ଏଥର ଟାର୍ଗେଟରେ ବ୍ୟାଙ୍କ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ

ନୂଆଦିଲ୍ଲୀ,୨୨ା୬: ଆୟକର ଏବଂ ସେଣ୍ଟ୍ରାଲ କଷ୍ଟମ୍ସ ଓ ଏକ୍ସାଇଜ ବିଭାଗର ୨୭ ଜଣ ବରିଷ୍ଠ ଅଧିକାରୀଙ୍କୁ ମୋଦି ସରକାର ବାଧ୍ୟତାମୂଳକ ଅବସର ଦେଇ କାର୍ଯ୍ୟରୁ ବିଦା କରିଛନ୍ତି। ଏବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଉଦ୍ୟୋଗରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀ, କର୍ମଚାରୀଙ୍କ ଉପରେ ସରକାରଙ୍କ ନଜର ପଡିଛି। ନିକମା ତଥା ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ବିଦା କରିବାକୁ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ସଂସ୍ଥା, ବ୍ୟାଙ୍କର ସମସ୍ତ ଅଧିକାରୀ, କର୍ମଚାରୀଙ୍କ ସେବା ରେକର୍ଡ ସମୀକ୍ଷା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗର ସଚିବ ଏବଂ ବ୍ୟାଙ୍କ ମୁଖ୍ୟମାନଙ୍କ ନିକଟକୁ ପତ୍ର ଲେଖାଯାଇଛି। ସମସ୍ତ ଅଧିକାରୀ, କର୍ମଚାରୀଙ୍କ କାର୍ଯ୍ୟକଳାପର ରିପୋର୍ଟ ସମୀକ୍ଷା କରିବା ପରେ ସରକାରଙ୍କୁ ଏକ ନିର୍ଦ୍ଧାରିତ ଫର୍ମାଟ୍‌ରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ନେଇ ପକ୍ଷପାତମୂଳକ ସମୀକ୍ଷା ଯେପରି ନ ହେବ ତାହା ଦେଖିବାକୁ ପତ୍ରରେ ତାଗିଦ କରାଯାଇଛି। କର୍ମଚାରୀଙ୍କ ସେବା ରେକର୍ଡର ସମୀକ୍ଷା ବେଳେ ଉଚିତ ମନୋଭାବ ସହ ସମ୍ପୂର୍ଣ୍ଣ ନିୟମ ପାଳନ କରାଯିବା ଆବଶ୍ୟକ ବୋଲି କୁହାଯାଇଛି। ସମ୍ପୃକ୍ତ ମନ୍ତ୍ରଣାଳୟ, ବିଭାଗ ତଥା ବ୍ୟାଙ୍କ ସରକାରୀ କର୍ମଚାରୀଙ୍କୁ ଜନହିତରେ ବାଧ୍ୟତାମୂଳକ ଅବସର ଦେବା ବେଳେ ନିର୍ଦ୍ଧାରିତ ପ୍ରକ୍ରିୟାକୁ ଦୃଢ଼ତାର ସହ ପାଳନ କରୁଛନ୍ତି କି ନା ଦେଖିବାକୁ କୁହାଯାଇଛି। ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ସରକାରୀ ସଂଗଠନ ପ୍ରତ୍ୟେକ ମାସର ୧୫ ତାରିଖରେ ନିର୍ଦ୍ଧାରିତ ଫର୍ମାଟରେ ରିପୋର୍ଟ ପଠାଇବେ। ଆସନ୍ତା ଜୁଲାଇ ୧୫ରୁ ଏହାକୁ ଆରମ୍ଭ କରାଯିବ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଚାକିରି କରିବାର ମୂଳ ନିୟମ ୫୬(ଜେ),(ଆଇ) ଏବଂ କେନ୍ଦ୍ରୀୟ ସିଭିଲ ସେବା(ପେନ୍‌ସନ) ନିୟମ, ୧୯୭୨ର ଧାରା ୪୮ ଅଧୀନରେ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ବ୍ୟାଙ୍କ, ରାଷ୍ଟ୍ରାୟତ୍ତ ସଂସ୍ଥା, ଉଦ୍ୟୋଗ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ସେବା ରେକର୍ଡର ସମୀକ୍ଷା କରାଯିବ। ଯେଉଁ କର୍ମଚାରୀଙ୍କ ନିଷ୍ଠା ସନ୍ଦେହଘେରରେ ରହିଛି,ତାଙ୍କୁ ଜନହିତରେ ବାଧ୍ୟତାମୂଳକ ଅବସର ଦେବାକୁ ସରକାରଙ୍କ ନିକଟରେ ଅଧିକାର ରହିଛି। ସୂଚନାଥାଉ କି, କେନ୍ଦ୍ର ସରକାର ନିକଟରେ ସୀମା ଶୁଳ୍କ ଓ କେନ୍ଦ୍ରୀୟ ଉତ୍ପାଦ ବିଭାଗର ୧୫ ଏବଂ ଭାରତୀୟ ରାଜସ୍ବ ସେବା(ଆୟକର)ର ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଚାକିରିରୁ ବିଦା କରିଥିଲେ। ସାର୍ବଜନୀନ ଜୀବନ ଏବଂ ସରକାରୀ ସେବାରେ ଦୁର୍ନୀତିକୁ ହଟାଇବା ଲାଗି ଅଭିଯାନ ଆରମ୍ଭ କରାଯିବ ବୋଲି ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଅଭିଭାଷଣରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri