Posted inଫୁରସତ

ଏଥର ପର୍ଯ୍ୟଟନରେ ବାରାଣସୀ ଦୁର୍ଗା ମନ୍ଦିର: ଜାଣନ୍ତୁ କେବେ, କେମିତି ଯିବେ

ଉତ୍ତରପ୍ରଦେଶର ବାରାଣସୀଠାରେ ମା’ ଦୁର୍ଗାଙ୍କୁ ସମର୍ପିତ ଏକ ମନ୍ଦିର ରହିଛି, ଯାହାକୁ କେହି କେହି ଦୁର୍ଗା ମନ୍ଦିର ତ ଆଉ କେହି ଦୁର୍ଗା କୁଣ୍ଡ ମନ୍ଦିର ବୋଲି କହିଥାନ୍ତି। ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ରାଣୀ ଭବାନୀ ନାମ୍ନୀ ଜଣେ ବଙ୍ଗୀୟ ମହାରାଣୀଙ୍କ ଦ୍ୱାରା ଅଷ୍ଟାଦଶ ଖ୍ରୀଷ୍ଟାବ୍ଦ ସମୟରେ ଏହି ମନ୍ଦିରଟି ନିର୍ମିତ ହୋଇଥିଲା।
ମା’ଙ୍କ ଆବିର୍ଭାବକୁ ନେଇ ଲୋକକଥା

ମା’ଙ୍କ ଆବିର୍ଭାବକୁ ନେଇ ଅନେକ ଲୋକକଥା ଶୁଣିବାକୁ ମିଳିଥାଏ। ତନ୍ମଧ୍ୟରୁ ଗୋଟିଏ ହେଉଛି : ଆଜକୁ ବହୁ ବର୍ଷ ପୂର୍ବେ ବାରାଣସୀର ଜନୈକ ରାଜା ନିଜ ପୁତ୍ରୀଙ୍କର ବିଭାଘର ପାଇଁ ସ୍ବୟଂମ୍ବର ସଭାର ଆୟୋଜନ କରିଥିଲେ। କିନ୍ତୁ ଯେତେବେଳେ ରାଜା ଜାଣିଲେ ତାଙ୍କ ପୁତ୍ରୀ କାହାକୁ ଭଲ ପାଉଛନ୍ତି ବୋଲି, ସେତେବେଳେ ସିଏ ଗୁପ୍ତରେ ତାଙ୍କ ପୁତ୍ରୀଙ୍କର ସେହି ଯୁବକଙ୍କ ସହ ବିବାହ କରାଇଦେଲେ। ହେଲେ ଏକଥା ସ୍ବୟଂମ୍ବରକୁ ଆମନ୍ତ୍ରିତ ହୋଇ ଆସିଥିବା ରାଜାମାନେ ଜାଣିଲା ପରେ କ୍ରୋଧ କଲେ। ଆଉ ବାରାଣସୀ ରାଜାଙ୍କ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଲେ। ଏଭଳି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ବାରାଣସୀ ରାଜାଙ୍କ ଜ୍ୱାଇଁ ମା’ ଦୁର୍ଗାଙ୍କୁ ସ୍ମରଣ କରିବାରୁ ମା’ ଉଭା ହୋଇ ଯୁଦ୍ଧରେ ବାରାଣସୀ ରାଜାଙ୍କୁ ଜିତାଇଥିଲେ। ସେହିଦିନଠାରୁ ବାରାଣସୀ ରାଜା ମା’ ଦୁର୍ଗାଙ୍କର ପୂଜାର୍ଚ୍ଚନା କରିଆସୁଥିଲେ। ପରବର୍ତ୍ତୀ ସମୟରେ ସେଠାରେ ମା’ ଦୁର୍ଗାଙ୍କର ଏକ ବଡ଼ ମନ୍ଦିର ନିର୍ମାଣ କରାଯାଇଥିଲା, ଯାହାକୁ ରାଣୀ ଭବାନୀ ନାମ୍ନୀ ଜଣେ ବଙ୍ଗୀୟ ମହାରାଣୀ ତିଆରି କରିଥିଲେ ବୋଲି ସୂଚନା ରହିଛି।

ମନ୍ଦିରର କାରୁକାର୍ଯ୍ୟ
କୁହାଯାଏ, ଉତ୍ତର ଭାରତୀୟ ନାଗର ଶୈଳୀରେ ନିର୍ମିତ ହୋଇଥିବା ଏହି ମନ୍ଦିରରେ ମା’ ଦୁର୍ଗା ‘ଯନ୍ତ୍ର’ ରୂପରେ ବିରାଜିତା। ସେହିପରି ମନ୍ଦିର ମଧ୍ୟରେ ମା’ଙ୍କର ଏକ ପ୍ରତିମା ମଧ୍ୟ ରହିଛି, ଯାହାର ରଙ୍ଗ ଈଷତ୍‌ ଲାଲ୍‌। ଖାସ୍‌ ସେଥିପାଇଁ ମନ୍ଦିରର ବାହାର ପାର୍ଶ୍ୱରେ ବି ଲାଲ୍‌ ଗେରୁ ରଙ୍ଗ ଦିଆଯାଇଛି। ମା’ ଦୁର୍ଗାଙ୍କ ବ୍ୟତୀତ ଏଠାରେ ବାବା ଭୈରବନାଥ, ମାତା ଲକ୍ଷ୍ମୀ, ମାତା ସରସ୍ବତୀ, ମାତା କାଳୀଙ୍କର ଛୋଟ ଛୋଟ ମୂର୍ତ୍ତିକୁ ବି ପୂଜା କରାଯାଇଥାଏ। ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ସମୟରେ ଭକ୍ତଗଣ ଏଠାକୁ ଆସି ମା’ଙ୍କୁ ଦର୍ଶନ କରିବା ସହ ଭୋଗ ଲାଗି କରିଥାନ୍ତି। କେହି କେହି ଏଠାରେ ତନ୍ତ୍ର ପୂଜା ବି କରାଇଥାନ୍ତି। ତା’ଛଡ଼ା ମନ୍ଦିର ଭିତରେ ଥିବା ଯଜ୍ଞ କୁଣ୍ଡରେ ପ୍ରତିଦିନ ଯଜ୍ଞ ହେଉଥିବାର ଦୃଶ୍ୟ ଏକ ଭକ୍ତିର୍ପୂ୍‌ଣ୍ଣ ପରିବେଶ ସୃଷ୍ଟି କରିଥାଏ।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ଭକ୍ତଙ୍କର ଯା’ଆସ ଲାଗି ରହିଥାଏ। ତେବେ ପ୍ରତି ମଙ୍ଗଳବାର, ଶନିବାର, ନବରାତ୍ରୀ ତଥା ଦଶହରା ସମୟରେ ଏଠାରେ ବହୁ ଜନସମାଗମ ହୋଇଥାଏ। ନବରାତ୍ରୀ ଓ ଦଶହରା ସମୟରେ ଏଠାରେ ସ୍ବତନ୍ତ୍ର ମେଳାର ଆୟୋଜନ ମଧ୍ୟ କରାଯାଇଥାଏ, ଯାହାକୁ ଦେଖିବାକୁ ଦୂରଦୂରାନ୍ତରୁ ପର୍ଯ୍ୟଟକ ବି ଏଠାକୁ ଆସିଥାନ୍ତି। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ମଧ୍ୟ ବେଶ୍‌ ସୁବିଧା ରହିଛି। ଲାଲ୍‌ ବାହାଦୁର ଶାସ୍ତ୍ରୀ ଏୟାର୍‌ପୋର୍ଟ ହେଉଛି ଏଠାକାର ନିକଟତମ ବିମାନବନ୍ଦର। ଅନ୍ୟପକ୍ଷେ ବାରାଣସୀ ଜଙ୍କସନ୍‌ ରେଲଓ୍ବେ ଷ୍ଟେଶନ ହେଉଛି ଏଠାକାର ନିକଟବର୍ତ୍ତୀ ତଥା ମୁଖ୍ୟ ରେଳଷ୍ଟେଶନ। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଉଭୟ ସରକାରୀ ଓ ବେସରକାରୀ ବସ୍‌ ବି ଏଠାକୁ ଯା’ଆସ କରିଥାଏ।
ନିକଟବର୍ତ୍ତୀ ପର୍ଯ୍ୟଟନସ୍ଥଳୀ
ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ମା’ ଦୁର୍ଗାଙ୍କର ଏହି ମନ୍ଦିରକୁ ଦେଖିବା ସହିତ ନିକଟବର୍ତ୍ତୀ ଅଞ୍ଚଳରେ ଆହୁରି ଅନେକ ଦର୍ଶନୀୟ ସ୍ଥାନ ମଧ୍ୟ ଦେଖିପାରିବେ। ଯେମିତି କି ଉକ୍ତ ମନ୍ଦିରଠାରୁ ମାତ୍ର ୨୫୦ ମିଟର ଦୂରରେ ଥିବା ତୁଳସୀ ମାନସ ମନ୍ଦିର, ୭୦୦ ମିଟର ଦୂରରେ ଥିବା ସଙ୍କଟ ମୋଚନ ମନ୍ଦିର ତଥା ଦେଢ କି.ମି. ଦୂରରେ ଥିବା ବନାରସ ହିନ୍ଦୁ ୟୁନିଭର୍ସିଟି ଇତ୍ୟାଦି ଅନ୍ୟତମ।


Enter your email to get our daily news in your inbox.

All Right Reserved By Dharitri.Com

କୁମ୍ବୀରକୁ ଧରି ଫଟୋ ଉଠାଉଥିଲେ କିଛି ବ୍ୟକ୍ତି: ହଠାତ୍‌ ଘଟିଲା ଏମିତି, ଆଉ ତା’ପରେ ଦେଖନ୍ତୁ ଭିଡିଓ

ବିପଦପୂର୍ଣ୍ଣ ଜୀବଙ୍କ ନିକଟକୁ ଯିବାକୁ ଡର ଲାଗେ। ଲୋକମାନେ ଏପରି ଜୀବମାନଙ୍କ ଆଖପାଖକୁ ଯିବାକୁ ଥରନ୍ତି। ଏହିପରି ଜୀବମାନେ କ୍ଷଣିକ ମଧ୍ୟରେ ଲୋକଙ୍କ କ୍ଷତି କରନ୍ତି।...

ଯୌତୁକ ନା ବଜାର: ବିବାହରେ ଉପହାର ମିଳିଲା ଏତେ ଜିତିଷ, ରାଗିଗଲେ ଲୋକେ

ବିବାହରେ ଯୌତୁକ ଦେବା ପରମ୍ପରା ଦୀର୍ଘ ଦିନ ଧରି ଚାଲିଆସୁଛି। ଆଜି ବି ଲୋକମାନେ ଏହି ପରମ୍ପରାକୁ ପ୍ରୋତ୍ସାହିତ କରୁଥିବା ଦେଖାଯାଉଛି। ସୋସିଆଲ ମିଡିଆରେ ଏକ...

ମଦ୍ୟପ ଓ ଅପରାଧୀଙ୍କ ପାଇଁ ନିଯୁକ୍ତି ସୁଯୋଗ, ବିଜ୍ଞାପନ ଦେଲା ଏହି କମ୍ପାନୀ

ହୋବାର୍ଟ,୨୯।୧୧: ଭଲ ଦରମା ସହ ମନ ମୁତାବକ ଚାକିରି ଖଣ୍ଡିଏ ମିଳିଲେ ବ୍ୟକ୍ତ ଯେକେଉଁଠି ଯିବାକୁ ଚାହିଁଥାଏ। ସମ୍ପ୍ରତି, ଏକ ଏଭଳି ଚାକିରିର ବିଜ୍ଞାପନ ସୋସିଆଲ...

କୋବି ପାଇଁ ମର୍ଡର! ବୃଦ୍ଧଙ୍କୁ ପିଟିପିଟି ହତ୍ୟା

ପାଟନା,୨୯।୧୧: ବିହାରର ମୋତିହାରି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। କୋବିକୁ ନେଇ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ମୋତିହାରିରର ଦୁଲମା ପଞ୍ଚାୟତର ଓ୍ବାର୍ଡ-୯ର...

ଇଣ୍ଟର୍ନଶିପରେ କମ୍ପାନୀ କରାଇଲା ଅଧିକ କାମ, ଚାଲିଗଲା ଯୁବକଙ୍କ ଜୀବନ

ବେଜିଂ,୨୯।୧୧: ଇଣ୍ଟର୍ନଶିପ ସମୟରେ ବ୍ୟକ୍ତି କୌଣସି କମ୍ପାନୀରେ କାମ ଶିଖିଥାଏ। ଶୀଘ୍ର କାମ ଶିଖିବା ପରେ ଉକ୍ତ ବ୍ୟକ୍ତିଙ୍କୁ କମ୍ପାନୀ ନିଯୁକ୍ତି ଦେଇ ପାରିବ ବୋଲି...

ଏହି ଦିଗକୁ ମୁହଁ କରି କରନ୍ତୁ ନାହିଁ ଭୋଜନ, ବାସ୍ତୁଶାସ୍ତ୍ରରେ କରାଯାଇଛି ମନା…

ଦିଗ ସମ୍ବନ୍ଧୀୟ ଅନେକ ଜିନିଷକୁ ବାସ୍ତୁଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। କେଉଁ ଦିଗରେ କ’ଣ କରିବା ଉଚିତ ନୁହେଁ ଏବଂ କେଉଁ କାର୍ଯ୍ୟ କରିବା ଶୁଭ ଅଟେ...

ଆୟର୍ଲାଣ୍ଡରେ ସବୁଠୁ ଅଧିକ ଦରମା ପାଉଛନ୍ତି ଭାରତୀୟ ମହିଳା, ଆୟର୍ଲାଣ୍ଡର ମହିଳା ଅଛନ୍ତି ପଛରେ…

ଡବଲିନ,୨୯।୧୧: ଅଧିକ ଦରମା ପାଇବା ପାଇଁ ଭାରୀୟମାନେ ଦେଶ ବାହାରକୁ ଯାଉଛନ୍ତି। କେବଳ ପୁରୁଷ ନୁହେଁ ମହିଳମାନେ ମଧ୍ୟ ଦେଶ ବାହାରକୁ ଯାଇ ବିଭିନ୍ନ ପ୍ରକାର...

୨୪ ଥରରେ ଏମ୍‌ଏସ୍‌ସି ପାସ୍‌

ଭୋପାଳ: ଜଣେ ମଣିଷ କିଛି ହାସଲ କରିବାକୁ ଚାହିଁଲେ, ସେଥିପାଇଁ ତାଙ୍କୁ ବହୁତ ବାଧାବିଘ୍ନ ଦେଇ ଗତି କରିବାକୁ ପଡ଼ିଥାଏ। ଏହାପରେ ସେ ସଫଳତା ପାଇପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri