ଏଇ ଭାରତରେ

ଉତ୍ତରାଖଣ୍ଡର ଗ୍ରାଫିକ ଏରା ଡିମ୍‌ଡ ୟୁନିଭର୍ସିଟି ଛାତ୍ରମାନଙ୍କ ଏକ ଟିମ୍‌ ବର୍ଜ୍ୟ କାଗଜରୁ ପ୍ରସ୍ତୁତ ବଡିରେ ଏକ ପ୍ରୋଟୋଟାଇପ୍‌ କାର ନିର୍ମାଣ କରି ଖ୍ୟାତି ହାସଲ କରିଛନ୍ତି। ଏହି ଟିମ୍‌ରେ ସମୁଦାୟ ୧୦ ଜଣ ଛାତ୍ର ରହିଛନ୍ତି ଓ ଏହାର ନେତୃତ୍ୱ ନେଇଛନ୍ତି ମଧୁର ସାକ୍‌ସେନା। ସେମାନେ କଲେଜ ହତା ଓ କଲେଜ ପାଖରେ ରହୁଥିବା ଲୋକମାନଙ୍କ ଘରୁ ବର୍ଜ୍ୟ କାଗଜ ସଂଗ୍ରହ କରି ତାହାକୁ ପ୍ଲାଷ୍ଟର ପାରିସ୍‌ ସହ ମିଶାଇ ଏକ କଠିନ ପଦାର୍ଥ ନିର୍ମାଣ କରିଛନ୍ତି। ଏହାକୁ ସେମାନେ କାର ନିର୍ମାଣରେ ଉପଯୋଗ କରି ସଫଳ ହୋଇଛନ୍ତି। ବେଙ୍ଗାଲୁରୁରେ ଅନୁଷ୍ଠିତ ଶେଲ୍‌ ଇକୋ- ମାରାଥନ ଇଣ୍ଡିଆ, ୨୦୧୯ର କିଛି ମାସ ପୂର୍ବରୁ ଏହି କାର୍‌କୁ ନିର୍ମାଣ କରାଯାଇଥିଲା। ଏହାର ନାମ ରଖାଯାଇଛି ସି-ଜିରୋ। ମାରାଥନ୍‌ରେ ଏହା ଘଣ୍ଟାକୁ ୧୮୦ କି.ମି. ବେଗରେ ବି ଚାଲିପାରିଥିଲା, ଯେଉଁଥିପାଇଁ ସେମାନେ ଅଫ୍‌ଟ୍ରାକ୍‌ କ୍ୟାଟେଗୋରିରେ ସର୍କୁଲାର ଇକୋନୋମୀ ଆଓ୍ବାର୍ଡ ହାସଲ କରିଥିଲେ। ଏହା ସମ୍ପୂର୍ଣ୍ଣ ଜଳ ଓ ଅଗ୍ନି ପ୍ରତିରୋଧୀ। ବିଦ୍ୟୁତ ପରିଚାଳିତ ସିଙ୍ଗଲ ସିଟର ରେସିଂ କାର୍‌ର ବଡି କାର୍ବନ ଫାଇବର୍‌ରେ ତିଆରି କରାଯାଉଥିବାବେଳେ ସି-ଜିରୋ ଶସ୍ତା ଓ ହାଲ୍‌କା ହୋଇପାରିଛି। କାର୍ବନ ଫାଇବର ବଡି ଥିତ୍ବା କାର୍‌ର ଦାମ ୩ ଲକ୍ଷ ରହୁଥିବାବେଳେ ପେପର ବଡି କାର୍‌ର ଓଜନ ୪୦ କେ.ଜ.ି ହେବା ସହ ମୂଲ୍ୟ ୧.୭୮ ଲକ୍ଷ ରହିବ ବୋଲି ଛାତ୍ରମାନେ ପ୍ରକାଶ କରିଛନ୍ତି। ଏହାକୁ ତିଆରି କରିବା ପୂର୍ବରୁ ପୂରା ଟିମ ବହୁବାର ଅସଫଳ ହୋଇଥିଲେ, ତେବେ ଶେଷରେ ସେମାନଙ୍କୁ ସଫଳତା ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri