ଏଠି ଠାକୁରଙ୍କୁ ନଗଦ ଅର୍ଥ ଦାନ କରିପାରିବେନି ଭକ୍ତ

ଭାରତରେ ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ନୋଟବନ୍ଦୀ ଘୋଷଣା କରିବା ପରେ ପ୍ରାୟ ସମସ୍ତେ କ୍ୟାଶ୍‌ ଲେସ୍‌ ଟ୍ରାଞ୍ଜାକଶନ୍‌କୁ ଗୁରୁତ୍ୱ ଦେଇଆସୁଛନ୍ତି। ଏମିତିକି ଏଥିରୁ ବାଦ୍‌ ପଡି ନାହାନ୍ତି ଦେବାଦେବୀ। ଭାରତରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ଭକ୍ତ ଭଗବାନଙ୍କୁ ନଗଦ ଅର୍ଥ ଦାନ କରିପାରିବେ ନାହିଁ। ଏହି ମନ୍ଦିର ସମ୍ପର୍କରେ ହୁଏତ କମ ଲୋକଙ୍କୁ ଜଣାଥିବ। ହେଲେ ଭାରତର ଏହା ପ୍ରଥମ ମନ୍ଦିର ଯେଉଁଠି ପେଟିଏମ୍‌, ଭିମ୍‌ ଆପ୍‌, ଇଣ୍ଟରନେଟ୍‌ ମାଧ୍ୟମରେ ମନ୍ଦିରକୁ ଦାନ ଅର୍ଥ ପ୍ରଦାନ କରାଯାଉଛି। ଏହା ସମ୍ପୂର୍ଣ୍ଣ କ୍ୟାଶଲେସ୍‌ ମନ୍ଦିର। ଏହି ମନ୍ଦିରରେ ପ୍ରଥମ କରି ସ୍ବାଇପ୍‌ ମେଶିନ୍‌ ବ୍ୟବହାର କରାଯାଇଥିବା କୁହାଯାଏ। ଗୁଜରାଟରେ ରହିଛି ଏହି ନିଆରା ‘ଜନ ବିକାଶ’ ମନ୍ଦିର। ଗୁଜରାଟ ଭରୁଦ ସହରରେ ଥିବା ଗୁଜରାଟ ନର୍ମଦା ଓ୍ବେଲି ଫର୍ଟିଲାଇଜର ଆଣ୍ଡ କେମିକାଲ୍ସ ଲିମିଟେଡ(ଜିଏନ୍‌ଏଫ୍‌ସି) ଟାଉନଶିପ୍‌ରେ ରହିଛି ଏହି ମନ୍ଦିର। ‘କମ୍ୟୁନିଟି ଡେଭଲପମେଣ୍ଟ ଚ୍ୟାରିଟି ଟ୍ରଷ୍ଟ’ ମନ୍ଦିରର ଦାୟିତ୍ୱ ଗ୍ରହଣ କରିଛି। ନୋଟବନ୍ଦୀ ପରେ ପାଖାପାଖି ବର୍ଷେ ହେବ ଏହି ମନ୍ଦିରରେ କ୍ୟାଶଲେସ କାରବାର ଚାଲିଥିବା ମନ୍ଦିର ଦାୟିତ୍ୱରେ ଥିବା କିଛି ସଦସ୍ୟ କହିଛନ୍ତି। ଜିଏନ୍‌ଏଫ୍‌ସିର ପୂରା ଟାଉନ୍‌ଶିପ୍‌ କ୍ୟାଶଲସ୍‌ ହୋଇଥିବା ବେଳେ ଜନ ବିକାଶ ମନ୍ଦିର ବି ଏଥିରେ ସାମିଲ ହୋଇଛି। ଯେଉଁମାନେ ମନ୍ଦିରକୁ ଦାନ ଦେବାକୁ ଚାହାନ୍ତି ସେମାନେ ମନ୍ଦିର ପୂଜକଙ୍କ ପାଖରେ ଥିବା ପେଟିଏମ୍‌ ମେଶିନ୍‌ ମାଧ୍ୟମରେ ଦାନ ଦେଇ ପାରିବେ। ମନ୍ଦିର ପ୍ରାଙ୍ଗଣରେ ଶିବ, ରାଧାକୃଷ୍ଣ, ଦୁର୍ଗା ଏବଂ ରାମ-ଜାନକୀଙ୍କ ମୂର୍ତ୍ତି ରହିଛି। ଉକ୍ତ ଚାରୋଟି ମନ୍ଦିର ପାଇଁ ଅଲଗା ଅଲଗା ୪ଟି ପେଟିଏମ୍‌ ନମ୍ବର ରହିଛି। ମନ୍ଦିରରେ ଲଗାଯାଇଥିବା ଦାନବାକ୍ସକୁ ଏବେ ବନ୍ଦ କରି ଦିଆଯିବା ସହ ଏହା ଉପରେ ଲିଖିତ ସୂଚନା ମଧ୍ୟ ଦିଆଯାଇଛି କି ଏଠାରେ ନଗଦ କାରବାର ବନ୍ଦ। ଆହୁରି ମଧ୍ୟ ଏଠାରେ ବ୍ୟାଙ୍କ ଖାତା ନମ୍ବର ସହ ଅନ୍ୟକିଛି ଆବଶ୍ୟକ ତଥ୍ୟ ବିଷୟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri