ଏଇ ଭାରତରେ

ଗରିବଙ୍କ ସେବା କୌଣସି ପୂଜାଠାରୁ ବି ଅଧିକ। ଏମିତି ଭାବନା ନେଇ ଧାନବାଦର କେତେଜଣ ଯୁବକ ପ୍ରତିମାସରେ ଗରିବଙ୍କୁ ଖାଇବାକୁ ଦେଉଛନ୍ତି। ସେମାନେ ନିଜସ୍ବ ଉଦ୍ୟମରେ ଏହି ସେବା କରୁଛନ୍ତି। ଯୁବକମାନେ ଧାନବାଦ ରାଇଜିଂ ଚ୍ୟାରିଟେବଲ ସୋସାଇଟି ଗଠନକରି ପ୍ରତିମାସ ଦ୍ୱିତୀୟ ରବିବାରରେ ୩୫୦ଜଣ ଗରିବଙ୍କୁ ଖାଇବାକୁ ଦେଉଛନ୍ତି। ଧାନବାଦ ଗଲ୍ଫ ପଡିଆର ଖଣ୍ଡେଶ୍ୱରୀ ମନ୍ଦରି ସମ୍ମୁଖରେ ଭୋଜନର ବ୍ୟବସ୍ଥା କରାଯାଉଛି। ଏଥିରେ ବେଶି ଭିକାରୀ ଓ କୁଷ୍ଠରୋଗୀ ଭୋଜନ କରୁଛନ୍ତି। ଏଠାରେ ଜାତିଧର୍ମର ବାଧା ନାହିଁ। ସମସ୍ତେ ଗୋଟିଏ ଜାଗାରେ ବସି ଭୋଜନ କରୁଛନ୍ତି। ଖାସ୍‌ କଥା ହେଉଛି, ସଂସ୍ଥାର କେହି ସଭାପତି କି ସମ୍ପାଦକ ନାହାନ୍ତି। ସୋସାଇଟିର ସଦସ୍ୟ ରାଜନ ସିହ୍ନା ୧୯୮୬ରେ ଏକ କ୍ରିକେଟ କ୍ଲବ୍‌ ଗଢି ଖେଳର ପ୍ରସାର ଲାଗି କାର୍ଯ୍ୟ କରିଥିଲେ। ପରେ କ୍ଲବ୍‌ର ବହୁ ଖେଳାଳି ଚାକିରି କରିବାପରେ ରାଜନ ସେମାନଙ୍କ ସହଯୋଗରେ ଗରିବଙ୍କୁ ଭୋଜନ ଉପଲବ୍ଧ କରାଇବା ଲାଗି ୨୦୧୩ରେ ପ୍ରଥମେ ରାଇଜିଂ ଚ୍ୟାରିଟେବଲ ସୋସାଇଟି ପ୍ରତିଷ୍ଠା କରିଥିଲେ। ପ୍ରଥମେ ଏଥିରେ ୮୭ ଜଣ ସଦସ୍ୟ ଥିଲେ ଓ ୧୨୨ ଜଣଙ୍କୁ ଖାଇବାକୁ ଦିଆଯାଉଥିଲା। ଏବେ ଏହି ସଂସ୍ଥାରେ ୨୭୦ ଜଣ ସଦସ୍ୟ ରହିଛନ୍ତି। କେବଳ ଭୋଜନ ନୁହେଁ ଏହି ସୋସାଇଟି ପକ୍ଷରୁ ଗରିବଙ୍କୁ କମ୍ବଳ ଓ ବସ୍ତ୍ର ବିତରଣ କରାଯାଉଛି। ଏହି ସେବା ପାଇଁ ସୋସାଇଟିର ପ୍ରତ୍ୟେକ ସଦସ୍ୟ ବର୍ଷକୁ ୧ ହଜାର ଟଙ୍କା ଦେଉଛନ୍ତି। ଅଧିକ ଅର୍ଥ ଦରକାର ହେଲେ ସଦସ୍ୟମାନେ ତାହା ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri