Posted inଫୁରସତ

ଏଇ ତ ପ୍ରେମ

ସତରେ ପ୍ରେମ ଶାଶ୍ୱତ। କେତେବେଳେ କିଏ ମନରେ ଘର କରିଯାଏ ତାହା କହି ହୁଏନା। ଏଥିରେ ଜାତି, ରଙ୍ଗ, ରୂପ ବି ଦେଖାଯାଏନା। ଠିକ୍‌ ଯେମିତି ଆରିଜୋନାର ସୁନ୍ଦରୀ ମିଣ୍ଡି ନିସ୍‌ ପ୍ରେମ କରି ବିବାହ କରିଛନ୍ତି ୨ ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ସିନ୍‌ ଷ୍ଟିଫେନସନ୍‌ଙ୍କୁ। ଯିଏକି ଅଷ୍ଟିଓଜେନେସିସ୍‌ ଇମ୍‌ପରଫେକ୍ଟା ନାମକ ରୋଗରେ ଆକ୍ରାନ୍ତ। ଏହି ରୋଗ ପାଇଁ ତାଙ୍କ ଶରୀରର ଉଚ୍ଚତା ବୃଦ୍ଧି ହୋଇପାରିନାହିଁ। ତାଙ୍କ ହାଡ ବହୁତ ଦୁର୍ବଳ, ତେଣୁ ସହଜରେ ତାହା ଭାଙ୍ଗିଯାଏ। ୧୮ ବର୍ଷ ବୟସ ସୁଦ୍ଧା ତାଙ୍କର ୨୦୦ ହାଡ ଭାଙ୍ଗି ସାରିଥିଲା। ଏବେ ସେ ହ୍ବିଲ ଚେୟାର୍‌ରେ ଜୀବନ ବିତାଉଛନ୍ତି ଓ ଜଣେ ମୋଟିଭେଶନାଲ ସ୍ପିକର୍‌ ଭାବେ କାମ କରନ୍ତି। ଧନସମ୍ପତ୍ତିର ଅଭାବ ନାହିଁ ତାଙ୍କ ପାଖରେ। ମିଣ୍ଡି ଓ ସିନ୍‌ଙ୍କର ଦେଖା ୨୦୦୯ରେ ଏକ ସାଙ୍ଗ ଜରିଆରେ ହୋଇଥିଲା। ପ୍ରଥମ ଦେଖାରେ ଦୁହିଁଙ୍କର ପ୍ରେମ ହୋଇଥିଲା। ଏହି ସମ୍ପର୍କକୁ ନେଇ ବହୁ ଲୋକ ବହୁ କଥା କହିଥିଲେ। ଅନେକେ କହିଲେ ମିଣ୍ଡି ସିନ୍‌ଙ୍କୁ ନୁହେଁ ତାଙ୍କ ସମ୍ପତ୍ତିକୁ ଭଲ ପାଆନ୍ତି। କିନ୍ତୁ ଏହା ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିପାରି ନ ଥିଲା। ୨୦୧୨ ସେପ୍ଟେମ୍ବର ୧୪ରେ ସେମାନେ ବିବାହ କଲେ। ଅନେକେ କହନ୍ତି ଦୁହିଁଙ୍କ ମଧ୍ୟରେ ଦାମ୍ପତ୍ୟ ସମ୍ପର୍କ ସ୍ବାଭାବିକ ହୋଇ ନ ଥିବ। କିନ୍ତୁ ମିଣ୍ଡି କହନ୍ତି, ‘ସିନ୍‌ ଭିନ୍ନକ୍ଷମ ହୋଇଥିଲେ ହେଁ ଶାରୀରିକ ସମ୍ପର୍କ କ୍ଷେତ୍ରରେ ଅନ୍ୟ ପୁରୁଷଙ୍କଠାରୁ କମ୍‌ ନୁହନ୍ତି।’ ଏବେ ଏହି ଦମ୍ପତି ଆରିଜୋନାର ସ୍କଟ୍ସଡେଲ୍‌ରେ ସୁଖୀ ଜୀବନ ବିତାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିମାନ ଉଡାଇ ପାରନ୍ତି ରତନ ଟାଟା: ରହିଛି ଏଭଳି ସଉକ

ଟାଟା ଗ୍ରୁପ୍‌ ଚେୟାରମ୍ୟାନ୍‌ ଥିବା ରତନ ଟାଟା ନୈତିକତାର ଏକ ଜ୍ୱଳନ୍ତ ଉଦାହରଣ। ସେ ନିଜର ସେବା ମନବୃତ୍ତିକୁ ନେଇ ବେଶ୍‌ ଲୋକପ୍ରିୟ। ୧୯୯୧ରେ ଟାଟା...

ସ୍ତ୍ରୀଙ୍କ ଜିଦ୍‌ ଆଗରେ ହାର୍‌ ମାନିଲେ ସ୍ବାମୀ: ପ୍ରେମିକ ସହ କଲେ…

କାନପୁର,୧।୧୧: ଉତ୍ତରପ୍ରଦେଶର କାନପୁରରେ ବଲିଉଡର ୧୯୯୯ ବ୍ଲକବଷ୍ଟର ‘ହମ ଦିଲ ଦେ ଚୁକେ ସନମ’ର ଏକ ପ୍ରକୃଷ୍ଟ ଉଦାହରଣ ସାମ୍ନାକୁ ଆସିଛି। କାନପୁରର ଜଣେ ବ୍ୟକ୍ତି...

୭୦ ବର୍ଷରେ ଏମିତି ଷ୍ଟଣ୍ଟ୍‌ କରୁଛନ୍ତି ବୃଦ୍ଧ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ଦେଖିଲେ ବିଶ୍ୱାସ କରି ହୁଏନି। ସେମିତି ଏକ ଭିଡିଓ ଏବେ ଭାଇରାଲ ହେଉଛି।...

ଫର୍ନିଚର ଆକାରର ଗଛ ଲଗାଉଛନ୍ତି ଏହି ଦମ୍ପତି, ଦେଖିଲେ ଆଶ୍ଚର୍ଯ୍ୟ ହେବେ

ଇଂଲଣ୍ଡ : କିଛି ଗଛ ଅଦ୍ଭୁତ ଆକାରର ଥିବା ବେଳେବେଳେ ନଜରକୁ ଆସିଥାଏ। କିନ୍ତୁ ଏପରି ଅଦ୍ଭୁତ ଗଛ ଲଗାଇବାରେ ରୁଚି ରଖିଥିବା ଲୋକ ବୋଧହୁଏ...

ପାଦରେ କରିଲେ ପ୍ରିୟ ସ୍ନିକର୍ସର ଟାଟୁ

ଜିମ୍‌ ପାଇଁ ନୂଆ ନୂଆ ସ୍ନିକର୍ସ ବାରମ୍ବାର କିଣି ୟୁକେ, ମଞ୍ଚେଷ୍ଟରର ଜଣେ ବ୍ୟକ୍ତି ବିରକ୍ତ ହୋଇ ଯାଇଥିଲେ। ଶେଷରେ ସେ ଏକ ଅଜବ ନିଷ୍ପତ୍ତି...

ଐତିହାସିକ ସହର ପାଲ୍‌ଘର: କେବେ ଓ କେମିତି ଯିବେ; କ’ଣ ଦେଖିବେ

ମହାରାଷ୍ଟ୍ରସ୍ଥିତ ଏକ ଐତିହାସିକ ସହର ଭାବେ ପାଲ୍‌ଘର୍‌ର ସ୍ବତନ୍ତ୍ର ପରିଚୟ ରହିଛି। ପ୍ରାଚୀନ ମନ୍ଦିର, ଆକର୍ଷଣୀୟ ସମୁଦ୍ରତଟ ସାଙ୍ଗକୁ ଐତିହାସିକ କୀର୍ତ୍ତିରାଜିମାନ ଏହି ସହରର ମହତ୍ତ୍ୱକୁ...

କରୋନା ସଂକ୍ରମଣକୁ ଡରି ଦମ୍ପତି ନେଲେ ଏମିତି ପଦକ୍ଷେପ, ସମଗ୍ର ବିଶ୍ୱବାସୀ ହେଲେ ଚକିତ

କରୋନା ଭାଇରସ ସମଗ୍ର ଦୁନିଆକୁ କବଳିତ କରିସାରିଛି। ବର୍ଷେରୁ ଊର୍ଦ୍ଧ୍ୱ ହେବ ଏହି ମହାମାରୀ ଅନେକ ଲୋକଙ୍କ ଜୀବନ ବି ନେଇ ସାରିଲାଣି। ଏହି ରୋଗର...

ଅମ୍ବାନୀ ପରିବାରର ପିଲାମାନଙ୍କୁ ଏତିକି ଟଙ୍କା ମିଳୁଥିଲା ପକେଟ୍‌ ମନି: ଜାଣନ୍ତୁ ସ୍କୁଲରେ କ’ଣ କହୁଥିଲେ ସାଙ୍ଗମାନେ…

ଦେଶର ସବୁଠାରୁ ଧନୀ ଅମ୍ବାନୀ ପରିବାରରେ କ’ଣ ଚାଲିଛି, ସେମାନଙ୍କ ପିଲାମାନେ କିପରି ବଢ଼ିଛନ୍ତି ତାହା ଜାଣିବାକୁ ସମସ୍ତେ ଚାହାନ୍ତି। ହେଲେ ଅମ୍ବାନୀ ପରିବାର ଏକ...

Advertisement
Archives

Model This Week