ଏଇ ଭାରତରେ

ମାନବ ସେବା ହିଁ ଈଶ୍ୱର ସେବା। ଏହା ଉପଲବ୍ଧି କରିଛନ୍ତି ଲଦାଖର ଜଣେ ବୌଦ୍ଧ ସନ୍ନ୍ୟାସୀ ଲୋବଜାଙ୍ଗ ଜୋଟ୍‌ପା। ସେ ସେନାର ଅଦରକାରୀ ପାରାଶୁଟ୍‌ ବ୍ୟବହାର କରି ଆରମ୍ଭ କରିଥିବା ଇଂଲିଶ ମାଧ୍ୟମ ସ୍କୁଲରେ ଏଯାବତ୍‌ ହଜାର ହଜାର ପିଲାଙ୍କ ଜୀବନ ଗଢିଛନ୍ତି। ଜୋଟ୍‌ପା ପ୍ରଥମେ ଲେହର ଲାମଡନ୍‌ ମଡେଲ ସିନିୟର ସେକେଣ୍ଡାରୀ ସ୍କୁଲ୍‌ରେ ଶିକ୍ଷକ ଥିଲେ। ସେଠାରୁ ଲଦାଖର ନୁବ୍ରା ଉପତ୍ୟକାକୁ ଫେରିବା ପରେ ୧୯୮୩ରେ ଦୀକ୍ଷିତ ଗାଁରେ ପ୍ରଥମ ଇଂଲିଶ ମାଧ୍ୟମ ସ୍କୁଲ୍‌ ଆରମ୍ଭ କରିଥିଲେ। ଏହାର ନାମ ରଖିଥିଲେ ଲାମଡନ ମଡେଲ ସ୍କୁଲ। ସେ ଲାମଡନ୍‌ ଓ୍ବେଲ୍‌ଫେୟାର ସୋସାଇଟି ପକ୍ଷରୁ ଏହାକୁ ଆରମ୍ଭ କରିଥିଲେ। ସ୍କୁଲ ଆରମ୍ଭ ହେବାବେଳେ ୯ ଜଣ ପିଲା ଥିଲେ। ଏହାକୁ ଚଳାଇବା ଲାଗି କୌଣସି ଫଣ୍ଡ୍‌ ମଧ୍ୟ ନ ଥିଲା। ଦୀକ୍ଷିତର ବାସିନ୍ଦାମାନେ ସ୍କୁଲକୁ ୧ ଏକର ଜମି ଦେଇଥିଲେ। ଏହାସହ ୧୦ରୁ ୫୦ ଟଙ୍କା ଯାଏ ଦାନ କରିଥିଲେ। ଘର ତିଆରି କରିବା ପାଇଁ କାଠ, ପଥର ଏବଂ ବାଲି ବି ଯୋଗାଇଦେଇଥିଲେ। ପରେ ସ୍ଥାନୀୟ ପବ୍ଲିକ ଓ୍ବାର୍କ ଡିପାର୍ଟମେଣ୍ଟ ଓ ସେଠାକାର ସେନା ପକ୍ଷରୁ ସାହାଯ୍ୟ ମିଳିଥିଲା। ସ୍କୁଲ ଘର ନିର୍ମାଣ ହେବା ପୂର୍ବରୁ ଦୀକ୍ଷିତ ରାଜପରିବାର ଅଧୀନରେ କବାଟ କି ଝରକା ନ ଥିବା ଦୁଇଟି ପୁରୁଣା ଭଡ଼ାଘରେ ସ୍କୁଲ ଚାଲିଥିଲା। ଥଣ୍ଡାରୁ ରକ୍ଷାପାଇବା ଲାଗି ସେନାର ଅଦରକାରୀ ପାରାଶୁଟ୍‌ରେ ଏହି ଘରକୁ ଘୋଡାଇ ରଖାଯାଉଥିଲା। ଏବେ ଲାମଡନ ମଡେଲ ସ୍କୁଲରେ ୩୦୦ ପିଲା ପଢୁଛନ୍ତି। ଗୋଟିଏ ହଲ୍‌ ଓ ହଷ୍ଟେଲ ବି ରହିଛି। ହଷ୍ଟେଲରେ ରହୁଛନ୍ତି ୭୦ ପିଲା। ଲଦାଖରେ ପ୍ରଥମେ ପହଞ୍ଚିଥିବା ଫ୍ରାନ୍ସ, ଜର୍ମାନୀ ଓ ବେଲଜିୟମ୍‌ର ଟୁରିଷ୍ଟମାନେ ଏବେ ଏହି ସ୍କୁଲକୁ ଅନୁଦାନ ଦେଉଛନ୍ତି। ୪୦ ବର୍ଷ ମଧ୍ୟରେ ତାଙ୍କ ସ୍କୁଲରୁ ୫ ହଜାରରୁ ଊର୍ଦ୍ଧ୍ୱ ପିଲା ପାସ୍‌ କରି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri