ଏଇ ଭାରତରେ

ସ୍କୁଲରେ ପିଲାମାନେ ଶିକ୍ଷକଙ୍କ ଅନୁଶାସନରେ ଚାଲନ୍ତି, କିନ୍ତୁ ଛତିଶଗଡ଼ର ଏକ ସରକାରୀ ସ୍କୁଲ୍‌ ପିଲାଙ୍କ କ୍ୟାବିନେଟ ନିଷ୍ପତ୍ତିକୁ ଶିକ୍ଷକ ଓ ଗ୍ରାମବାସୀ ମାନୁଛନ୍ତି। ରାୟପୁରଠାରୁ ୩୫୦ କିମି ଦୂର ସୁରଜପୁର ଜିଲା ରୁନିୟାଡିହର ସରକାରୀ ପ୍ରିସେକେଣ୍ଡାରୀ ସ୍କୁଲର ପିଲାମାନଙ୍କ କ୍ୟାବିନେଟ ନିର୍ଦ୍ଦେଶ ପାଳନ କରାଯାଉଛି। ଏହି ସ୍କୁଲ୍‌ରେ ୬୬ ଜଣ ପିଲା ପଢୁଛନ୍ତି। ପିଲାମାନେ କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ସ୍କୁଲକୁ ବସ୍ତାନିମୁକ୍ତ କରିପାରିଛନ୍ତି। ସେମାନଙ୍କ ନିଷ୍ପତ୍ତି ଅନୁସାରେ ଶିକ୍ଷକମାନଙ୍କ ପାଇଁ ଡ୍ରେସ୍‌କୋଡ୍‌ ଲାଗୁ କରାଯାଇଛି। କ୍ୟାବିନେଟରେ ପରିବେଶଠାରୁ ଆରମ୍ଭ କରି ଜଳ ସଂରକ୍ଷଣ ସମ୍ପର୍କିତ ନିଷ୍ପତ୍ତି ନେଉଛନ୍ତି ସେମାନେ। କ୍ୟାବିନେଟରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ, ଉପପ୍ରଧାନମନ୍ତ୍ରୀ, ଖେଳମନ୍ତ୍ରୀ, ସ୍ବଚ୍ଛତା ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ ମଧ୍ୟ ନିଯୁକ୍ତ ହୋଇଛନ୍ତି। ପିଲାମାନଙ୍କ କ୍ୟାବିନେଟ ବୈଠକରେ ଶିକ୍ଷକ, ରୁନିୟାଡିହ ପଞ୍ଚାୟତର ସରପଞ୍ଚ ଓ ଓ୍ବାର୍ଡସଭ୍ୟମାନେ ଉପସ୍ଥିତ ଥାଆନ୍ତି। ସରକାରୀ ଯୋଜନାର ଅଡିଟ ମଧ୍ୟ ଏହି କ୍ୟାବିନେଟରେ କରାଯାଉଛି। ହିନ୍ଦୀ, ଗଣିତ, ବିଜ୍ଞାନ ଓ ଇଂଲିଶ ଲାଗି ସ୍ବତନ୍ତ୍ର ଷ୍ଟଡି କର୍ନର ଖୋଲିଛନ୍ତି। ଏହାବାଦ କାନ୍ଥରେ ସରକାରୀ ଯୋଜନା, ପାଠ୍ୟକ୍ରମ ସମ୍ପର୍କରେ ସଚେତନତା ପାଇଁ ପ୍ରଦର୍ଶିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri