Posted inଫୁରସତ

ଏଥର ପର୍ଯ୍ୟଟନରେ ‘ଦୁଧ୍‌ଓ୍ବା ରାଷ୍ଟ୍ରୀୟ ଉଦ୍ୟାନ’

ଉତ୍ତରପ୍ରଦେଶର ଲକ୍ଷିମପୁର ଖେରୀ ଜିଲା ଅନ୍ତର୍ଗତ ଏକ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ଦୁଧ୍‌ଓ୍ବା ରାଷ୍ଟ୍ରୀୟ ଉଦ୍ୟାନର ବେଶ୍‌ ନାଁ ରହିଛି। ଏହି ଉଦ୍ୟାନଟି ଭାରତ ଓ ନେପାଳ ସୀମାକୁ ଲାଗି ପ୍ରାୟ ୪୯୦.୩ ବର୍ଗ କି.ମି.ବିଶିଷ୍ଟ ଏକ ବିଶାଳ କ୍ଷେତ୍ର ଉପରେ ଗଢ଼ିଉଠିଛି। ଫଳରେ ଏହାକୁ ଅନେକେ ଉତ୍ତରପ୍ରଦେଶର ଏକ ବଡ଼ ତଥା ସମୃଦ୍ଧ ଜୈବବିବିଧତା କ୍ଷେତ୍ର ବୋଲି କହିଥାନ୍ତି। ଏହା ମୁଖ୍ୟତଃ ବାଘ ଓ ବାରଶିଙ୍ଗାଙ୍କ ପାଇଁ ପ୍ରସିଦ୍ଧି
ଲାଭ କରିପାରିଛି…

ଇତିହାସ: ୧୮୭୯ ମସିହାରେ ଦୁଧ୍‌ଓ୍ବାରେ ବାଘମାନଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଉଥିଲା। ହେଲେ ପରେ ୧୯୫୮ ମସିହାରେ ଏହା ବାରଶିଙ୍ଗାଙ୍କ ସୁରକ୍ଷା ନିମନ୍ତେ ଏକ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ରର ମାନ୍ୟତା ପାଇବା ସହିତ ୧୯୭୭ରେ ରାଷ୍ଟ୍ରୀୟ ଉଦ୍ୟାନର ପରିଚିତି ପାଇଲା। କିନ୍ତୁ ପୁନର୍ବାର ୧୯୮୭ରେ ଏଠାରେ ‘ପ୍ରୋଜେକ୍ଟ ଟାଇଗର’ ଉପରେ ବିଶେଷ ଧ୍ୟାନ ଦିଆଯାଇ କ୍ରିଷ୍ଣାପୁର ବନ୍ୟପ୍ରାଣୀ ଅଭୟାରଣ୍ୟ ଓ କତରନିଆଘାଟ ବନ୍ୟପ୍ରାଣୀ ଅଭୟାରଣ୍ୟର ମିଳିତ ସହଯୋଗରେ ଏହା ଦୁଧ୍‌ଓ୍ବା ଟାଇଗର ରିଜର୍ଭ ଭାବେ ସ୍ବତନ୍ତ୍ର ପରିଚୟ ପାଇଲା।

କେବେ ଯିବେ
ଏଠାରେ ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ଖରା, ଜୁନ୍‌ରୁ ସେପ୍ଟେମ୍ବର ବର୍ଷା ଓ ଅକ୍ଟୋବରରୁ ଫେବୃୟାରୀ ଶୀତଋତୁ ଅନୁଭୂତ ହୋଇଥାଏ। କୁହାଯାଏ, ଖରାଦିନେ ଏଠାରେ କୁଆଡ଼େ ପ୍ରବଳ ଗରମ ହୋଇଥାଏ। ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ବଢ଼ିଯାଏ। ସେହିପରି ବର୍ଷା ବି ଏଠାରେ ଭଲ ହୋଇଥାଏ। ତେଣୁ ଖରା ଓ ବର୍ଷା ସମୟକୁ ଛାଡ଼ି ବାକି ଦିନରେ ଏଠାକୁ ଗଲେ ବୁଲିବାକୁ ସହଜ ଓ ସୁବିଧା ହୋଇଥାଏ। କାରଣ ଏହି ସମୟରେ ଏଠାକାର ତାପମାତ୍ରା ୧୫ରୁ ୨୫ ଡିଗ୍ରୀ ସେଲ୍‌ସିୟସ୍‌ ଭିତରେ ରହିଥାଏ।

କେମିତି ଯିବେ
ଏହି ଅଭୟାରଣ୍ୟ ନିକଟକୁ ଯିବା ପାଇଁ ଉଭୟ ସଡ଼କପଥ, ରେଳପଥ ତଥା ଆକାଶପଥର ଭଲ ସୁବିଧା ରହିଛି। ଦୁଧ୍‌ଓ୍ବା ରେଲ୍‌ଓ୍ବେ ଷ୍ଟେଶନ ହେଉଛି ଏଠାକାର ନିକଟତମ ରେଳଷ୍ଟେଶନ, ଯାହା ଅଭୟାରଣ୍ୟଠାରୁ ମାତ୍ର ୪ କି.ମି. ଦୂରରେ ଅବସ୍ଥିତ। ସେହିପରି ଲକ୍ଷ୍ନୌସ୍ଥିତ ଚୌଧୁରୀ ଚରଣ ସିଂ ଏୟାରପୋର୍ଟ ହେଉଛି ଏଠାକାର ନିକଟତମ ବିମାନବନ୍ଦର। ତେବେ ଉଭୟ ରେଳଷ୍ଟେଶନ ଓ ବିମାନବନ୍ଦରଠାରୁ ଉକ୍ତ ଅଭୟାରଣ୍ୟ ନିକଟକୁ ଯିବା ପାଇଁ ଟ୍ୟାକ୍ସିର ସୁବିଧା ରହିଛି। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ ଯୋଗେ ବି ଯିବାର ସୁବିଧା ରହିଛି।

କ’ଣ ଦେଖିବେ
ପର୍ଯ୍ୟଟକ ଉକ୍ତ ଅଭୟାରଣ୍ୟରେ ବହୁ ବିରଳ ପଶୁପକ୍ଷୀ ଦେଖିବାର ସୁଯୋଗ ପାଇଥାନ୍ତି। ଖାସ୍‌କରି ବାଘ ଓ ବାରଶିଙ୍ଗା ଏଠାରେ ଅଧିକ ଦେଖିବାକୁ ମିଳିଥାଏ। କୁହାଯାଏ, ସାରା ବିଶ୍ୱରେ ଯେତେ ବାରଶିଙ୍ଗା ଅଛନ୍ତି, ତନ୍ମଧ୍ୟରୁ ପ୍ରାୟ ଅଧା କେବଳ ଏହି ଦୁଧ୍‌ଓ୍ବା ଅଭୟାରଣ୍ୟରେ ହିଁ ଦେଖିବାକୁ ମିଳେ। ସେହିପରି ଅନ୍ୟ ପ୍ରାଣୀଙ୍କ ଭିତରେ ଚିତାବାଘ, ଭାଲୁ, ସମ୍ବର, ଚିତ୍ରା ହରିଣ, ବୋବାଉଥିବା ହରିଣ, ନୀଳଗାଈ, ହେଟାବାଘ, ଜଙ୍ଗଲୀ ବିଲେଇ, ଚିତ୍ରା ବିଲେଇ, ନେଉଳ, ବିଲୁଆ, କୋକିଶିଆଳି, ଠେକୁଆ, ମାଙ୍କଡ଼ ଇତ୍ୟାଦି ବି ଏଠାରେ ଦେଖାଯାଇଥାନ୍ତି। ଅନ୍ୟପକ୍ଷେ ୩୫୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀଙ୍କୁ ଦେଖିବାର ସୁଯୋଗ ମଧ୍ୟ ମିଳିଥାଏ। ଖାସ୍‌କରି ମୟୂର, ଧୂସର ରଙ୍ଗର ଏକପ୍ରକାର ଶିକାରୀ ପକ୍ଷୀ, ହରଡ଼ ଚଢ଼େଇ ପରି ଖାଇବାଯୋଗ୍ୟ କ୍ଷୁଦ୍ର ପକ୍ଷୀ, ଗେଣ୍ଡାଳିଆ ଜାତୀୟ ପକ୍ଷୀ, ଚାତକ ପକ୍ଷୀ, କର୍କଶ ରାବ କରୁଥିବା ରାତ୍ରିକାଳୀନ ପକ୍ଷୀ, ମାଛରଙ୍କା, ବୁଲ୍‌ବୁଲ୍‌, କାଠହଣା, ରଙ୍ଗିନ ପର ଥିବା କୁଆଜାତୀୟ ପକ୍ଷୀ, ଛଞ୍ଚାଣ, ଚିଲ, ଶାଗୁଣା ଇତ୍ୟାଦିଙ୍କୁ ପ୍ରାୟତଃ ପର୍ଯ୍ୟଟକ ଏଠାରେ ଦେଖିଥାନ୍ତି। ଆଉ ଶୀତଦିନ ହେଲେ ଅନେକ ଭ୍ରମଣକାରୀ ପକ୍ଷୀଙ୍କର ବି ଏଠାରେ ବେଶ୍‌ ଭିଡ଼ ପରିଲକ୍ଷିତ ହୋଇଥାଏ, ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କର ସୁଅ ଛୁଟେ। ସେହିପରି ଅଭୟାରଣ୍ୟ ମଧ୍ୟରେ ଥିବା ଏକ ଜଳାଶୟରେ ବିଭିନ୍ନ ପ୍ରଜାତିର ରଙ୍ଗିନ ମାଛ ଦେଖିବାର ସୁଯୋଗ ମିଳିଥାଏ। ତା’ଛଡ଼ା ଅଭୟାରଣ୍ୟ ଭିତରେ ଏକ ସ୍ବତନ୍ତ୍ର ବିଭାଗ ମଧ୍ୟ ରହିଛି, ଯେଉଁଠାରେ ବହୁ ଔଷଧୀୟ ବୃକ୍ଷ ଥିବା ଦେଖାଯାଏ। ଏହାକୁ ଦେଖିବା ଓ ପରୀକ୍ଷା ନିରୀକ୍ଷା କରିବାକୁ ଅଧିକାଂଶ ସମୟରେ ବହୁ ଉଦ୍ଭିଦ ବିଜ୍ଞାନୀ ଏଠାକୁ ଆସିଥାନ୍ତି। ଖାସ୍‌କରି ଏହି ଅଭୟାରଣ୍ୟ ପରିସରରେ ବହୁ ପରିମାଣରେ ଶାଳଗଛ ଦେଖିବାକୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri