Posted inଖେଳ

ଏଏଫସି କପ୍‌ ଉପରେ ଚେନ୍ନାଇନ୍‌ର ନଜର

ଅହମ୍ମଦାବାଦ, ୧୭।୪(ପି.ଟି.)- ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ସୁପର କପ୍‌ ଫୁଟବଲ ଟାଇଟଲକୁ ଅଳ୍ପକେ ହାତଛଡ଼ା କରିଥିବା ଚେନ୍ନାଇନ୍‌ ଏଫସି ଏବେ ଏଏଫସି କପ୍‌ ଉପରେ ନଜର ପକାଇଛି ।ଦଳ  ବୁଧବାର ଏଠାରେ ନିଜର ଦ୍ୱିତୀୟ ଗ୍ରୁପ୍‌ ମ୍ୟାଚରେ ନେପାଳି ଦଳ ମାନଙ୍ଗ ମର୍ଶିଆଙ୍ଗଡିକୁ ଭେଟିବାକୁ ଯାଉଛି। ୨୦୧୭-୧୮ ଇଣ୍ଡିଆନ ସୁପର ଲିଗ୍‌ ଚାମ୍ପିୟନ ଚେନ୍ନାଇନ୍‌ ଗତ ସିଜନରେ ଅତି ଖରାପ ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ନିମ୍ନରେ ରହିଥିଲା। ତେବେ ସୁପର କପ୍‌ରେ ଦଳ ଆକର୍ଷଣୀୟ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲା ଏବଂ ଏଫସି ଗୋଆ ନିକଟରୁ ୧-୨ ଗୋଲରେ ହାରି ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲା। ଏବେ ଏହି ନୈରାଶ୍ୟକୁ ପଛରେ ପକାଇ ଦଳ ଏଏଫସି କପ୍‌ରେ ନେପାଳ ଲିଗ୍‌ ଚାମ୍ପିୟନ ବିପକ୍ଷରେ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛି।

ଜନ ଗ୍ରେଗୋରିଙ୍କ ପ୍ରଶିକ୍ଷଣପ୍ରାପ୍ତ  ଚେନ୍ନାଇନ୍‌ ଦଳ ମିନର୍ଭା ପଞ୍ଜାବ ବିପକ୍ଷ ଏହାର ଏଏଫସି କପ୍‌ ଗ୍ରୁପ ‘ଇ’ ପ୍ରଥମ ମ୍ୟାଚକୁ ଗୋଲଶୂନ୍ୟ ଡ୍ର ରଖିଥିଲା। ସ୍ଥାନୀୟ ଟ୍ରାନ୍ସଷ୍ଟାଡିଆ ଆରେନାକୁ ଚେନ୍ନାଇନ୍‌ ହୋମ୍‌ଭେନ୍ୟୁ କରିଛି। ମିନର୍ଭା ବିପକ୍ଷ ମ୍ୟାଚକୁ ଦଳ ଏଠାରେ ଖେଳିଥିଲା ଏବଂ ଆଗାମୀ ମ୍ୟାଚକୁ ମଧ୍ୟ ଏଠାରେ ଖେଳିବାକୁ ଯାଉଛି। ଆଇଏସଏଲ ସମୟରେ ଆହତ ହୋଇଥିବା ଜେରି ଲାଲରିନ୍‌ଜୁଆଲା ଓ ଧନପାଲ ଗଣେଶ ଇତି ମଧ୍ୟରେ ସୁସ୍ଥ ହୋଇ ଯାଇଛନ୍ତି। ତେଣୁ ପୁରା ଫିଟ୍‌ ଦଳ ସହ ଚେନ୍ନାଇନ୍‌ ପଡ଼ିଆକୁ ଓହ୍ଲାଇବ। ଗତ କିଛି ମ୍ୟାଚରେ ଅନିରୁଦ୍ଧ ଥାପା ମିଡ୍‌ଫିଲ୍ଡରେ ଏବଂ ମାଲିସନ ଆଲଭେସ ବ୍ୟାକ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଜେଜେ ଲାଲପେଖଲୁଆ ଓ ସି.କେ. ଭିନିଥଙ୍କଠାରୁ ଦଳ ଫ୍ରଣ୍ଟଲାଇନ୍‌ରେ ଅନେକ କିଛି ଆଶା କରୁଛି। ”ସୁପର କପ୍‌ ଫାଇନାଲରେ ପରାଜିତ ହୋଇଥିବାରୁ ଆମେ କିଛିଟା ନୈରାଶ୍ୟ ସହ ଆମେ ପଡ଼ିଆକୁ ଓହ୍ଲାଇବାକୁ ଯାଉଛୁ। ତେବେ ଆମେ ଏବେ ଏଏଫସି କପ୍‌ ମ୍ୟାଚ ଉପରେ ପୁରା ଫୋକସ କରୁଛୁ। ଏଏଫସି କପ୍‌ରେ ଖେଳିବା ଚେନ୍ନାଇ ଏବଂ ଦେଶ ପାଇଁ ସମ୍ମାନର କଥା। ଏହା ଏକ କଷ୍ଟସାଧ୍ୟ ମ୍ୟାଚ ହେବ। ତେବେ ଆମେ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ“ ବୋଲି ଗ୍ରେଗୋରି କହିଛନ୍ତି।

ଏଏଫସି କପ୍‌ ଆମକୁ ଉତ୍ସାହିତ କରିଛି। ଏହା ଆମପାଇଁ ବଡ଼ ପ୍ଲାଟ୍‌ଫର୍ମ। ଏଥିରେ ଖେଳିବା ଆମପାଇଁ ସମ୍ମାନ ସଦୃଶ। ତେଣୁ ଆମେ ସୁଯୋଗର ସଦ୍‌ବ୍ୟବହାର କରିବାକୁ ପ୍ରସ୍ତୁତ। ଆଇଏସଏଲ ନୈରାଶ୍ୟପରେ ଗୌରବ ଫେରି ପାଇବା ପାଇଁ ଏହା ଆମପାଇଁ ବଡ଼ ସୁଯୋଗ ଆଣିଛି ବୋଲି ଗ୍ରେଗୋରି ପ୍ରକାଶ କରିଛନ୍ତି। ମିନର୍ଭା ବିପକ୍ଷ ମ୍ୟାଚରେ ଆମେ ଗୋଲ ସ୍କୋର କରି ମ୍ୟାଚ ଜିତିବା ପାଇଁ ବହୁ ସୁଯୋଗ ପାଇଥିଲୁ। ମ୍ୟାଚ ଜିତିପାରି ନ ଥିଲେ ହେଁ ଆମେ ଏହି ମ୍ୟାଚକୁ  ଶୃଙ୍ଖଳିତଭାବେ ଶେଷ କରିଥିଲୁ। ଏବେ ପ୍ରଦର୍ଶନରେ ଉନ୍ନତି ଆଣି ବିଜୟ ହାସଲ କରିବା ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

ନେପାଳ ପକ୍ଷରୁ ପ୍ରଥମ କ୍ଲବଭାବେ ଏଏଫସି କପ୍‌ ଗ୍ରୁପ ପର୍ଯ୍ୟାୟ ଖେଳୁଥିବା ମାନଙ୍ଗ ମର୍ଶିଆଙ୍ଗଡି ନିଜର ପ୍ରଥମ ମ୍ୟାଚରେ ଢାକାର ଆବାହାନୀଠାରୁ ୦-୧ ଗୋଲରେ ପରାସ୍ତ ହୋଇଥିଲା। ବାଂଲାଦେଶୀ କ୍ଲବ ବିପକ୍ଷରେ ଦଳ ଭଲ ଖେଳିଥିଲେ ହେଁ ଗୋଟିଏ ଗୋଲରେ ହାର ମାନିଥିଲା। ନେପାଳୀ ଦଳର ଦୁଇ ନାଇଜେରିଆନ ଫରଓ୍ବାର୍ଡ ଓଲୁଓ୍ବାନମି ସୋମିଡେ ଓ ଆଫିଜ୍‌ ଓଲାଓ୍ବାଲେଙ୍କ ଉପରେ ଚେନ୍ନାଇନ୍‌ ଡିଫେଣ୍ଡରଙ୍କ ନଜର ରହିବ। ଏହି ଦଳର ଅନ୍ୟ ଦୁଇ ମୁଖ୍ୟ ଖେଳାଳି ହେଲେ ବିଶାଲ ରାଜ ଓ ଅଞ୍ଜନ ବିସ୍ତା। ମାନଙ୍ଗ ମର୍ଶିଆଙ୍ଗଡି ଦଳର ଡିଫେଣ୍ଡର ହେଲେ ଜଣେ ଭାରତୀୟ ମହମ୍ମଦ ଅସିଫ। ସେ ଆଗାମୀ ମ୍ୟାଚରେ ନିଜ ଦେଶର ଏକ କ୍ଲବ ବିପକ୍ଷରେ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାହିଁକି ଅଧିନାୟକ ପଦ ଛାଡିଲେ ଜାଡେଜା, ଧୋନୀ କଲେ ଖୁଲାସା

ମୁମ୍ବାଇ,୨।୫:ଆଇପିଏଲ ୨୦୨୨ର ୪୬ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ୧୩ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବିଜୟ ହାସଲ କରିଛି। ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ...

ନଭେମ୍ବରରେ ଦକ୍ଷିଣ ଆଫ୍ରିକା ଯିବ ଇଂଲଣ୍ଡ

କେପ୍‌ଟାଉନ୍‌,୨୩।୧୦(ଏପି): ୬ଟି ସୀମିତ ଓଭର ମ୍ୟାଚ୍‌ ଖେଳିବାକୁ ଇଂଲଣ୍ଡ ଆସନ୍ତାମାସରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଦକ୍ଷିଣ ଆଫ୍ରିକା ସରକାର ଭ୍ରମଣକାରୀ ଦଳଗୁଡିକ ପାଇଁ କରୋନା...

ଫେଡ୍‌ କପ୍‌ ଟିମ୍‌ ଘୋଷିତ: ୪ବର୍ଷ ପରେ ଦଳକୁ ଫେରିଲେ ସାନିଆ

ନୂଆଦିଲ୍ଲୀ,୨୫ା୧୨ (ପି.ଟି.)-ଭାରତୀୟ ଫେଡ୍‌ କପ୍‌ ଦଳ ମଙ୍ଗଳବାର ଘୋଷଣା କରାଯାଇଛି। ଏଥିରେ ୫ଜଣ ଖେଳାଳିଙ୍କୁ ନିଆଯାଇଛି। ଦେଶର ଟପ୍‌ ସିଙ୍ଗଲ୍ସ ଖେଳାଳି ଅଙ୍କିତା ରାଇନା ଏଥିରେ...

ବିକାଶ, ବ୍ୟାଡ୍‌ମିଣ୍ଟନରୁ ରୌପ୍ୟ

ବର୍ମିଂହାମ୍‌, ୩ା୮(ପି.ଟି.): ଭାରତର ହେଭିଓ୍ବେଟ୍‌ ଲିଫ୍ଟର ବିକାଶ ଠାକୁର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଶ ପାଇଁ ଆଉ ଏକ ପଦକ ଆଣିଦେଇଛନ୍ତି। ମଙ୍ଗଳବାର ପୁରୁଷ ୯୬କେଜି ଶ୍ରେଣୀରେ...

ମହିଳା ଟି୨୦ ଚ୍ୟାଲେଞ୍ଜ: ଟ୍ରେଲବ୍ଲେଜର୍ସର ସହଜ ବିଜୟ

ଶାରଜା: ମହିଳା ଟି୨୦ ଚ୍ୟାଲେଞ୍ଜ କ୍ରିକେଟ ପ୍ରତିଯୋଗିତାର ପ୍ରଥମ ମ୍ୟାଚରେ ସୁପରନୋଭାସକୁ ୫ ଉଇକେଟରେ ହରାଇଥିବା ଭେଲୋସିଟି ଗୁରୁବାର ଦ୍ୱିତୀୟ ମ୍ୟାଚରେ ଟ୍ରେଲବ୍ଲେଜର୍ସଠାରୁ ଶୋଚନୀୟ ପରାଜୟ...

କୋହଲିଙ୍କୁ ନେଇ ଗାଭାସ୍କରଙ୍କ ଭବିଷ୍ୟବାଣୀ

ମୋହାଲି,୧।୩: ମାର୍ଚ୍ଚ ୪ରୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ କରିବାକୁ ଯାଉଛି। ଟି -୨୦ ସିରିଜ ପରେ ଟିମ ଇଣ୍ଡିଆ ଏବେ...

ଭାବବିହ୍ବଳ ହୋଇ ଆଇପିଏଲ୍‌କୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ ଅଲରାଉଣ୍ଡର

ଚେନ୍ନାଇ ସୁପର୍‌ କିଙ୍ଗସ ଷ୍ଟାର୍‌ ଅଲରାଉଣ୍ଡର ଶେନ ୱାଟସନ ସମସ୍ତ ପ୍ରକାରର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। କିଙ୍ଗସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚ ପରେ...

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ୨୧ ବର୍ଷରୁ କମ୍‌ ପୁରୁଷ ହକିରେ ଓଡ଼ିଶାକୁ ବ୍ରୋଞ୍ଜ

ଭୁବନେଶ୍ୱର, ୨୨।୧ (ସ୍ପୋର୍ଟ୍ସ ବ୍ୟୁରୋ)- ଆସାମର ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ୨୧ ବର୍ଷରୁ କମ୍‌ ପୁରୁଷ ହକିରେ ଓଡ଼ିଶା ଦଳ ବ୍ରୋଞ୍ଜ...

Advertisement
Archives

Model This Week