ଏକାମ୍ର କ୍ଷେତ୍ରର ବିକାଶ ମାପଚୁପରେ ଲଟକିଛି

ପୁରୁଣା ଭୁବନେଶ୍ୱର,୩ା୨(ଡି.ଏନ୍‌.ଏ.): ଏକାମ୍ର କ୍ଷେତ୍ର ତଥା ଶ୍ରୀଲିଙ୍ଗରାଜ ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ବିରାଟ ପରିକଳ୍ପନାର ରୂପାୟନ ନେଇ ସନ୍ଦେହ ଦେଖାଦେଲାଣି। ଦୀର୍ଘ ୨୦ ଦିନ ହେବ କେବଳ ମାପଚୁପରେ ନିଜକୁ ସୀମିତ ରଖିଛନ୍ତି ମିଳିତ ଟିମ୍‌। ବିଏମ୍‌ସି, ରାଜସ୍ବ ବିଭାଗ, ଦେବୋତ୍ତର ବିଭାଗ କର୍ମଚାରୀ ବିଭିନ୍ନ ଭାଗରେ ବିଭକ୍ତ ହୋଇ ବିନ୍ଦୁସାଗର ନିକଟବର୍ତ୍ତୀ ସାହି ବସ୍ତି ସମେତ ଦୋକାନ ଘର ମାପଚୁପ ଜାରି ରଖିଛନ୍ତି। ରବିବାର ଏହି ମାପଚୁପ ସମୟରେ ଘୋର ବିରୋଧ କରାଯାଇଥିଲା। ଦୀର୍ଘଦିନ ଧରି କୌଣସି ନିର୍ଦ୍ଦିଷ୍ଟ ନକ୍ସା କିମ୍ବା ବିକାଶ ରୂପରେଖ ସାଧାରଣ ଲୋକଙ୍କୁ ବିଧିବଦ୍ଧ ଭାବେ ନ ଜଣାଇବା ଯୋଗୁ ଏପରି ବିରୋଧ ଭାବ ରବିବାର ଦେଖା ଦେଇଥିଲା।
ଭୂମି ଅଧିଗ୍ରହଣର ସମସ୍ତ ନୀତିନିୟମକୁ ଅଣଦେଖା ଅଭିଯୋଗ
ଜମିର ମାପଚୁପକୁ ବିରୋଧ ନେଇ ସାଧାରଣ ଜମି ମାଲିକଙ୍କ ମନରେ ସରକାରୀ କର୍ମଚାରୀ ଭୂମି ଅଧିଗ୍ରହଣର କେଉଁ ନିୟମ ଅନୁଯାୟୀ, ଏହା କରୁଛନ୍ତି, କିଏ ଉତ୍ତରଦାୟୀ ରହିବ, କ୍ଷତିପୂରଣ ଓ ଥଇଥାନ ନେଇ ଆମ୍ଭମାନଙ୍କୁ କୌଣସି ନିର୍ଦ୍ଦିଷ୍ଟ ଲିଖିତ ଦସ୍ତାବିଜ ଦେଖାଇବାକୁ ଲୋକେ କହିଥିଲେ। ପୁରୀ ଭଳି ଉଚ୍ଚନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ, ଭୂମି ଅଧିଗ୍ରହଣ ନେଇ ସମାନ ଧରଣର ପ୍ରକଳ୍ପରେ ଏହି ନିୟମ କାର୍ଯ୍ୟକାରୀ କରା ନ ଯିବା ଯୋଗୁ ବିରୋଧ କରାଯାଇଥିଲା।
ଓଡ଼ିଶା ରାଇଟ୍‌ ଟୁ ଫେୟାର କମ୍ପାନିସେଶନ ଆଣ୍ଡ ଟ୍ରାନ୍ସପରେନ୍ସି ଇନ୍‌ ଲ୍ୟାଣ୍ଡ ଆକ୍ୱିଜିଶନ ନିୟମ ୨୦୧୬ ଓ ଏହା ଅନ୍ତର୍ଗତ ଥଇଥାନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଦାବି ହୋଇଛି। ସେହିଭଳି ସମଗ୍ର ଭାରତ ପାଇଁ ୨୭ ସେପ୍ଟେମ୍ବର ୨୦୧୩ରେ ଜମି ଅଧିଗ୍ରହଣ ନେଇ ସହମତି ଅନୁଯାୟୀ କାର୍ଯ୍ୟ କରିବାକୁ ନିୟମ ପ୍ରଣୟନ ହୋଇଛି।
ଏଥିରେ ଆଲୋଚନା ମାଧ୍ୟମରେ ଗ୍ରାମସଭା, ଭାଗୀଦାରି ମାଧ୍ୟମରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସ୍ବଚ୍ଛତା ଅବଲମ୍ବନ କରାଯିବା ଦରକାର। ଶିଳ୍ପର ବିକାଶ, ସହରୀକରଣ ଓ ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମି ଉନ୍ନତ କରିବା ନେଇ ଜମି ହରାଇଥିବା ଲୋକଙ୍କୁ ସର୍ବନିମ୍ନ କ୍ଷତି ନ ପହଞ୍ଚାଇ ସେମାନଙ୍କୁ ଉପଯୁକ୍ତ ଥଇଥାନ କରି କ୍ଷତିପୂରଣ ଦିଆଯିବ। ଏଥିସହ ପରବର୍ତ୍ତୀ ସମୟରେ ସେମାନେ ସାମାଜିକ ନିରପତ୍ତା ଓ ଅର୍ଥନୈତିକ ଅଭିବୃଦ୍ଧି ପ୍ରତି ଦୃଷ୍ଟି ଦେବାକୁ ନିୟମ ରହିଛି।
ଏ ନେଇ ସାମାଜିକ କର୍ମୀ ଲିଙ୍ଗରାଜ ହାତୀ କୁହନ୍ତି, ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କ ସୌନ୍ଦଯ୍ୟକରଣ ଓ ବିକାଶ ଯୋଜନାକୁ ଭଣ୍ଡୁର କରିବାକୁ କେତେଜଣ ପ୍ରଭାବଶାଳୀ ସେମାନଙ୍କ ଅନୁଗତଙ୍କୁ ହାତ କରି ଏଭଳି ଭୟର ବାତାବରଣ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଏଣୁ ସଚିବ ସ୍ତରୀୟ ଅଧିକାରୀ ସମସ୍ତ ଜମି ମାଲିକ କିମ୍ବା ତାଙ୍କ ପ୍ରତିନିଧିଙ୍କୁ ନେଇ ନିଦ୍ଦିଷ୍ଟ ଭାବେ ଲିଖିତ ଆଶ୍ୱସନା ଦେଲେ ଏସବୁର ସମାଧାନ ହୋଇପାରନ୍ତା। ଜମି ମାଲିକ ପ୍ରହଲ୍ଲାଦ ବିଷୋୟୀ କୁହନ୍ତି, ଅନେକ କ୍ଷେତ୍ରରେ ସରକାରୀ ଯୋଜନା ପୂର୍ଣ୍ଣାଙ୍ଗ ରୂପ ନେବା ପୂର୍ବରୁ ଆଇନ ଅଦାଲତ ଯୋଗୁ ଅଟକି ରହିଯାଏ। ଏଣୁ ଆମମାନଙ୍କୁ ପ୍ରଥମେ କ୍ଷତିପୂରଣ, ଥଇଥାନ କରି ସରକାର ଜମି ଓ ଘର ନେଇ ଯାଆନ୍ତୁ। ପରବର୍ତ୍ତୀ ସମୟରେ ଯାହା ଇଚ୍ଛା ତାହା କରନ୍ତୁ ଆମର କିଛି କହିବାର ନାହିଁ ବୋଲି ସେ କହିଥିଲେ।

ପରିଚୟପତ୍ର, ନୋଟିସ ଓ ମହିଳା କର୍ମଚାରୀ ନ ଥିବାରୁ ବିରୋଧ
ପୁରୁଣା ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର ପୂର୍ବ ତଥା ସମ୍ମୁଖରେ ଡାକରା ବିଭୀଷଣେଶ୍ୱର ମନ୍ଦିର ପର୍ଯ୍ୟନ୍ତ ପୁନର୍ବାର କେତେଜଣ ଜମି ମାଲିକଙ୍କୁ ଡକା ଯାଇଥିଲା। ଦେବୋତ୍ତର ଜମିରେ ବ୍ୟବସାୟ ପ୍ରତିଷ୍ଠାନ କରିଥିବା କେତେଜଣଙ୍କୁ ଉଚ୍ଛେଦ ହେବାର ମୌଖିକ ଭାବେ ଜଣାଯିବା ଯୋଗୁ ସେମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ସେହିଭଳି ହାଟସାହିଠାରୁ ପୁରୁଣା ଆର୍‌ଆଇ ଅଫିସ ପର୍ଯ୍ୟନ୍ତ ଅଞ୍ଚଳ, ହାଟ ସହ ଅନ୍ୟ ଦେବୋତ୍ତର ଜମି ମିଶାଇ ମାପଚୁପ ଆରମ୍ଭ କରାଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିର ଉତ୍ତର ଦ୍ୱାର ନିକଟରେ ମିଳିତ ଟିମ୍‌ ପକ୍ଷରୁ ମାପଚୁପ କରାଯାଉଥିବାବେଳେ ଅଧିକାଂଶ ଦୋକାନୀ ଓ ଗୃହ ମାଲିକ ଆପତ୍ତି ଜଣାଇଥିଲେ। କର୍ମଚାରୀଙ୍କୁ ସେମାନଙ୍କ ପରିଚୟପତ୍ର, ମାପଚୂପ ନେଇ ଅନୁମତି ପତ୍ର ଓ ନିର୍ଦ୍ଦିଷ୍ଟ ଭାବେ କୌଣସି ନୋଟିସ ନ କରି ରବିବାର ଛୁଟିଦିନରେ ମାପଚୁପର ଯଥାର୍ଥତା ନେଇ ଲୋକେ ପ୍ରଶ୍ନ କରିଥିଲେ। ଏହା ଉପରୁ ଆଦେଶ ରହିଛି ଆମେ କିଛି କହିପାରିବୁନି କହି ଅଜବ ଯୁକ୍ତି ମିଳିତ ଟିମ୍‌ର ସଦସ୍ୟମାନେ କରିଥିଲେ। ସେହିଭଳି କେତେଜଣଙ୍କ ଘର ମାପ ବେଳେ କେବଳ ଗୃହିଣୀ ଉପସ୍ଥିତ ଥିବାରୁ କେଉଁ କାରଣରୁ କୌଣସି ମହିଳା କର୍ମଚାରୀ ନ ଆଣି ଏବଂ ଲିଖିତ ଭାବେ ନ ଜଣାଇ ମାପଚୁପ କରିବାକୁ ଆସିଛନ୍ତି କହି ଲୋକେ ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଗାଁ: ଯେଉଁଠି ଲୋକଙ୍କ ନାଁ ଧରି ନୁହେଁ, ସିଟି ବଜାଇ ପରସ୍ପରକୁ ଡାକନ୍ତି , କାରଣ ବି ଖୁବ୍‌ ଅଜବ…

ସାରା ବିଶ୍ୱରେ ଅନେକ ଗାଁ ଅନନ୍ୟ କାରଣ ପାଇଁ ଜଣାଶୁଣା। ଭାରତରେ ଏପରି ଏକ ଗାଁ ଅଛି, ଯାହା ଏହାର ଅନନ୍ୟ ଶୈଳୀ ପାଇଁ ବେଶ୍‌...

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ କଂଗ୍ରେସ ନେତା, ଭାଜପା କହିଲା…

ନୂଆଦିଲ୍ଲୀ,୧।୧: ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ ଏକ ବୟାନ ଦେଇ ରାଜନୈତିକ ହଇଚଇ ସୃଷ୍ଟି କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ...

ଚାଇନାରେ ‘ଗୋଟିଏ ସନ୍ତାନ ନୀତି’କୁ ପୂରଣ ହେଲା ୧୦ ବର୍ଷ, ବଢିଲା ନାହିଁ ଜନ୍ମହାର, ଏବେ ଭୟ…

ବେଜିଂ,୧।୧: ଚାଇନା ବର୍ତ୍ତମାନ ଏହାର ଯୁବପିଢ଼ିଙ୍କୁ ଯଥାସମ୍ଭବ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରୁଛି ଯାହା ଦ୍ୱାରା ଦେଶର ଜନସଂଖ୍ୟା ଉପରେ ବିଶେଷ ପ୍ରଭାବ...

ବଦଳିଲା CBSE ବୋର୍ଡ ପରୀକ୍ଷା ତାରିଖ, ଜାଣନ୍ତୁ କେବେ ହେବ…

ନୂଆଦିଲ୍ଲୀ,୧।୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ  ୨୦୨୬ ପାଇଁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ସଂଶୋଧିତ ସମୟସାରଣୀ ପ୍ରକାଶ କରିଛି। ପ୍ରଶାସନିକ...

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…

ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri