ଏକ୍ସ-ରେ

ମେଡିକାଲ ସାଇନ୍ସରେ ଏକ୍ସ-ରେର ବ୍ୟବହାର ଯେ କେତେ ଗୁରୁତ୍ୱପୂର୍ଣ୍ଣ
ସେକଥା ସମସ୍ତେ ଜାଣନ୍ତି। ହେଲେ ଏହା ବ୍ୟତୀତ
ଏହାର ଅନ୍ୟ ବ୍ୟବହାର, ଉଦ୍ଭାବନ ଏବଂ ଏହା ସମ୍ପର୍କରେ ଆସନ୍ତୁ
ଜାଣିବା କିଛି ଅଜଣା କଥା…

ବୈଜ୍ଞାନକ ଓ୍ବିଲ୍‌ହେମ ରୋଣ୍ଟଜେନ୍‌ ୧୮୫୭ରେ ଏକ୍ସ-ରେ ଉଦ୍ଭାବନ କରିଥିଲେ। ସେ ନିଜର ଏକ ପରୀକ୍ଷଣ କରୁଥିବା ସମୟରେ ହଠାତ୍‌ ନିଜ ହାତ ହାଡର ଛବି କାନ୍ଥରେ ପ୍ରତିଫଳିତ ହେଉଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ପ୍ରକ୍ରିୟାକୁ ପୁନଃ ବ୍ୟବହାର କରି ସେ ଉକ୍ତ ଛବିକୁ ଫଟୋଗ୍ରାଫିକ୍‌ ପ୍ଲେଟ୍‌ରେ ବାହାର କରିବାରେ ସଫଳ ହେଲେ। ସେ ଏହାର ନାମ ଏକ୍ସ-ରେ ରଖିଲେ। ଆଉ ଏହି ଉଦ୍ଭାବନ ଲାଗି ତାଙ୍କୁ ଫିଜିକ୍ସ କ୍ଷେତ୍ରରେ ପ୍ରଥମ ନୋବେଲ ପୁରସ୍କାର ପ୍ରାପ୍ତ ହେଲା।
ସମୟରେ ସେ ନିଜ ପତ୍ନୀ ଆନ୍ନା ବେର୍‌ଥାଙ୍କ ଓ୍ବେଡିଙ୍ଗ୍‌ ରିଙ୍ଗ୍‌ ସହିତ ହାତ ପାପୁଲିର ଏକ୍ସ-ରେ କରିଥିଲେ। ଏହା ସହିତ ଅନ୍ୟ କେତେକ ଏକ୍ସ-ରେ ବର୍ତ୍ତମାନ ବ୍ରିଟିଶ୍‌ ଲାଇବ୍ରେରୀରେ ରହିଛି।
୧୯୩୦ରୁ ୧୯୫୦ ପର୍ଯ୍ୟନ୍ତ ଅନେକ ଜୋତା ଦୋକାନରେ ପାଦର ଠିକ୍‌ ମାପ ଜାଣିବା ଲାଗି ଏହାକୁ ବ୍ୟବହାର କରାଯାଉଥିଲା।
ଗବେଷଣାରେ ମଧ୍ୟ ଏକ୍ସ-ରେ କୌଶଳର ବିଶେଷ ସାହାଯ୍ୟ ନିଆଯାଇଥାଏ। ୧୯୯୯ରେ ନାସା ପକ୍ଷରୁ କଲମ୍ବିଆ ସ୍ପେସ୍‌ ଶଟଲ୍‌ ବାହାରେ ଚନ୍ଦ୍ର ଏକ୍ସ-ରେ ଅବ୍‌ଜରଭେଟୋରୀ ଦ୍ୱାରା ବ୍ଲାକ୍‌ ହୋଲ୍‌ର ସନ୍ଧାନ ମିଳିଥିଲା।
ସୃଷ୍ଟ ବିକିରଣ ସୂର୍ଯ୍ୟାଲୋକରୁ ଆସୁଥିବା ବିକିରଣ ତୁଳନାରେ ଅଧିକ ଶକ୍ତିଶାଳୀ। ଅର୍ଥାତ୍‌ ମଣିଷ ଛାତିରେ ଥରେ କରାଯାଉଥିବା ସିଟି ସ୍କାନ ପ୍ରାୟ ଦୁଇ ବର୍ଷ ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସୁଥିବା ବିକିରଣ ସହିତ ସମାନ। ତେଣୁ ପ୍ରଥମେ ଲୋକେ ଏହାର ବ୍ୟବହାର ସମ୍ପୂର୍ଣ୍ଣ ନିରାପଦ ବୋଲି ଭାବୁଥିଲେ। ହେଲେ ୧୯୦୪ରେ ବୈଜ୍ଞାନିକ ଥୋମାସ୍‌ ଏଡିଶନ୍‌ଙ୍କ ସହଯୋଗୀ କ୍ଲାରେନ୍ସ ଡାଲି ଦୀର୍ଘ ସମୟ ଧରି ଏକ୍ସ-ରେ କାମ କରି ସ୍କିନ୍‌ କ୍ୟାନ୍ସରରେ ମୃତ୍ୟୁବରଣ କରିବା ଦ୍ୱାରା ସମସ୍ତେ ଏହାର ନକାରାତ୍ମକ ଦିଗ ସମ୍ପର୍କରେ ସଚେତନ ହେଲେ।
ଗବେଷଣା ମୁତାବକ ଆମେରିକାରେ ଥିବା ସମସ୍ତ କ୍ୟାନ୍ସର ରୋଗୀଙ୍କ ମଧ୍ୟରୁ ୦.୪ ଭାଗଙ୍କଠାରେ ଏହି ରୋଗ ସିଟି ସ୍କାନ ଯୋଗୁ ହେଉଛି।
ଏହା ସଂସ୍ପର୍ଶରେ ଅଧିକ ଆସିବା ଦ୍ୱାରା କ୍ୟାନ୍ସର ଆଶଙ୍କା ଅଧିକ, ହେଲେ ବର୍ତ୍ତମାନ ମେଡିକାଲ ସାଇନ୍ସରେ କ୍ୟାନ୍ସର ଆରୋଗ୍ୟ ଲାଗି ଏହାକୁ ବ୍ୟବହାର କରାଯାଉଛି। ବିଶେଷ କରି କ୍ୟାନ୍ସର ଆଶଙ୍କା ବଢାଉଥିବା ଅନାବଶ୍ୟକ କଳାଜାଇ ବାହାର କରିବା ହେଉ କିମ୍ବା ଟ୍ୟୁମର ଟିସୁ ନଷ୍ଟ କରିବା ପାଇଁ ରେଡିଓ ଥେରାପି ଲାଗି ଏକ୍ସ-ରେ ବ୍ୟବହାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri