ଏକକ ଷାଣ୍ମାସିକ ପରୀକ୍ଷାରେ ବିଭ୍ରାଟ: ବ୍ଲାକବୋର୍ଡରେ ଲେଖାଗଲା ପ୍ରଶ୍ନ

ଭୁବନେଶ୍ୱର (ବ୍ୟୁରୋ)/ ପୁରୀ ଅଫିସ/ ଗୋପ, (ଡି.ଏନ.ଏ)୨ା୧୧: ରାଜ୍ୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଏକକ ଷାଣ୍ମାସିକ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। କିନ୍ତୁ ପ୍ରଥମ ଦିନରେ ବିଭ୍ରାଟ ଦେଖାଯାଇଛି। ବିଭିନ୍ନ ସ୍କୁଲରେ ପ୍ରଶ୍ନପତ୍ର ଅଭାବ ହେବାରୁ କେଉଁଠି ଜେରକ୍ସ ତ ଆଉ କେଉଁଠି ବ୍ଲାକବୋର୍ଡରେ ଇତିହାସ, ଭୂଗୋଳ ପ୍ରଶ୍ନ ଲେଖି ବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷା ପରିଚାଳନା କରିଛନ୍ତି। ଏପରିକି କିଛି ସ୍କୁଲରେ ବିଳମ୍ବରେ ପ୍ରଶ୍ନପତ୍ର ପହଞ୍ଚତ୍ଛି। ପୁରୀ ଜିଲାର ବ୍ରହ୍ମଗିରି, ଅସ୍ତରଙ୍ଗ, ପିପିଲି, କାକଟପୁର, ଗୋପ ଅଞ୍ଚଳ ସମେତ କେନ୍ଦ୍ରାପଡ଼ାର ଅନେକ ସ୍ଥାନରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି।
ପୁରୀ ସହର ଉପକଣ୍ଠସ୍ଥ ସର୍ବୋଦୟ ନଗର ତ୍ରିଲୋଚନ ଆଦର୍ଶ ପ୍ରକଳ୍ପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ପିପିଲିର ପୀତବାସ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଶ୍ନପତ୍ର ନିଅଣ୍ଟ ପଡ଼ିିବାରୁ ବ୍ଲାକବୋର୍ଡରେ ପ୍ରଶ୍ନ ଲେଖାଯାଇଥିଲା। ପୁରୀର ଦତ୍ତତୋଟା ପ୍ରାଥମିକ ବିଦ୍ୟାଳୟ ଓ ଗୋପ ବ୍ଲକର ଷୋଳପୁରସ୍ଥିତ ମା’ ଚର୍ଚ୍ଚିକା ପ୍ରାଥମିକ ବିଦ୍ୟାଳୟ ସମେତ କେତେକ ସ୍କୁଲରେ ପ୍ରଶ୍ନପତ୍ର ଜେରକ୍ସ କରି ଛାତ୍ରୀଛାତ୍ରଙ୍କୁ ଦିଆଯାଇଥିଲା। ଏପରି କି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା। ନିର୍ଦ୍ଧାରିତ ସମୟରେ ପ୍ରଶ୍ନପତ୍ର ନ ପହଞ୍ଚତ୍ବାରୁ ଷୋଳପୁର ବିଦ୍ୟାଳୟରେ ସପ୍ତମଶ୍ରେଣୀ ଛାତ୍ରୀଛାତ୍ର ପ୍ରାୟ ଦେଢଘଣ୍ଟା ବିଳମ୍ବରେ ପରୀକ୍ଷା ଦେଇଥିଲେ। ଶିକ୍ଷା ଅଭିଯାନ ପୁରୀ ଜିଲା ପ୍ରକଳ୍ପ ସଂଯୋଜିକା ସୌନ୍ଦର୍ଯ୍ୟ ମଞ୍ଜରୀ ଦାସ କହିଛନ୍ତି, ଯଦି କୌଣସି ବିଦ୍ୟାଳୟରେ ପ୍ରଶ୍ନପତ୍ର ନିଅଣ୍ଟିଆ ରହିବ ତେବେ ଜେରକ୍ସ କରି ପିଲାଙ୍କୁ ଦେବା ପାଇଁ ସମ୍ପୃକ୍ତ ବିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସେମାନେ ତାଙ୍କ ହେପାଜତରେ ଜେରକ୍ସ କରିବେ ବୋଲି କୁହାଯାଇଥିଲା। ବ୍ଲାକ୍‌ବୋର୍ଡରେ ପ୍ରଶ୍ନପତ୍ର ଲେଖାଯିବା ପାଇଁ କାହାକୁ କୁହାଯାଇ ନ ଥିଲା। ପ୍ରଶ୍ନପତ୍ର ପ୍ରଘଟ ହେବା ନେଇ କୌଣସି ଅଭିଯୋଗ ଆମ ପାଖକୁ ଆସିନାହିଁ। ଯଦି ଏପରି କିଛି ହୋଇଥିବ ତା’ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦାସ କହିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ଏହି ପରୀକ୍ଷା ୨୯ତାରିଖରୁ ଆରମ୍ଭ ହେବାର ଥିଲା। କିନ୍ତୁ ବର୍ଷା କାରଣରୁ ସମସ୍ତ ସ୍କୁଲରେ ପ୍ରଶ୍ନପତ୍ର ପହଞ୍ଚତ୍ ପାରି ନ ଥିବାରୁ ପରୀକ୍ଷାକୁ ଘୁଞ୍ଚାଯାଇଥିଲା। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ କାର୍ଯ୍ୟକ୍ରମ(ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ୨୮ତାରିଖ ଦିନ ସମସ୍ତ ଜିଲା ପ୍ରକଳ୍ପ ସଂଯୋଜକଙ୍କୁ ଚିଠି ଲେଖିଥିଲେ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ରାଜ୍ୟର ସମସ୍ତ ସ୍କୁଲ ନିଜ ନିଜ ସମୟରେ ପିଲାଙ୍କ ଅର୍ଦ୍ଧବାର୍ଷିକ ପରୀକ୍ଷା କରୁଥିଲେ। ତେବେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣି ଚଳିତବର୍ଷରୁ ସମସ୍ତଙ୍କ ପାଇଁ ଏକକ ପରୀକ୍ଷା କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ପରୀକ୍ଷା ପରିଚାଳନାରେ ତ୍ରୁଟିକୁ ବିଭାଗ ସ୍ବୀକାର କରିବା ସହ ଆସନ୍ତାବର୍ଷରୁ ଏଥିରେ ସୁଧାର ଆସିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାଫିକ୍‌ ପୋଲିସର ବଟି ଆଦାୟ ଭିଡିଓ ଭାଇରାଲ

ଯାଜପୁର ଅଫିସ,୨୯ା୧୨: ଚଣ୍ଡିଖୋଲ ଟ୍ରାଫିକ ଥାନା ଅଧିକାରୀ ହୃଦାନନ୍ଦ ବେହେରାଙ୍କ ବ୍ୟକ୍ତିଗତ ହାଜରରୁ ରିହାତି ଦେବା ତାଙ୍କ ଆବେଦନ ଶୁଣାଣିକୁ ଜାନୁୟାରୀ ୩ ତାରିଖକୁ ଜେଏମ୍‌ଏଫ୍‌ସି...

ସମ୍ଭାବ୍ୟ ଝଡ଼, ଫସଲ ନଷ୍ଟ ଆଶଙ୍କାରେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୧।୧୨: ସମ୍ଭାବ୍ୟ ସାମୁଦ୍ରିକ ଝଡକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ଓ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ...

ସରପଞ୍ଚଙ୍କୁ ଗୁଳି କରି ହତ୍ୟା

ମାଲକାନଗିରି,୮।୩(ଡି.ଏନ୍‌.ଏ): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲା କେରଳପାଲ ଥାନା ଅଧୀନ ପୋଗାବେଜୀ ସରପଞ୍ଚ ପୁଣେ ସନ୍ନାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମାଓବାଦୀମାନେ...

ରାଜ୍ୟରେ କରୋନାର ଭୟଙ୍କର ସ୍ଥିତି: ୫ ହଜାର ମୁହାଁ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା, କେବଳ ଖୋର୍ଦ୍ଧାରୁ …

ଭୁବନେଶ୍ୱର,୨୦।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ୪,୭୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

କରୋନା ଯାଇନି, ସମସ୍ତେ ସତର୍କ ରହନ୍ତୁ: ପୋଲିସ କମିଶନର

ଭୁବନେଶ୍ୱର,୨୭।୫(ବ୍ୟୁରୋ)-କରୋନା ଯାଇନି। ସମସ୍ତେ ସତର୍କ ରହନ୍ତୁ। ଲକଡାଉନ ନିୟମକୁ ପାଳନ କରନ୍ତୁ। ଲକ୍‌ଡାଉନ କୋହଳର ଅର୍ଥ ନୁହେିଁ କରୋନା ପଳାଇଲା। ସାମାଜିକ ଦୂରତା ପ୍ରତ୍ୟେକ ଲୋକ...

ବର୍ଷା ଛାଡ଼ିଲା: ତିନି ଦିନ କୁହୁଡ଼ି

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ରାଜ୍ୟରେ ଆଉ ପ୍ରବଳ ବର୍ଷାର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ,...

କରମଣ୍ଡଳରେ ଯାତ୍ରା କରୁଥିଲେ, ୪୮ ଘଣ୍ଟା ପରେ ବି ଜୀବିତ

ବାହାନଗା,୫ା୬(ଡି.ଏନ.ଏ.): କଥାରେ ଅଛି ରଖେ ହରି ମାରେ କିଏ। ବାହାନଗା ଭୟଙ୍କର ଟ୍ରେନ ଦୁର୍ଘଟଣାର ୪୮ ଘଣ୍ଟା ପରେ ଜଣେ ଯାତ୍ରୀଙ୍କୁ ଜୀବିତ ଅବସ୍ଥାରେ ବୁଦାମୂଳରୁ...

ପୂର୍ବ ଭାରତକୁ ଅଭିବୃଦ୍ଧିର ସ୍ଥାୟୀ ଇଞ୍ଜିନ କରିବାକୁ ଉଦ୍ୟମ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ଆତ୍ମନିର୍ଭର ଭାରତ ପାଇଁ ଲଗାତର ନିଜର ସାମର୍ଥ୍ୟ ଏବଂ କ୍ଷମତାକୁ ବୃଦ୍ଧି କରିବା ଅତ୍ୟନ୍ତ ଜରୁରୀ। ବିଗତ ବର୍ଷଗୁଡିକରେ ଆମେ ରିଫାଇନିଂ ଏବଂ...

Advertisement
Archives

Model This Week