ଏଇ ଭାରତରେ

କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ବେଙ୍ଗାଲୁରୁର ମହିତା ନାଗରାଜ ବରିଷ୍ଠ ନାଗରିକମାନଙ୍କ ପାଇଁ ସାହାରା ପାଲଟିଛନ୍ତି। କରୋନା ଯୋଗୁ ବାହାରକୁ ବାହାରି ପାରୁ ନ ଥିବା ବରିଷ୍ଠ ନାଗରିକମାନଙ୍କୁ ସେ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛନ୍ତି। ବରିଷ୍ଠ ନାଗରିକମାନଙ୍କ ବନ୍ଧୁ ଓ ସମ୍ପର୍କୀୟମାନେ ଦୂରରେ ରହୁଥିବାରୁ ସେମାନଙ୍କୁ ରାଶନ ସାମଗ୍ରୀଠାରୁ ଆରମ୍ଭ କରି ଅନ୍ୟସବୁ ଜିନିଷ ଘରେ ପହଞ୍ଚାଇବାର ନିଷ୍ପତ୍ତି ନେଇ ମହିତା ଫେସ୍‌ବୁକରେ ଏ ସମ୍ପର୍କରେ ପୋଷ୍ଟ କରିବା ପରେ ତାଙ୍କୁ ବହୁ ବ୍ୟକ୍ତି ସହଯୋଗର ହାତ ବଢ଼ାଇଥିଲେ। ୩୮ ବର୍ଷୀୟା ନାଗରାଜ ଏହି ଡିଜିଟାଲ ମାର୍କେଟର ‘କେୟାରମଙ୍ଗରସ୍‌ ଇଣ୍ଡିଆ’ ନାମକ ଏକ ପବ୍ଲିକ୍‌ ଗ୍ରୁପ୍‌ ଫେସ୍‌ବୁକରେ ଆରମ୍ଭ କରି ତା’ ମାଧ୍ୟମରେ ଏହିି ସେବା ଯୋଗାଇ ଦେଉଛନ୍ତି। ଏବେ ଏଥିରେ ପାଖାପାଖି ୫୦୦ ସ୍ବେଚ୍ଛାସେବୀ କାର୍ଯ୍ୟକରୁଛନ୍ତି। ବରିଷ୍ଠ ନାଗରିକଙ୍କ ସମେତ ଛୋଟପିଲା, ଗର୍ଭବତୀ ମହିଳା ତଥା ନବଜାତ ଶିଶୁ ଓ ମା’ ମାନଙ୍କ ଆବଶ୍ୟକତା ପୂରଣ କରୁଛନ୍ତି ମହିତା। ବେଙ୍ଗାଲୁରୁ ସମେତ ଚେନ୍ନାଇ, ହାଇଦ୍ରାବାଦ୍‌, ଦିଲ୍ଲୀ, ନଏଡା, ଉତ୍ତରାଖଣ୍ଡ, ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗରେ ଏମାନେ କରୋନାର ମୁକାବିଲା ଲାଗି ଲୋକମାନଙ୍କୁ ସଚେତନ କରିବା ସହ ଆବଶ୍ୟକ ସାମଗ୍ରୀ ଘରେ ନେଇ ପହଞ୍ଚାଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପୋଲିସ ଚାକିରି କରି ସମାଜ ସେବାରେ ସମୟ ଦେଉଛନ୍ତି ପି. କାର୍ତ୍ତିକ। ତାମିଲନାଡୁର ଛେଙ୍ଗଲାପେଟ ଟାଉନ ଥାନାର କନ୍‌ଷ୍ଟେବଲ ଭାବେ ଦାୟିତ୍ୱ ନିର୍ବାହ କରିବା ସହ ସେ…

ଯୁଦ୍ଧ ଓ ପରିବେଶ

ବର୍ତ୍ତମାନ ପୃଥିବୀରେ ଏକ ପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲ ଏବଂ ଅନ୍ୟପକ୍ଷରେ ଇରାନ ଯୁଦ୍ଧରେ ବ୍ୟସ୍ତ। ଅନେକ କୋଠା ଧ୍ୱଂସ ପାଉଛି ଏବଂ ଅନେକ ଲୋକ…

ଭିଡ଼ହିଂସା: କାର୍ଯ୍ୟାନୁଷ୍ଠାନ ଜରୁରୀ

ଚଳିତ ମାସରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଇଲାକାରେ ଭିଡ଼ ହଂସାର ଏକ ବୀଭତ୍ସ ଘଟଣା ସାମ୍ନାକୁ ଆସିଛି। ରାସ୍ତାରେ ବାଇକ୍‌ ଯୋଗେ ଯାଉଥିବା ବେଳେ ସ୍କୁଟି…

ସମସ୍ତେ ବେଜିଂ ମୁହାଁ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୧୫ ମେ’ରେ ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗଙ୍କ ସହ ଦୁଇ ଦିନିଆ ଆଲୋଚନା ଶେଷ କରି ଫେରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ…

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri