ନେତା ସମସ୍ତେ ଏବେ...

ଜେଲ ଜୀବନ: କ୍ରିକେଟର, କମେଣ୍ଟେଟର ପରେ ଏବେ କ୍ଲର୍କ ସିଦ୍ଧୁ, ମିଳିବ ନାହିଁ ୩ ମାସର ପାରିଶ୍ରମିକ

ଚଣ୍ଡିଗଡ଼,୨୫ ।୫: ପଞ୍ଜାବର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ କ୍ରିକେଟର, କମେଣ୍ଟେଟର ପରେ ଏବେ କ୍ଲର୍କ ହୋଇଯାଇଛନ୍ତି । ୩୪ ବର୍ଷ ପୂର୍ବର...

Advertisement
Archives

Model This Week