ଏଡିଏମ୍‌ଙ୍କ ହସ୍ତକ୍ଷେପ ଲୋଡ଼ିଲେ ପ୍ରଭାବିତ ପରିବାର

ସୁକିନ୍ଦା, ୯ା୨(ଡି.ଏନ୍‌.ଏ.): ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌)ରେ ଖଣି ଖାଦାନ ସଂଲଗ୍ନ ଅଞ୍ଚଳର ପରୋକ୍ଷ ବା ପ୍ରତ୍ୟେକ୍ଷ ଭାବରେ ପ୍ରଭାବିତ ହେଉଥିବା ଲୋକମାନଙ୍କ ଜୀବନ ଧାରଣ ମାନର ପରିବର୍ତ୍ତନ ସହ ସେମାନଙ୍କ ଜୀବନଜିବିକାକୁ ସୁଦୃଢ ଓ ସୁନିଶ୍ଚିତ କରିବାର ପ୍ରାବଧାନ ରହିଛି। ତେବେ ଏହି ନିୟମର ଖୋଲା ଉଲ୍ଲଂଘନ ହେଉଛି ଖଣି ପ୍ରଭାବିତ ସୁକିନ୍ଦା ଅଞ୍ଚଳରେ। ଲୋକଙ୍କ ଜୀବନ ଜୀବିକାକୁ ଉଜାଡି ଡିଏମ୍‌ଏଫ୍‌ ପାଣ୍ଠିରେ ର୍ନିମାଣ ହେବାକୁ ଯାଉଛି ମାର୍କେଟ କମ୍ପ୍ଲେକ୍ସ ଓ ଯାତ୍ରା ପଡ଼ିଆର ସୌନ୍ଦର୍ଯ୍ୟକରଣ। ଯାହାକୁ ନେଇ ପ୍ରଭାବିତ ପରିବାର ଶୁକ୍ରବାର କଳିଙ୍ଗନଗର ଅତିରିକ୍ତ ଜିଲାପାଳ(ଏଡିଏମ୍‌)ଙ୍କୁ ଭେଟି ହସ୍ତକ୍ଷେପ ଲୋଡ଼ିବା ପରେ ଡିଏମ୍‌ଏଫ୍‌ ପାଣ୍ଠିର ସଫଳ ରୂପାୟନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପ୍ରକାଶ ଯେ, ଡିଏମ୍‌ଏଫ୍‌ ଫାଣ୍ଠିରୁ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରି ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅଧୀନ ପିମ୍ପୁଡ଼ିଆ(ଅର୍ଜୁନଝର) ସୀମାନ୍ତରେ ମାର୍କେଟ କମ୍ପ୍ଲେକ୍ସ ଓ ଯାତ୍ରା ପଡ଼ିଆ ନିର୍ମାଣ ନିମନ୍ତେ ବିନା ଟେଣ୍ଡରରେ କାର୍ଯ୍ୟ କରିବାକୁ ବିଦ୍ଧିବଧ ଯୋଜନା ଚାଲିଛି। ସ୍ଥାନୀୟ ବିଧାୟକଙ୍କୁ ଆୟୁଧ କରି ପିମ୍ପୁଡିଆ ସରପଞ୍ଚ ମନରମା ନାୟକଙ୍କ ସ୍ବାମୀ ସୁକାନ୍ତ କୁମାର ନାୟକ ପଞ୍ଚାୟତର କିଛି ଛାମୁଆନେତାଙ୍କୁ ଧରି ଏହି ଯୋଜନା କରୁଛନ୍ତି। ଯାହାଫଳରେ ଦୀର୍ଘ ଦିନରୁ ଏଠାରେ ପାନ, ଜଳଖିଆ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ତଫସିଲଭୁକ୍ତ ଜାତି, ଜନଜାତି, ପଛୁଆବର୍ଗର କ୍ଷୁଦ୍ର ବ୍ୟବସାୟୀମାନେ ଏବେ ବେସାହାର ହେବାକୁ ଯାଉଛନ୍ତି। ସେମାନଙ୍କୁ ପ୍ରୋତ୍ସାହନ ଦେବା ପରିବର୍ତ୍ତେ ସେମାନଙ୍କ ଦୋକାନ ଭାଙ୍ଗିବାକୁ ଚାପ ପ୍ରୟୋଗ କରାଯାଉଛି। ଏପରି କି ଜାତିଗତ ଆକ୍ଷେପ କରି ବିଭିନ୍ନ ଅଶାଳୀନ ମନ୍ତବ୍ୟ ଦିଆଯାଉଛି। ତେଣୁ ଏହି ଘଟଣାରେ ହସ୍ତକ୍ଷେପ କରି ସେମାନଙ୍କ ଜୀବନ ଜୀବିକାକୁ ସୁରକ୍ଷା ଦେବାକୁ ପ୍ରଭାବିତ ବ୍ୟବସାୟୀ ଓ ଲୋକମାନେ ପ୍ରଥମେ ସୁକିନ୍ଦା ତହସିଲଦାରଙ୍କୁ ଅବଗତ କରିଥିଲେ। ଏବେ ପୁଣି କଳିଙ୍ଗନଗର ଏଡିଏମ୍‌ ସନ୍ତୋଷ କୁମାର ମିଶ୍ରଙ୍କ ନିକଟରେ ପ୍ରଭାବିତ ହେବାକୁ ଥିବା ସୁକିନ୍ଦା ବ୍ଲକ ଅର୍ଜୁନଝର ଗ୍ରାମର ରମେଶ ପାତ୍ର, ମନ୍ଦଦରି ପାତ୍ର, ଜାନକୀ ମୁଣ୍ଡା, ଅଞ୍ଜଳି ପାତ୍ର, ଦିଲ୍ଲୀପ ପାତ୍ର, ପ୍ରଭାକର ପାତ୍ର ପ୍ରମୁଖ ଲିଖିତ ଅଭିଯୋଗ କରି ହସ୍ତକ୍ଷେପ ଲୋଡିଛନ୍ତି। ଏସମ୍ପର୍କରେ ଏଡିଏମ୍‌ ସନ୍ତୋଷ କୁମାର ମିଶ୍ର କହିଛନ୍ତି ଯେ, ଯଦି କାହା ଉପରେ ଚାପ ପ୍ରୟୋଗ କରାଯାଉଛି ତେବେ ସେମାନେ ପୋଲିସର ସହଯୋଗ ନେଇପାରିବେ। ଏପରି କି ଡିଏମ୍‌ଏଫ୍‌ ପାଣ୍ଠି ନେଇ କୌଣସି ବ୍ୟତିକ୍ରମ ଥିଲେ ଜିଲାପାଳଙ୍କୁ ଅବଗତ କରାଯାଇ ପାରିବ। ଏହ ସତ୍ତ୍ୱେ ଲୋକଙ୍କ ଅଭିଯୋଗକୁ ଆଧାର କରି ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri