Posted inଫୁରସତ

ଏଠି ସବୁ ସମୟରେ ମାରିଥାଏ ବିଜୁଳି, କାରଣ ଖୋଜି ପାଉନାହାନ୍ତି ବୈଜ୍ଞାନିକ

ଆଜିର ସମୟରେ ବିଜ୍ଞାନର ବହୁ ଅଗ୍ରଗତି ହୋଇଛି ସତ କିନ୍ତୁ ବିଶ୍ୱରେ ଏମିତି କିଛି ରହସ୍ୟମୟ ଘଟଣା ରହିଛି, ଯାହାର କାରଣ ବୈଜ୍ଞାନିକମାନେ ମଧ୍ୟ ଖୋଜି ପାଉନାହାନ୍ତି। ସେହିପରି ଦକ୍ଷିଣ ଆମେରିକା ଭେନିଜୁଏଲାର ଏକ ଝରଣା ଉପରେ ସବୁ ସମୟରେ ବିଜୁଳି ମାରୁଛି ମାତ୍ର ଆଜିପର୍ଯ୍ୟନ୍ତ ଏହାର ପ୍ରକୃତ କାରଣ ବୈଜ୍ଞାନିକମାନେ ମଧ୍ୟ ପାଇ ପାରୁନାହାନ୍ତି। ସାଧାରଣତଃ ଆକାଶରେ ଗୋଟିଏ ସ୍ଥାନରେ ବିଜୁଳି ଗୋଟିଏ ଥରରୁ ଅଧିକ ମାରି ନ ଥାଏ ବୋଲି ସମସ୍ତେ ଜାଣିଛନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଭେନିଜୁଏଲାରେ ୧ ଘଣ୍ଟାରେ ହଜାରେ ଥର ବିଜୁଳି ମାରିଥାଏ। ସାରା ବିଶ୍ୱକୁ ଚକିତ କରିଦେଲା ପରି ଏହି ଘଟଣା। ଏହି ରହସ୍ୟକୁ ‘ବିକ୍‌ନୀ ଅଫ୍‌ ମୈରାକାଇବୋ’ କୁହାଯାଏ। ଆଉ କିଛି ନାମରେ ମଧ୍ୟ ଏହି ସ୍ଥାନ ଜଣାଶୁଣା। ଯେପରିକି, କାଟାଟୁମ୍ବୋ ଲାଇଟିନିଙ୍ଗ୍‌, ଇଭର ଲାଷ୍ଟିଂ ଷ୍ଟର୍ମ, ଡ୍ରୈମେଟିକ୍‌ ରୋଲ୍‌ ଅଫ୍‌ ଥଣ୍ଡର ଇତ୍ୟାଦି।


ଏକ ରିପୋର୍ଟ ଅନୁଯାୟୀ, ଭେନିଜୁଏଲାର କାଟାଟୁମ୍ବୋ ନଦୀ ଯେଉଁ ସ୍ଥାନରେ ରହିଛି ସେଠାରେ ମୈରାକାଇବୋ ଝରଣା ରହିଛି। ଏଠାରେ ବର୍ଷକୁ ୨୬୦ ଦିନ ଝଡ଼ତୋଫାନ ହୋଇଥାଏ। ମୈରାକାଇବୋ ବିଶ୍ୱରେ ସବୁଠୁ ଅଧିକ ବିଜୁଳି ମାରୁଥିବା ସ୍ଥାନ ଭାବରେ ଗିନିଜ୍‌ ରେକର୍ଡ ରହିଛି। ଶୀତଋୁତରେ ଏଠାରେ ଟିକେ କମ୍‌ ବିଜୁଳି ମାରୁଥିବାବେଳେ ବର୍ଷାଦିନେ ସବୁଠୁ ଅଧିକ ମାରିଥାଏ। ଏପରିକି ପ୍ରତି ମିନିଟ୍‌ରେ ୨୮ ଥର ବିଜୁଳି ମାରିଥାଏ। ସବୁଠୁ ଆଶ୍ଚର୍ଯ୍ୟର କଥା ଏହି ବିଜୁଳି ମାରିବା ପ୍ରାୟ ୪୦୦ କିଲୋମିଟର ପର୍ଯ୍ୟନ୍ତ ଦେଖାଯାଇଥାଏ। ଲୋକେ କୁହନ୍ତି, ଆକାଶରେ ରଙ୍ଗୀନ ଆଲୋକମାଳା ଝଲସୁଥିବା ପରି ଦେଖାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri