Posted inଖେଳ

ଏଥର ଆଇପିଏଲରେ ବିକ୍ରି ହେବେ ୧୪ରୁ ୪୮ ବର୍ଷ ବୟସ୍କ ପର୍ଯ୍ୟନ୍ତ ଖେଳାଳି: ଜାଣନ୍ତୁ କିଏ ବରିଷ୍ଠ, କିଏ ସର୍ବକନିଷ୍ଠ

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ୧୨ତମ ସଂସ୍କରଣ ଲାଗି ହେବାକୁ ଥିବା ନିଲାମୀରେ ୩୩୨ ଖେଳାଳିଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ଆଇପିଏଲ ୨୦୨୦ ଲାଗି ଏଥର କୋଲକାତାରେ ଡିସେମ୍ବର ୧୯ରେ ନିଲାମ ପ୍ରକ୍ରିୟା ଆୟୋଜିତ ହେବ। ଏଥିରେ ଆଠଟି ଫ୍ରାଞ୍ଚାଇଜି ନିଜ ନିଜର ଦଳରେ ଖାଲି ଥିବା ସ୍ଥାନ ଲାଗି ଖେଳାଳିଙ୍କ ବୋଲି ଲଗାଇବେ। ବିଶ୍ୱର ଏହି ଧନାଢ୍ୟ ଲିଗରେ ପ୍ରବେଶ କରିବା ଲାଗି ଏଥର ୯୯୭ ଖେଳାଳି ନିଜର ନାମ ପଞ୍ଜୀକରଣ କରିଥିଲେ। ଏହା ପରେ ଆଠ ଫ୍ରାଞ୍ଚାଇଜି ଏହି ଖେଳାଳିଙ୍କ ମଧ୍ୟରୁ ନିଜ ପସନ୍ଦର କ୍ରିକେଟରଙ୍କ ନାମ ଦେବା ପରେ ୩୩୨ ଖେଳାଳିଙ୍କ ସର୍ଟ ଲିଷ୍ଟ କରାଯାଇଛି। ଏଥର ନିଲାମରେ ମୋଟ ୭୩ ଖାଲି ସ୍ଥାନରେ ଖେଳାଳିଙ୍କ ପୂରଣ ହେବ।


କୋଲକାତାରେ ହେବାକୁ ଥିବା ଏହି ନିଲାମ ଡିସେମ୍ବର ୧୯ ଗୁରୁବାର ଅପରାହ୍ନ ସାଢେ ୩ଟାରେ ଆରମ୍ଭ ହେବ। ଏଥର ନିଲାମରେ ମୋଟ ୧୮୬ ଭାରତୀୟ ଖେଳାଳି ସାମିଲ ଥିବା ବେଳେ ୧୪୩ ବିଦେଶୀ ଖେଳାଳି ସାମିଲ। ଏଥି ମଧ୍ୟରୁ ୩ ଖେଳାଳି ସଦସ୍ୟ ଦେଶରୁ ଅଛନ୍ତି।


ଏଥର ନିଲାମ ପ୍ରକ୍ରିୟାରେ ସାମିଲ ହେବେ ୪୮ ବର୍ଷୀୟ ପ୍ରବୀଣ ତାମ୍ବେ। ସେ ଏଥର ଆଇପିଏଲର ସର୍ବାଧିକ ବୟସର ଖେଳାଳି ହୋଇଛନ୍ତି। ସେ ୬୧ଟି ଟି-୨୦ରେ ୬୭ ଉଇକେଟ ନେଇଛନ୍ତି। ସେ ୩୩ଟି ଆଇପିଏଲ ମ୍ୟାଚରେ ୩୦.୪୦ ହାରରେ ୨୮ଟି ଇକେଟ୍‌ ନେଇଛନ୍ତି। ସେ ଗତଥର ହାଇଦ୍ରାବାଦ ପକ୍ଷରୁ ଖେଳିଥିଲେ। ସେହିପରି ଆଫଗାନିସ୍ତାନର ୧୪ ବର୍ଷୀୟ ନୁର ଅହମଦ ଏଥର ଆଇପିଏଲରେ ନିଲାମ ପ୍ରକ୍ରିୟାରେ ଭାଗ ନେଉଥିବା ସର୍ବକନିଷ୍ଠ ଖେଳାଳି ହୋଇପାରିଛନ୍ତି। ଏହି ଚାଇନାମ୍ୟାନ୍‌ ବୋଲର୍‌ ଏପର୍ଯ୍ୟନ୍ତ ୭ଟି ଟି-୨୦ ମ୍ୟାଚ୍‌ ଖେଳି ୮ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri