Posted inଜାତୀୟ

ଏନ୍‌ଆର୍‌ସିରୁ ଆଉ ଲକ୍ଷେ ବାଦ୍‌ ପଡ଼ିଲେ

ଗୁଆହାଟୀ,୨୭ା୬(ପି.ଟି.) :ଆସାମ ସରକାରଙ୍କ ପକ୍ଷରୁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ପ୍ରକାଶ ପାଇଛି। ଏଥିରୁ ଆଉ ଲକ୍ଷାଧିକ ଲୋକ ବାଦ୍‌ ପଡ଼ିଛନ୍ତି। ଗତବର୍ଷ ଜୁଲାଇ ୩୦ରେ ପ୍ରକାଶିତ ଏନ୍‌ଆର୍‌ସି ଚିଠାରୁ ଆସାମର ୪୦ ଲକ୍ଷ ଲୋକଙ୍କୁ ବାଦ୍‌ ଦିଆଯାଇଥିବାବେଳେ ଏହାକୁ ନେଇ ବିବାଦ ଉଠିଥିଲା। ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ସମୀକ୍ଷା କରାଯାଇ ଏବେ ଅତିରିକ୍ତ ଭାବେ ଆହୁରି ୧୦୨,୪୬୨ ଜଣଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ଆସାମର ଏନ୍‌ଆର୍‌ସି ସଂଯୋଜକଙ୍କ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ୨୦୧୮ ଜୁଲାଇ ୩୦ରେ ପ୍ରକାଶିତ ଚିଠା ତାଲିକାରେ ସ୍ଥାନିତ ବ୍ୟକ୍ତିଙ୍କ ମଧ୍ୟରୁ ୧,୦୨,୪୬୨ ଜଣଙ୍କୁ ବିଭିନ୍ନ କାରଣରୁ ଅଯୋଗ୍ୟ ଘୋଷଣା କରାଯାଇଛି। ଲୋକାଲ ରେଜିଷ୍ଟ୍ରାର୍‌ ଅଫ୍‌ ସିଟିଜେନ୍ସ ରେଜିଷ୍ଟ୍ରେଶନ୍ସ (ଏଲ୍‌ଆର୍‌ସିଆର୍‌)ଙ୍କ ପକ୍ଷରୁ ଚାଲିଥିବା ଯାଞ୍ଚ ପ୍ରକ୍ରିୟାରେ ଏମାନଙ୍କୁ ଚିହ୍ନଟ କରାଯାଇଛି। ଆସାମରେ ବେଆଇନ ଭାବେ ବସବାସ କରୁଥିବା ପ୍ରବାସୀଙ୍କୁ ଚିହ୍ନଟ କରିବା ପାଇଁ ୧୯୫୧ ପରେ ପ୍ରଥମଥର ପାଇଁ ତାଲିକା ପ୍ରସ୍ତୁତ କରାଯାଉଛି। ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ କରାଯାଉଛି। ଏହାର ଚୂଡ଼ାନ୍ତ ତାଲିକା ଜୁଲାଇ ୩୧ରେ ପ୍ରକାଶ ପାଇବ। କେଉଁମାନଙ୍କୁ କାହିଁକି ବାଦ୍‌ ଦିଆଯାଇଛି ସେସମ୍ପର୍କିତ ତଥ୍ୟ ଏନ୍‌ଆର୍‌ସି ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ କରାଯାଇଛି ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପତ୍ର ଜରିଆରେ ଅବଗତ କରାଯିବ। ବାଦ୍‌ ପଡ଼ିଥିବା ବ୍ୟକ୍ତି ଏନ୍‌ଆର୍‌ସି ସେବାକେନ୍ଦ୍ର, ଡେପୁଟି କମିଶନରଙ୍କ କାର୍ଯ୍ୟାଳୟ, ସବ୍‌ଡିଭିଜନାଲ ଅଫିସ ଓ ସର୍କଲ ଅଫିସରେ ମଧ୍ୟ ଏ ସଂକ୍ରାନ୍ତ ସୂଚନା ପାଇପାରିବେ। ବାଦ୍‌ ପଡ଼ିଥିବା ବ୍ୟକ୍ତି ଏଥିରେ ଅନ୍ତର୍ଭୁକ୍ତ ହେବା ପାଇଁ ନିଜ ଦାବି ଜଣାଇପାରିବେ। ଜୁଲାଇ ୫ରୁ ଏହା ଆରମ୍ଭ ହେବ। ପ୍ରକାଶ ଯେ, ୩.୨୯ କୋଟି ଲୋକ ଏନ୍‌ଆର୍‌ସିରେ ସାମିଲ ପାଇଁ ଆବେଦନ କରିଥିବାବେଳେ ୨.୯ କୋଟି ଯୋଗ୍ୟ ବିବେଚିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

ଦିଲ୍ଲୀ ପୋଲିସ ନାଁରେ ଗୁରୁତର ଅଭିଯୋଗ, ଝିଅମାନଙ୍କୁ ପ୍ରବଳ ମାଡ଼….

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀ ପୋଲିସ ନାଁରେ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ଦାଖଲ ହୋଇଛି । ୨୦ ଜୁଲାଇରେ ଜନ୍ତର ମନ୍ତରରେ ବିକ୍ଷୋଭ କରୁଥିବା ଛାତ୍ରମାନଙ୍କ ବିରୁଦ୍ଧରେ ଦିଲ୍ଲୀ…

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଲେ ସୋନମ ୱାଙ୍ଗଚୁକ୍, ଅନଶନ ସମାପ୍ତ କରିବାକୁ ରଖିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଛନ୍ତି ସୋନମ ୱାଙ୍ଗଚୁକ୍ । ଅନଶନ ସମାପ୍ତ କରିବା ପାଇଁ କେତେକ ଦାବି ଉପସ୍ଥାପନ କରିଛନ୍ତି । ଆତ୍ମହତ୍ୟା ଦ୍ୱାରା ମୃତ୍ୟୁବରଣ…

ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri