ଏଚ୍‌ଏଣ୍ଡୟୁଡି ବିଭାଗ ନିର୍ଦ୍ଦେଶନାମାକୁ ବିଏମ୍‌ସିର ବେଖାତିର

ବ୍ରହ୍ମପୁର ଅଫିସ,୨୨ା୧୨-ବ୍ରହ୍ମପୁର ମହାନଗର ନିଗମ ୩୮ ନଂ. ୱାର୍ଡ ଆଙ୍କୋଲି ଖଳାସାହି ବସ୍ତି ଅଞ୍ଚଳର ୭ ଉଚ୍ଛେଦ ପରିବାରକୁ ଆରଏୱାଇ(ରାଜୀବ ଆବାସ ଯୋଜନା) ଗୃହରୁ ବଞ୍ଚିତ କରାଯାଇଛି।ଏନେଇ ବସ୍ତିବାସିନ୍ଦା ହାଇକୋର୍ଟଙ୍କ ଦ୍ୱାରସ୍ଥ ପରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ(ଏଚଏଣ୍ଡୟୁଡି) ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ବିଏମ୍‌ସି କର୍ତ୍ତୃପକ୍ଷ ବେଖାତିର କରିଥିବା ଅଭିଯୋଗ ହୋଇଛି।ବସ୍ତିବାସୀନ୍ଦାଙ୍କ ଆରଏୱାଇ ଗୃହ ପ୍ରଦାନ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନେଇ ଏପ୍ରିଲ ୧୮ରେ ବିଏମ୍‌ସି କମିଶନରଙ୍କୁ ଏଚଏଣ୍ଡୟୁଡି ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଆସିଥିଲା।ଇତି ମଧ୍ୟରେ ୮ ମାସ ବିତିଥିଲେ ସୁଦ୍ଧା ବିଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏନେଇ ଉଚ୍ଛେଦ ପରିବାର ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୂଚନା ପ୍ରକାରେ, ଦୀର୍ଘ ୨୫ ବର୍ଷ ଧରି ରହିଆସୁଥିବା ଆଙ୍କୁଲି ଖୋଳାସାହିର ୭ରୁ ଊର୍ଦ୍ଧ୍ୱ ପରିବାରଙ୍କୁ ଆରଏୱାଇ ଗୃହ ନିର୍ମାଣ ପାଇଁ ବିଏମ୍‌ସି ପକ୍ଷରୁ ୨୦୧୭ରେ ଉଚ୍ଛେଦ କରାଯାଇଥିଲା।
ବିଏମ୍‌ସିର ତତ୍କାଳୀନ କମିଶନର ସୁଶାନ୍ତ କୁମାର ମିଶ୍ରଙ୍କ ଉପସ୍ଥିତିରେ ଏହି ଅଞ୍ଚଳରୁ ଉଚ୍ଛେଦ କରାଯିବା ସହ ଆରଏୱାଇରେ ଗୃହ ପ୍ରଦାନ ନେଇ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଏହାର ୨ ବର୍ଷ ବିତିଥିବା ବେଳେ ଇତିମଧ୍ୟରେ ଦୁଇଜଣ କମିଶନରଙ୍କ ବଦଳି ମଧ୍ୟ ହୋଇଛି।ଅନ୍ୟ ହିତାଧିକାରୀଙ୍କୁ ଆରଏୱାଇ ଗୃହ ପ୍ରଦାନ ମଧ୍ୟ କରାଯାଇଛି। ଏଥିସହ ଆସନ୍ତା ମାର୍ଚ୍ଚ ସୁଦ୍ଧା ସମସ୍ତ ହିତାଧିକାରୀଙ୍କୁ ଆରଏୱାଇ ଗୃହ ପ୍ରଦାନ ନେଇ ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
କିନ୍ତୁ ଏହି ଆରଏୱାଇ ଗୃହ ତାଲିକାରୁ ଖଳାସାହିର ଉଚ୍ଛେଦ ପରିବାରକୁ ବଞ୍ଚିତ କରାଯାଇଛି।ଏନେଇ ବହୁବାର ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଗୁହରି କରି ନିରାଶ ହେବା ପରେ ବସ୍ତିବାସିନ୍ଦା ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ।ହାଇକୋର୍ଟ ଏହାର ଶୁଣାଣି କରି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ବିଏମ୍‌ସିକୁ ନୋଟିସ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଏହାପରେ ଏପ୍ରିଲ ୧୮ରେ ବିଏମ୍‌ସି କମିଶନରଙ୍କୁ ବସ୍ତିବାସୀଙ୍କୁ ଗୃହ ପ୍ରଦାନ ନେଇ ଏଚଏଣ୍ଡୟୁଡି ବିଭାଗ ନିର୍ଦ୍ଦେଶନାମା ଜାରି କରିଥିଲା। ୧୦ ସପ୍ତାହ ମଧ୍ୟରେ କର୍ତ୍ତୃପକ୍ଷଙ୍କୁ ଉତ୍ତର ଦେବାକୁ ମଧ୍ୟ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଥିଲେ। ୮ ମାସ ପରେ ମଧ୍ୟ ବିଏମ୍‌ସି କମିଶନର ଗୃହ ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ କରି ନ ଥିବା ଉଚ୍ଛେଦ ପରିବାର ପକ୍ଷରୁ କୁହାଯାଇଛି।
ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପ୍ରକାରେ, ପ୍ରଶାସନ ପକ୍ଷରୁ ଯଦି ଉଚ୍ଛେଦ କରାଯାଏ, କ୍ଷତିଗ୍ରସ୍ତଙ୍କୁ ପ୍ରଥମେ ବିକଳ୍ପ ଥଇଥାନ ପରେ ଉଚ୍ଛେଦ କରାଯିବା କଥା।କିନ୍ତୁ ଏଭଳି ନିର୍ଦ୍ଦେଶକୁ ବିଏମ୍‌ସି କର୍ତ୍ତୃପକ୍ଷ ଅଣଦେଖା କରୁଥିବା ଅଭିଯୋଗ ହୋଇଛି।
ଭବିଷ୍ୟତରେ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ନେଇ ସଦସ୍ୟ ରାମଚନ୍ଦ୍ର ପାଳ, ପି. କାଶୀ ପାତ୍ର, ଏନ୍‌. ଲକ୍ଷ୍ମୀ ଆମ୍ମା, ସମୀର ନାୟକ, ଏମ୍‌. ସୀମାଦ୍ରି ପ୍ରମୁଖ କହିଛନ୍ତି। ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରୁ ଆରଏଓ୍ବାଇ ତାଲିିକାରେ ଯେଉଁମାନଙ୍କ ନାମ ଅଛି ସେମାନଙ୍କୁ ଗୃହ ଦିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri