Posted inଜାତୀୟ

ଏକ୍‌ଜିଟ୍‌ ପୋଲ୍‌ ଭବିଷ୍ୟବାଣୀ: ଝାଡ଼ଖଣ୍ଡରେ ଝୁଲା ବିଧାନସଭା

ନୂଆଦିଲ୍ଲୀ/ରାଞ୍ଚତ୍,୨୧ା୧୨ : ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ପୁନଃ କ୍ଷମତାସୀନ ହେବା ଆଶା ଧୂଳିସାତ୍‌ ହୋଇଛି। କାରଣ ଶୁକ୍ରବାର ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ସନ୍ଧ୍ୟାରେ ଝୁଲା ବିଧାନସଭାର ଭବିଷ୍ୟବାଣୀ କରିଛନ୍ତି ଅଧିକାଂଶ ଜନମତ ସର୍ବେକ୍ଷଣ ସଂସ୍ଥା। ବୁଥ୍‌ ଫେରନ୍ତା ମତଦାତାଙ୍କଠାରୁ ସଂଗୃହୀତ ତଥ୍ୟାନୁସାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଲାଭ ନ କଲେ ବି ୩୮ରୁ ଊର୍ଦ୍ଧ୍ୱ ଆସନ ଦଖଲ କରିବ। ଏହି ମେଣ୍ଟ ୪ରୁ ୭ ସ୍ବାଧୀନ ବିଧାୟକଙ୍କୁ ନେଇ ସରକାର ଗଠନ ଦିଗରେ ଅଗ୍ରସର ହେବ। ଭାଜପା କ୍ଷମତାଚ୍ୟୁତ ହେବା ସହ ଜେଏମ୍‌ଏମ୍‌ କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବେ। ଶାସକ ଭାଜପା ୨୨ରୁ ୩୨ ଆସନରେ ସୀମିତ ରହିବ ଏବଂ ଏହାର ପୂର୍ବତନ ସହଯୋଗୀ ତଥା ସୁଦେଶ ମହାତୋଙ୍କ ନେତୃତ୍ୱାଧୀନ ଅଲ୍‌ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ୍‌ ୟୁନିୟନ୍‌ (ଏଜେଏସ୍‌ୟୁ)କୁ ୩ରୁ ୫ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା (ଜେଭିଏମ୍‌) ୨ରୁ ୪ ଆସନରେ ବିଜୟୀ ହୋଇପାରେ। ତେଣୁ ଜେଭିଏମ୍‌ ଅଧ୍ୟକ୍ଷ ବାବୁଲାଲ ମାର୍ଣ୍ଡି କିଙ୍ଗ୍‌ ମେକର ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି ଅଧିକାଂଶ ଏକ୍‌ଜିଟ୍‌ ପୋଲ ପୂର୍ବାନୁମାନ କରିଛନ୍ତି।
୮୧ ସଦସ୍ୟତା ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାର ୬୫ ଆସନରେ ନଭେମ୍ବର ୩୦ରୁ ଡିସେମ୍ବର ୧୬ ମଧ୍ୟରେ ୪ଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯାଇଥିଲା। ଅବଶିଷ୍ଟ ୧୬ ଆସନରେ ଶୁକ୍ରବାର ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ହୋଇଛି। ଆଇଏଏନ୍‌ଏସ୍‌-ସିଭୋଟର-ଏବିପି ଏକ୍‌ଜିଟ୍‌ ପୋଲ ଅନୁସାରେ ଜେଏମ୍‌ଏମ୍‌-କଂଗ୍ରେସ-ଆର୍‌ଜେଡି (ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ) ମେଣ୍ଟକୁ ସରକାର ଗଠନ ସକାଶେ କୁହୁକ ସଂଖ୍ୟା ୪୧ ହାସଲ ଲାଗି ବେଶି କସରତ କରିବାକୁ ପଡ଼ିବ ନାହିଁ। ଏହି ମେଣ୍ଟକୁ ୩୫ ଆସନ ମିଳିବାକୁ ଥିବାବେଳେ ଭାଜପାକୁ ୩୨, ଏଜେଏସ୍‌ୟୁକୁ ୫ ଓ ଅନ୍ୟଙ୍କୁ ୯ ଆସନରେ ସଫଳତା ମିଳିବ। ତେଣୁ ଭାଜପା ପାଇଁ କ୍ଷମତାକୁ ଫେରିବା କଷ୍ଟକର ହେବ। ଇଣ୍ଡିଆ ଟୁଡେ-ଆକ୍ସିସ୍‌ ମାଇଁ ଇଣ୍ଡିଆ ଅନୁସାରେ ଭାଜପା ୩୪% ଭୋଟ ପାଇବାକୁ ଥିବାବେଳେ କଂଗ୍ରେସ-ଜେଏମ୍‌ଏମ୍‌ ୩୭%, ଏଜେଏସ୍‌ୟୁ ୯%, ଜେଭିଏମ୍‌ ୬% ଓ ଅନ୍ୟ ୧୪% ଭୋଟ ପାଇବେ। ଏହି ଭୋଟ ହାର ଅନୁସାରେ ଭାଜପା ୨୨ରୁ ୩୨ ଆସନ ଦଖଲ କରିବ। କଂଗ୍ରେସ-ଜେଏମ୍‌ଏମ୍‌ ମେଣ୍ଟ ୩୮-୫୦, ଏଜେଏସ୍‌ୟୁ ୩-୫ ଏବଂ ଅନ୍ୟମାନେ ୬ରୁ ୧୧ ଆସନରେ ବିଜୟୀ ହେବେ। ସେହିପରି କସିସ୍‌ ନ୍ୟୁଜ୍‌ର ଆକଳନ ହେଉଛି ଭାଜପା ୨୫ରୁ ୩୦ ଆସନ ଦଖଲ କରିବ। ବିରୋଧୀ ମେଣ୍ଟକୁ ୩୭ରୁ ୪୯ ଆସନରେ ସଫଳତା ମିଳିବ। ଏଜେଏସ୍‌ୟୁ ଏବଂ ଅନ୍ୟ ୨ରୁ ୪ ଲେଖାଏ ଆସନରେ ସନ୍ତୁଷ୍ଟ ହେବେ। ଏନ୍‌ଡିଟିଭିର ଆକଳନ ଅନୁସାରେ ଜେଏମ୍‌ଏମ୍‌ ନେତୃତ୍ୱାଧୀନ ମେଣ୍ଟକୁ ୪୦ ଆସନରେ ସଫଳତା ମିଳିପାରେ। ଭାଜପାକୁ ୨୯ ଏବଂ ଅନ୍ୟ ଦଳ ତଥା ସ୍ବାଧୀନ ପ୍ରାର୍ଥୀ ୧୨ ଆସନରେ ବିଜୟୀ ହେବେ। ତେବେ ଏହି ଏକ୍‌ଜିଟ୍‌ ପୋଲଗୁଡ଼ିକର ଭବିଷ୍ୟବାଣୀ କେତେ ସତ ତାହା ଆସନ୍ତା ସୋମବାର ଭୋଟ ଗଣତି ପରେ ସ୍ପଷ୍ଟ ହେବ।
ସୂଚନାଯୋଗ୍ୟ, ୨୦୧୪ ବିଧାନସଭା ନିର୍ବାଚନରେ ଭାଜପାକୁ ୩୭ ଆସନରେ ସଫଳତା ମିଳିଥିଲା। ଏଜେଏସ୍‌ୟୁର ୫ ବିଧାୟକଙ୍କ ସମର୍ଥନରେ ଡିସେମ୍ବର ୨୮ରେ ରଘୁବର ଦାସ ଝାଡ଼ଖଣ୍ଡର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଜେଏମ୍‌ଏମ୍‌ ୧୯ ଓ କଂଗ୍ରେସ ୬ ଆସନରେ ବିଜୟୀ ହୋଇଥିଲେ। ୨୦୧୫ ଫେବୃୟାରୀ ୧୧ରେ ଜେଭିଏମ୍‌ (ପ୍ରଜାତାନ୍ତ୍ରିକ)ର ସମସ୍ତ ୬ ବିଧାୟକ ଭାଜପାରେ ସାମିଲ ହେବା ପରେ ରଘୁବର ଦାସ ସରକାରଙ୍କ ଶକ୍ତି ବୃଦ୍ଧି ହୋଇଥିଲା। ସଦ୍ୟ ଅନୁଷ୍ଠିତ ନିର୍ବାଚନରେ ଆସନ ବୁଝାମଣାକୁ ନେଇ ଭାଗବଣ୍ଟା ନ ଛିଣ୍ଡିବାରୁ ଏଜେଏସ୍‌ୟୁ ଅଲଗା ଲଢ଼ିଥିଲା।

ଶେଷ ପର୍ଯ୍ୟାୟରେ ୭୧% ମତଦାନ

ଝାଡ଼ଖଣ୍ଡ ବିଧାନସଭାର ପଞ୍ଚମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ଶୁକ୍ରବାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୬ ଆସନରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରାୟ ୭୧% ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ସକାଳ ୭ଟାରେ ଭୋଟଗ୍ରହଣ ଆରମ୍ଭ ହୋଇଥିଲା। ଅପରାହ୍ନ ୫ଟା ସୁଦ୍ଧା ୪୦.୦୫ ଲକ୍ଷ ମତଦାତାଙ୍କ ମଧ୍ୟରୁ ୭୦.୮୩% ମତଦାନ କରିଛନ୍ତି। ମାଓବାଦୀ ପ୍ରଭାବିତ ଆସନଗୁଡ଼ିକରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯାଇଥିଲା। ୨୯ ମହିଳାଙ୍କ ସମେତ ୨୩୭ ପ୍ରାର୍ଥୀ ମଇଦାନରେ ଥିଲେ। ଭାଜପା ପ୍ରାର୍ଥୀ ତଥା ରାଜ୍ୟର କୃଷିମନ୍ତ୍ରୀ ରଣଧୀର ସିଂ ସରଥ ଆସନରୁ ନିର୍ବାଚନ ଲଢ଼ିଥିବାବେଳେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଲୁଇସ୍‌ ମାର୍ଣ୍ଡି ଡୁମୁକା ଆସନରେ ଜେଏମ୍‌ଏମ୍‌ କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ। ଲୁଇସ୍‌ ୨୦୧୪ରେ ଏହି ଆସନରେ ହେମନ୍ତଙ୍କୁ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri