Posted inଖେଳ

ଏଏଫସି କପ୍‌ ଉପରେ ଚେନ୍ନାଇନ୍‌ର ନଜର

ଅହମ୍ମଦାବାଦ, ୧୭।୪(ପି.ଟି.)- ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ସୁପର କପ୍‌ ଫୁଟବଲ ଟାଇଟଲକୁ ଅଳ୍ପକେ ହାତଛଡ଼ା କରିଥିବା ଚେନ୍ନାଇନ୍‌ ଏଫସି ଏବେ ଏଏଫସି କପ୍‌ ଉପରେ ନଜର ପକାଇଛି ।ଦଳ  ବୁଧବାର ଏଠାରେ ନିଜର ଦ୍ୱିତୀୟ ଗ୍ରୁପ୍‌ ମ୍ୟାଚରେ ନେପାଳି ଦଳ ମାନଙ୍ଗ ମର୍ଶିଆଙ୍ଗଡିକୁ ଭେଟିବାକୁ ଯାଉଛି। ୨୦୧୭-୧୮ ଇଣ୍ଡିଆନ ସୁପର ଲିଗ୍‌ ଚାମ୍ପିୟନ ଚେନ୍ନାଇନ୍‌ ଗତ ସିଜନରେ ଅତି ଖରାପ ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ନିମ୍ନରେ ରହିଥିଲା। ତେବେ ସୁପର କପ୍‌ରେ ଦଳ ଆକର୍ଷଣୀୟ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲା ଏବଂ ଏଫସି ଗୋଆ ନିକଟରୁ ୧-୨ ଗୋଲରେ ହାରି ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲା। ଏବେ ଏହି ନୈରାଶ୍ୟକୁ ପଛରେ ପକାଇ ଦଳ ଏଏଫସି କପ୍‌ରେ ନେପାଳ ଲିଗ୍‌ ଚାମ୍ପିୟନ ବିପକ୍ଷରେ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛି।

ଜନ ଗ୍ରେଗୋରିଙ୍କ ପ୍ରଶିକ୍ଷଣପ୍ରାପ୍ତ  ଚେନ୍ନାଇନ୍‌ ଦଳ ମିନର୍ଭା ପଞ୍ଜାବ ବିପକ୍ଷ ଏହାର ଏଏଫସି କପ୍‌ ଗ୍ରୁପ ‘ଇ’ ପ୍ରଥମ ମ୍ୟାଚକୁ ଗୋଲଶୂନ୍ୟ ଡ୍ର ରଖିଥିଲା। ସ୍ଥାନୀୟ ଟ୍ରାନ୍ସଷ୍ଟାଡିଆ ଆରେନାକୁ ଚେନ୍ନାଇନ୍‌ ହୋମ୍‌ଭେନ୍ୟୁ କରିଛି। ମିନର୍ଭା ବିପକ୍ଷ ମ୍ୟାଚକୁ ଦଳ ଏଠାରେ ଖେଳିଥିଲା ଏବଂ ଆଗାମୀ ମ୍ୟାଚକୁ ମଧ୍ୟ ଏଠାରେ ଖେଳିବାକୁ ଯାଉଛି। ଆଇଏସଏଲ ସମୟରେ ଆହତ ହୋଇଥିବା ଜେରି ଲାଲରିନ୍‌ଜୁଆଲା ଓ ଧନପାଲ ଗଣେଶ ଇତି ମଧ୍ୟରେ ସୁସ୍ଥ ହୋଇ ଯାଇଛନ୍ତି। ତେଣୁ ପୁରା ଫିଟ୍‌ ଦଳ ସହ ଚେନ୍ନାଇନ୍‌ ପଡ଼ିଆକୁ ଓହ୍ଲାଇବ। ଗତ କିଛି ମ୍ୟାଚରେ ଅନିରୁଦ୍ଧ ଥାପା ମିଡ୍‌ଫିଲ୍ଡରେ ଏବଂ ମାଲିସନ ଆଲଭେସ ବ୍ୟାକ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଜେଜେ ଲାଲପେଖଲୁଆ ଓ ସି.କେ. ଭିନିଥଙ୍କଠାରୁ ଦଳ ଫ୍ରଣ୍ଟଲାଇନ୍‌ରେ ଅନେକ କିଛି ଆଶା କରୁଛି। ”ସୁପର କପ୍‌ ଫାଇନାଲରେ ପରାଜିତ ହୋଇଥିବାରୁ ଆମେ କିଛିଟା ନୈରାଶ୍ୟ ସହ ଆମେ ପଡ଼ିଆକୁ ଓହ୍ଲାଇବାକୁ ଯାଉଛୁ। ତେବେ ଆମେ ଏବେ ଏଏଫସି କପ୍‌ ମ୍ୟାଚ ଉପରେ ପୁରା ଫୋକସ କରୁଛୁ। ଏଏଫସି କପ୍‌ରେ ଖେଳିବା ଚେନ୍ନାଇ ଏବଂ ଦେଶ ପାଇଁ ସମ୍ମାନର କଥା। ଏହା ଏକ କଷ୍ଟସାଧ୍ୟ ମ୍ୟାଚ ହେବ। ତେବେ ଆମେ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ“ ବୋଲି ଗ୍ରେଗୋରି କହିଛନ୍ତି।

ଏଏଫସି କପ୍‌ ଆମକୁ ଉତ୍ସାହିତ କରିଛି। ଏହା ଆମପାଇଁ ବଡ଼ ପ୍ଲାଟ୍‌ଫର୍ମ। ଏଥିରେ ଖେଳିବା ଆମପାଇଁ ସମ୍ମାନ ସଦୃଶ। ତେଣୁ ଆମେ ସୁଯୋଗର ସଦ୍‌ବ୍ୟବହାର କରିବାକୁ ପ୍ରସ୍ତୁତ। ଆଇଏସଏଲ ନୈରାଶ୍ୟପରେ ଗୌରବ ଫେରି ପାଇବା ପାଇଁ ଏହା ଆମପାଇଁ ବଡ଼ ସୁଯୋଗ ଆଣିଛି ବୋଲି ଗ୍ରେଗୋରି ପ୍ରକାଶ କରିଛନ୍ତି। ମିନର୍ଭା ବିପକ୍ଷ ମ୍ୟାଚରେ ଆମେ ଗୋଲ ସ୍କୋର କରି ମ୍ୟାଚ ଜିତିବା ପାଇଁ ବହୁ ସୁଯୋଗ ପାଇଥିଲୁ। ମ୍ୟାଚ ଜିତିପାରି ନ ଥିଲେ ହେଁ ଆମେ ଏହି ମ୍ୟାଚକୁ  ଶୃଙ୍ଖଳିତଭାବେ ଶେଷ କରିଥିଲୁ। ଏବେ ପ୍ରଦର୍ଶନରେ ଉନ୍ନତି ଆଣି ବିଜୟ ହାସଲ କରିବା ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

ନେପାଳ ପକ୍ଷରୁ ପ୍ରଥମ କ୍ଲବଭାବେ ଏଏଫସି କପ୍‌ ଗ୍ରୁପ ପର୍ଯ୍ୟାୟ ଖେଳୁଥିବା ମାନଙ୍ଗ ମର୍ଶିଆଙ୍ଗଡି ନିଜର ପ୍ରଥମ ମ୍ୟାଚରେ ଢାକାର ଆବାହାନୀଠାରୁ ୦-୧ ଗୋଲରେ ପରାସ୍ତ ହୋଇଥିଲା। ବାଂଲାଦେଶୀ କ୍ଲବ ବିପକ୍ଷରେ ଦଳ ଭଲ ଖେଳିଥିଲେ ହେଁ ଗୋଟିଏ ଗୋଲରେ ହାର ମାନିଥିଲା। ନେପାଳୀ ଦଳର ଦୁଇ ନାଇଜେରିଆନ ଫରଓ୍ବାର୍ଡ ଓଲୁଓ୍ବାନମି ସୋମିଡେ ଓ ଆଫିଜ୍‌ ଓଲାଓ୍ବାଲେଙ୍କ ଉପରେ ଚେନ୍ନାଇନ୍‌ ଡିଫେଣ୍ଡରଙ୍କ ନଜର ରହିବ। ଏହି ଦଳର ଅନ୍ୟ ଦୁଇ ମୁଖ୍ୟ ଖେଳାଳି ହେଲେ ବିଶାଲ ରାଜ ଓ ଅଞ୍ଜନ ବିସ୍ତା। ମାନଙ୍ଗ ମର୍ଶିଆଙ୍ଗଡି ଦଳର ଡିଫେଣ୍ଡର ହେଲେ ଜଣେ ଭାରତୀୟ ମହମ୍ମଦ ଅସିଫ। ସେ ଆଗାମୀ ମ୍ୟାଚରେ ନିଜ ଦେଶର ଏକ କ୍ଲବ ବିପକ୍ଷରେ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୁଲଦୀପଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦେବା ନେଇ ଚର୍ଚ୍ଚା; ଭାରତୀୟ କୋଚ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୨।୮: କୁଲଦୀପ ଯାଦବଙ୍କୁ ନେଇ ଖୁବ ଆଲୋଚନା ହେଉଛି, ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ ସେ ବିଷୟରେ ପ୍ରଶ୍ନ ବାକି ରହିଛି।…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ

ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…

ପାକିସ୍ତାନ ବିପକ୍ଷରେ କମାଲ! ୫-୫ ୱିକେଟ୍ ନେଲେ ୨ ବୋଲର, ଗୋଟିଏ ବଲ୍‌କୁ ୨ ଭାଗ କରି ବାଣ୍ଟିଲା ଇଂଲଣ୍ଡ

ହେଡିଂଲି,୨୦।୮: ହେଡିଂଲିରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନର ପ୍ରଥମ ପାଳି…

‘IPL ଖେଳ ନାହିଁ, ନଚେତ୍‌…’ ଭାରତୀୟ ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ, ୨୦।୮: ମାନବ ସୁତାର ଟିମ ଇଣ୍ଡିଆର ନୂଆ ଷ୍ଟାର ପାଲଟିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସେ ମୋଟ ୧୦ଟି ଉଇକେଟ୍‌ ନେଇ ଐତିହାସିକ…

ଡିଭିଲିୟର୍ସଙ୍କ ବଡ଼ ବୟାନ; ସଚିନ-ବିରାଟଙ୍କୁ ନେଇ କହିଦେଲେ ଏମିତି, ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୮: ଦକ୍ଷିଣ ଆଫ୍ରିକାର ‘ମିଷ୍ଟର ୩୬୦ ଡିଗ୍ରୀ’ ଭାବେ ପରିଚିତ ଏବି ଡିଭିଲିୟର୍ସ ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri