ବ୍ରହ୍ମପୁର ଅଫିସ,୨୨ା୧୨-ବ୍ରହ୍ମପୁର ମହାନଗର ନିଗମ ୩୮ ନଂ. ୱାର୍ଡ ଆଙ୍କୋଲି ଖଳାସାହି ବସ୍ତି ଅଞ୍ଚଳର ୭ ଉଚ୍ଛେଦ ପରିବାରକୁ ଆରଏୱାଇ(ରାଜୀବ ଆବାସ ଯୋଜନା) ଗୃହରୁ ବଞ୍ଚିତ କରାଯାଇଛି।ଏନେଇ ବସ୍ତିବାସିନ୍ଦା ହାଇକୋର୍ଟଙ୍କ ଦ୍ୱାରସ୍ଥ ପରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ(ଏଚଏଣ୍ଡୟୁଡି) ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ବିଏମ୍ସି କର୍ତ୍ତୃପକ୍ଷ ବେଖାତିର କରିଥିବା ଅଭିଯୋଗ ହୋଇଛି।ବସ୍ତିବାସୀନ୍ଦାଙ୍କ ଆରଏୱାଇ ଗୃହ ପ୍ରଦାନ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନେଇ ଏପ୍ରିଲ ୧୮ରେ ବିଏମ୍ସି କମିଶନରଙ୍କୁ ଏଚଏଣ୍ଡୟୁଡି ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଆସିଥିଲା।ଇତି ମଧ୍ୟରେ ୮ ମାସ ବିତିଥିଲେ ସୁଦ୍ଧା ବିଏମ୍ସି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏନେଇ ଉଚ୍ଛେଦ ପରିବାର ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୂଚନା ପ୍ରକାରେ, ଦୀର୍ଘ ୨୫ ବର୍ଷ ଧରି ରହିଆସୁଥିବା ଆଙ୍କୁଲି ଖୋଳାସାହିର ୭ରୁ ଊର୍ଦ୍ଧ୍ୱ ପରିବାରଙ୍କୁ ଆରଏୱାଇ ଗୃହ ନିର୍ମାଣ ପାଇଁ ବିଏମ୍ସି ପକ୍ଷରୁ ୨୦୧୭ରେ ଉଚ୍ଛେଦ କରାଯାଇଥିଲା।
ବିଏମ୍ସିର ତତ୍କାଳୀନ କମିଶନର ସୁଶାନ୍ତ କୁମାର ମିଶ୍ରଙ୍କ ଉପସ୍ଥିତିରେ ଏହି ଅଞ୍ଚଳରୁ ଉଚ୍ଛେଦ କରାଯିବା ସହ ଆରଏୱାଇରେ ଗୃହ ପ୍ରଦାନ ନେଇ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଏହାର ୨ ବର୍ଷ ବିତିଥିବା ବେଳେ ଇତିମଧ୍ୟରେ ଦୁଇଜଣ କମିଶନରଙ୍କ ବଦଳି ମଧ୍ୟ ହୋଇଛି।ଅନ୍ୟ ହିତାଧିକାରୀଙ୍କୁ ଆରଏୱାଇ ଗୃହ ପ୍ରଦାନ ମଧ୍ୟ କରାଯାଇଛି। ଏଥିସହ ଆସନ୍ତା ମାର୍ଚ୍ଚ ସୁଦ୍ଧା ସମସ୍ତ ହିତାଧିକାରୀଙ୍କୁ ଆରଏୱାଇ ଗୃହ ପ୍ରଦାନ ନେଇ ବିଏମ୍ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
କିନ୍ତୁ ଏହି ଆରଏୱାଇ ଗୃହ ତାଲିକାରୁ ଖଳାସାହିର ଉଚ୍ଛେଦ ପରିବାରକୁ ବଞ୍ଚିତ କରାଯାଇଛି।ଏନେଇ ବହୁବାର ବିଏମ୍ସି କର୍ତ୍ତୃପକ୍ଷଙ୍କୁ ଗୁହରି କରି ନିରାଶ ହେବା ପରେ ବସ୍ତିବାସିନ୍ଦା ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ।ହାଇକୋର୍ଟ ଏହାର ଶୁଣାଣି କରି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ବିଏମ୍ସିକୁ ନୋଟିସ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଏହାପରେ ଏପ୍ରିଲ ୧୮ରେ ବିଏମ୍ସି କମିଶନରଙ୍କୁ ବସ୍ତିବାସୀଙ୍କୁ ଗୃହ ପ୍ରଦାନ ନେଇ ଏଚଏଣ୍ଡୟୁଡି ବିଭାଗ ନିର୍ଦ୍ଦେଶନାମା ଜାରି କରିଥିଲା। ୧୦ ସପ୍ତାହ ମଧ୍ୟରେ କର୍ତ୍ତୃପକ୍ଷଙ୍କୁ ଉତ୍ତର ଦେବାକୁ ମଧ୍ୟ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଥିଲେ। ୮ ମାସ ପରେ ମଧ୍ୟ ବିଏମ୍ସି କମିଶନର ଗୃହ ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ କରି ନ ଥିବା ଉଚ୍ଛେଦ ପରିବାର ପକ୍ଷରୁ କୁହାଯାଇଛି।
ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପ୍ରକାରେ, ପ୍ରଶାସନ ପକ୍ଷରୁ ଯଦି ଉଚ୍ଛେଦ କରାଯାଏ, କ୍ଷତିଗ୍ରସ୍ତଙ୍କୁ ପ୍ରଥମେ ବିକଳ୍ପ ଥଇଥାନ ପରେ ଉଚ୍ଛେଦ କରାଯିବା କଥା।କିନ୍ତୁ ଏଭଳି ନିର୍ଦ୍ଦେଶକୁ ବିଏମ୍ସି କର୍ତ୍ତୃପକ୍ଷ ଅଣଦେଖା କରୁଥିବା ଅଭିଯୋଗ ହୋଇଛି।
ଭବିଷ୍ୟତରେ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ନେଇ ସଦସ୍ୟ ରାମଚନ୍ଦ୍ର ପାଳ, ପି. କାଶୀ ପାତ୍ର, ଏନ୍. ଲକ୍ଷ୍ମୀ ଆମ୍ମା, ସମୀର ନାୟକ, ଏମ୍. ସୀମାଦ୍ରି ପ୍ରମୁଖ କହିଛନ୍ତି। ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରୁ ଆରଏଓ୍ବାଇ ତାଲିିକାରେ ଯେଉଁମାନଙ୍କ ନାମ ଅଛି ସେମାନଙ୍କୁ ଗୃହ ଦିଆଯିବ ବୋଲି କହିଥିଲେ।
ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ
ଓ୍ବାଶିଂଟନ୍,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...
ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି
ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...
ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ
ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...
ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…
ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍ଜିଏନ୍ଆର୍ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...
ସ୍ବିଫ୍ଟ କାର୍ରେ ପାର୍ଟନର୍ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ
ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...
କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ
ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...
୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…
ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...
୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ
ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...
Archives


