ଏଇ ଭାରତରେ

ମେହନତି ମଣିଷ ପାଇଁ ସବୁ କିଛି ସମ୍ଭବ। ଏହିପରି ଜଣେ ମଣିଷ ହେଉଛନ୍ତି ପଟିଆଲା ଜିଲାର ଭାଦସୋଁ-୨ର ବ୍ଲକ୍‌ ଶିକ୍ଷା ଅଧିକାରୀ ବଲକାର କୌର। ନିଷ୍ଠାପର ଉଦ୍ୟମ ବଳରେ ସେ ବ୍ଲକ୍‌ର ପ୍ରାଥମିକ ସ୍କୁଲଗୁଡିକର ଛବି ବଦଳାଇ ଦେଇଛନ୍ତି। ବିନା ସରକାରୀ ସହାୟତାରେ ସେ ଏହା କରିପାରିଛନ୍ତି। ଏଥିପାଇଁ ଶିକ୍ଷକମାନଙ୍କ ସାହାଯ୍ୟ ଲୋଡିଛନ୍ତି। ପ୍ରଥମେ ବଲକାର ତାଙ୍କ ଦରମା ସ୍କୁଲ ବିକାଶରେ ବ୍ୟୟ କରିବା ପରେ ୨୫ ଜଣ ଶିକ୍ଷକ ସେମାନଙ୍କର ଗୋଟିଏ ମାସର ଦରମା ସ୍କୁଲର ବିକାଶ ଲାଗି ଦେଇଛନ୍ତି। ତେବେ ଯାହା କମ୍‌ ରହିଗଲା ତାହା ଗ୍ରାମବାସୀ ପୂରଣ କରିଛନ୍ତି। ସ୍କୁଲଗୁଡିକରେ କେଉଁଠି ୫୦ ହଜାର ତ ଆଉ କେଉଁଠି ଦେଢ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି ବୋଲି କୁହନ୍ତି ବଲକାର କୌର। ଏହି ଶିକ୍ଷା ଅଧିକାରୀଙ୍କ ପ୍ରୟାସରେ ୬୧ଟି ପ୍ରାଥମିକ ସ୍କୁଲ୍‌କୁ ସ୍ମାର୍ଟସ୍କୁଲ୍‌ କରାଯାଇପାରିଛି। ଏହାଦ୍ୱାରା ଏହି ସବୁ ସରକାରୀ ସ୍କୁଲ୍‌ରେ ପିଲାସଂଖ୍ୟା ବୃଦ୍ଧିପାଇଛି। ପ୍ରଥମେ ବ୍ଲକ୍‌ର ସ୍କୁଲଗୁଡିକରେ ୨୩୩୪ ଜଣ ପିଲା ପଢୁଥିଲେ, କିନ୍ତୁ ସ୍ମାର୍ଟସ୍କୁଲ ହେବା ପରେ ପିଲାସଂଖ୍ୟା ଏବେ ପହଞ୍ଚିଛି ୩୫୦୦ରେ। କେବଳ ଭାଦସୋଁ ସ୍କୁଲ୍‌ରେ ପଢୁଛନ୍ତି ୨୦୪ ଜଣ ପିଲା। ଏବେ ପୂରା ଶିକ୍ଷାବ୍ଲକ୍‌ ହୋଇଯାଇଛି ସ୍ମାର୍ଟବ୍ଲକ୍‌। ବଲକାର ୨୦୧୨ରୁ ବ୍ଲକ୍‌ ଶିକ୍ଷା ଅଧକାରୀ ଭାବେ ନିଯୁକ୍ତି ପାଇବା ପରେ ସ୍କୁଲଗୁଡିକର ଶୈକ୍ଷିକ ପରିବେଶ ବଦଳାଇବା ପାଇଁ ସ୍କୁଲ ପରିଚାଳନା କମିଟିର ସହଯୋଗ ଲୋଡିଥିଲେ। ବର୍ତ୍ତମାନ ସବୁ ସ୍କୁଲରେ ପ୍ରି-ପ୍ରାଇମେରୀ ପିଲାଙ୍କ ପାଇଁ ଟୟ କର୍ନର, ରଙ୍ଗବେରଙ୍ଗର ଶ୍ରେଣୀଗୃହ, ପ୍ରୋଜେକ୍ଟର, ଏଲ୍‌ଇଡି, ସାଉଣ୍ଡ ୍‌ ସିଷ୍ଟମ୍‌ ଓ ପିଲାମାନଙ୍କ ପାଇଁ ବସିବାକୁ ବେଞ୍ଚ ଏବଂ ପାଠ୍ୟସାମଗ୍ରୀ ମଧ୍ୟ ଉପଲବ୍ଧ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri