ଏକକ ଷାଣ୍ମାସିକ ପରୀକ୍ଷାରେ ବିଭ୍ରାଟ :ପ୍ରଶ୍ନପତ୍ର ନିଅଣ୍ଟକୁ ନେଇ ଅସନ୍ତୋଷ

ଦାରିଙ୍ଗବାଡି,୨।୧୧(ଡି.ଏନ.ଏ.)-ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ୨୫ ପଞ୍ଚାୟତରେ ରହିଥିବା ପ୍ରାୟ ୩ ଶହ ବିଦ୍ୟାଳୟରେ ଶୁକ୍ରବାର ଏକକ ଷାଣ୍ମାସିକ ପରୀକ୍ଷା ଆରମ୍ଭ ହୋଇଯାଇଛି। ତେବେ ପରିଚାଳନାଗତ ତ୍ରୁଟି ଯୋଗୁ ପରୀକ୍ଷାର୍ଥୀଙ୍କୁ ହଟହଟା ହେବାକୁ ପଡିଛି। ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ମୋଟ ୧୮,୫୭୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ରହିଥିବାବେଳେ ପ୍ରଥମରେ ୨୬୧୧, ଦ୍ୱିତୀୟରେ ୨୫୦୩, ତୃତୀୟରେ ୨୪୦୮, ଚତୁର୍ଥରେ ୨୩୭୯, ପଞ୍ଚମରେ ୨୪୧୦, ଷଷ୍ଠରେ ୨୦୦୭, ସପ୍ତମରେ ୨୦୧୮ ଏବଂ ଅଷ୍ଟମରେ ୨୨୪୨ ଜଣ ପରୀକ୍ଷାର୍ଥୀ ଅଛନ୍ତି। ତେବେ ତୃତୀୟ ଭାଗ ଇଂଲିଶ ପ୍ରଶ୍ନପତ୍ର ପହଞ୍ଚତ୍ ନ ଥିବାବେଳେ ସପ୍ତମ ଏବଂ ଅଷ୍ଟମରେ ଇତିହାସ ପ୍ରଶ୍ନପତ୍ର ପହଞ୍ଚତ୍ନାହିଁ। ଫଳରେ ଗୋଟିଏ ପ୍ରଶ୍ନପତ୍ର ଯୋଗାଡକରି ଜେରକ୍ସ କରାଯାଇଥିବା ଜଣାପଡିଛି। ଏ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଦାରିଙ୍ଗବାଡି ବିଇଓ କାର୍ଯ୍ୟାଳୟ ପକ୍ଷରୁ ପ୍ରଶ୍ନପତ୍ର ନିଅଣ୍ଟ ଏବଂ ପ୍ରଶ୍ନପତ୍ର ନଥାଇ ପରୀକ୍ଷା କରାଯାଉଥିବା ଘଟଣାକୁ ଚପାଇଦେବାକୁ ଉଦ୍ୟମ କରାଯାଇଛି। କନ୍ଧମାଳ ସୁରକ୍ଷା ଅଭିଯାନର ଆବାହକ ପ୍ରତାପ କୁମାର ପ୍ରଧାନ ଅଭିଯୋଗ କରିଛନ୍ତି ଯେ, ଦାରିଙ୍ଗବାଡିରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି। ବିଭାଗୀୟ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ଏନେଇ ବିଇଓ ବ୍ରହ୍ମାନନ୍ଦ ରାଉତଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ସେ ରିସିଭ କରି ନ ଥିଲେ। ବିଆର୍‌ସିସି ତଥା ଏବିଇଓ ସୁବାସିନୀ ଦିଗାଳଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, କିଛି ପ୍ରଶ୍ନପତ୍ର ପହଞ୍ଚତ୍ବାରେ ସମସ୍ୟା ରହିଥିଲା, ତାକୁ ସମାଧାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

ଫୁଲବାଣୀରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ କରୁଥିଲେ ଭାଇ-ଭଉଣୀ, ଅଚାନକ ପହଞ୍ଚିଗଲା ପୋଲିସ, ତା’ପରେ…

ଛତ୍ରପୁର, ୧୦।୪(ଦିଲ୍ଲୀପ ସାମଲ): ବେଆଇନ ଭାବେ ଫୁଲବାଣୀରୁ ବେଙ୍ଗାଲୁରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ଥାନା । ଗୁରୁବାର ଅପରାହ୍ନରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri