ଏଇ ଭାରତରେ

ଭାରତରେ କୃଷକ ଆମତ୍ହତ୍ୟା ଉଦ୍‌ବେଗଜନକ ସ୍ଥିତିରେ ରହିଥିବା ବେଳେ ପଞ୍ଜାବରେ ଘଟିଥିବା ଏକ ଆମତ୍ହତ୍ୟାର ରହସ୍ୟ ଜାଣିବା ପରେ ସମସ୍ତେ ସ୍ତବ୍ଧ ହୋଇଯିବେ। ଋଣ ବୋଝ ଯୋଗୁ ଆମତ୍ହତ୍ୟା କରିବା ଦ୍ୱାରା ପୂରା ବଂଶ ବୁଡିଯିବା କଥା ଶୁଣିଲେ ବିଶ୍ୱାସ କରିହେବନି। କିନ୍ତୁ କଥାଟି ସତ। ଗୋଟିଏ ଋଣ ପାଇଁ ଚାରି ପିଢି ହେଲା ଆମତ୍ହତ୍ୟା କରୁଛନ୍ତି କୃଷକ। ବର୍ନାଲା ଜିଲା ଭୋତନାରେ ରହୁଥିବା ଏକ କୃଷକ ପରିବାରର ଜଣେ ସଦସ୍ୟ ଋଣ କରିଥଲେ। ଶେଷରେ ଚତୁର୍ଥ ପିଢିର ଉତ୍ତରାଧିକାରୀଙ୍କ ପାଖରେ ପହଞ୍ଚତ୍ଥିଲା ଏହି ଋଣ ବୋଝ ଯାହା ପାଇଁ ପରିବାରର ପଞ୍ଚମ ବ୍ୟକ୍ତି ଲବପ୍ରୀତ ସିଂ କୀଟନାଶକ ପିଇ ଆମତ୍ହତ୍ୟା କରିଛନ୍ତି। ଆମତ୍ହତ୍ୟା କରିଥିବା ୨୨ ବର୍ଷୀୟ ଲବପ୍ରୀତଙ୍କ ଜେଜେଙ୍କ ବାପା, ଜେଜେବାପା, ଜେଜେଙ୍କ ଭାଇ ଓ ବାପା ଏହି ଋଣ ପାଇଁ ପୂର୍ବରୁ ଆମତ୍ହତ୍ୟା କରିସାରିଛନ୍ତି। ସ୍ଥାନୀୟ ସରପଞ୍ଚ ବୁଦ୍ଧ ସିଂ କହନ୍ତି, ଲବପ୍ରୀତଙ୍କ ଜେଜେବାପାଙ୍କ ବାପା ଯୋଗୀନ୍ଦର ସିଂ ଋଣ କରି ୪୦ ବର୍ଷ ପୂର୍ବରୁ ଆମତ୍ହତ୍ୟା କରିଥିଲେ। ଏହାପରେ ଋଣ ଭାର ଲବପ୍ରୀତଙ୍କ ଜେଜେବାପା ଭଗବାନ୍‌ଙ୍କ ଉପରେ ପଡିଲା । ପିଆଜରୁ ଆୟ କମ୍‌ ହେବାରୁ ସେ ମଧ୍ୟ ୨୫ ବର୍ଷ ପୂର୍ବେ ଆମତ୍ହତ୍ୟା କରିଥିଲେ। ପରେ ତାଙ୍କ ଜେଜେଙ୍କ ଭାଇ ନାହରଙ୍କ ଉପରକୁ ଋଣ ବୋଝ ଆସିଲା, ମାତ୍ର ଶେଷରେ ସେ ବି ତାହା ଶୁଝି ନ ପାରି ୧୦ ବର୍ଷ ପୂର୍ବେ ଆମତ୍ହତ୍ୟା କରିଥିଲେ। ପରେ ଲବପ୍ରୀତଙ୍କ ବାପା ମଧ୍ୟ ଆମତ୍ହତ୍ୟା କଲେ। ଏହି ପରିବାର ପାଖରେ ୫୦ ବର୍ଷ ତଳେ ୧୩ ଏକର ଚାଷଜମି ଥିଲା। ଏବେ ୧ ଏକରରୁ କମ୍‌ ଜମି ରହିଛି। ଏତେ କମ୍‌ ଜମିରେ ଚାଷ କରି ଋଣ ଶୁଝିବା ସମ୍ଭବ ନ ହେବାରୁ ଲବପ୍ରୀତ ଆମତ୍ହତ୍ୟା କରିବା ପରେ ଘରେ ଏବେ ତାଙ୍କ ମା’, ଜେଜେମା’ ଓ ଜଣେ ଭଉଣୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri