‘ଉହାନ୍‌ ଲାବ୍‌ରୁ କରୋନା ଉତ୍ପତ୍ତିର ବଳିଷ୍ଠ ପ୍ରମାଣ ରହିଛି’

ଓ୍ବାଶିଂଟନ,୫ା୫: ଚାଇନାର ଉହାନ୍‌ସ୍ଥିତ ଲାବ୍‌ରୁ ହିଁ କରୋନା ଭାଇରସ୍‌ ଉତ୍ପତ୍ତି ହୋଇଛି ବୋଲି ଆମେରିକାର ସେକ୍ରେଟାରୀ ଅଫ୍‌ ଷ୍ଟେଟ୍‌ ମାଇକ୍‌ ପୋମ୍ପେଓ ଦାବି କରିଛନ୍ତି। ଆମ ପାଖରେ ଏନେଇ ବଳିଷ୍ଠ ପ୍ରମାଣ ରହିଛି ବୋଲି ସେ ଗଣମାଧ୍ୟମ ସଂସ୍ଥା ଏବିସିକୁ କହିଛନ୍ତି। ଏହି ଭାଇରସ୍‌ ସଂକ୍ରମଣଜନିତ ମାମଲାକୁ ପରିଚାଳନା କରିବା କ୍ଷେତ୍ର ଚାଇନାକୁ ପୋମ୍ପେଓ କଡ଼ା ସମାଲୋଚନା କରିଛନ୍ତି। କିନ୍ତୁ ଚାଇନା ଜାଣିଶୁଣି ଏହି ଭାଇରସ୍‌କୁ ବିସ୍ତାର କରିଛି କି ନାହିଁ ସେନେଇ ପୋମ୍ପେଓ କିଛି କହିନାହାନ୍ତି।
କରୋନା ଭାଇରସ୍‌ରେ ବର୍ତ୍ତମାନ ବିଶ୍ୱରେ ପ୍ରାୟ ୩୬ ଲକ୍ଷ ଲୋକ ସଂକ୍ରମିତ ହୋଇଥିବାବେଳେ ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ୱ ଜଣଙ୍କ ଜୀବନ ଗଲାଣି। ଏହି ମହାମାରୀରେ ଚାଇନାର ଭୂମିକାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆକ୍ରମଣାତ୍ମକ ସମାଲୋଚନା କରି ଆସୁଛନ୍ତି। ସୂଚନା ଲୁଚାଇଥିବାରୁ ସେ ବେଜିଂକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ, ଏହି ଦାୟିତ୍ୱହୀନତା ପାଇଁ ଚାଇନା ଉତ୍ତରଦାୟିତ୍ୱ ଗ୍ରହଣ କରିବା ଉଚିତ।
ଏକ ନ୍ୟୁଜ୍‌ ରିପୋର୍ଟ ଅନୁଯାୟୀ, କରୋନା ଭାଇରସ୍‌ର ଉତ୍ପତ୍ତି ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଆମେରିକାର ଗୁପ୍ତଚରମାନଙ୍କୁ ଟ୍ରମ୍ପ୍‌ ନିର୍ଦ୍ଦେଶ ଦେଇଥିଲେ। ବାଦୁଡ଼ି ଓ ଅନ୍ୟାନ୍ୟ ପ୍ରାଣୀ ବିକ୍ରି ହେଉଥିବା ଉହାନ୍‌ର ବଜାରରୁ ଏହି ଭାଇରସ୍‌ ଉତ୍ପନ୍ନ ହୋଇଥିବା ପ୍ରଥମେ କୁହାଯାଉଥିଲା। କିନ୍ତୁ ଏବେ ଉକ୍ତ ଭାଇରସ୍‌ ଉହାନ୍‌ର ରିସର୍ଚ୍ଚ ଲାବରେଟୋରି ହିଁ ବ୍ୟାପିଥିବା ସନ୍ଦେହ କରାଯାଉଛି।
ବୈଜ୍ଞାନିକମାନଙ୍କ ବ୍ୟାପକ ମତ ଅନୁଯାୟୀ କୋଭିଡ୍‌-୧୯ ଭୂତାଣୁ ମଣିଷ ଦ୍ୱାରା ନିର୍ମିତ ହୋଇନାହିଁ କିମ୍ବା ତାହାକୁ ଅନୁବଂଶିକ ରୂପରେ ବିକଶିତ କରାଯାଇ ନାହିଁ ବୋଲି ଗତ ଗୁରୁବାର ଆମେରିକାର ଇଣ୍ଟେଲିଜେନ୍ସ କମ୍ୟୁନିଟି ଏକ ବିବୃତି ଦେଇଥିଲା। ପୂର୍ବରୁ ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସିର ନିର୍ଦ୍ଦେଶକ ଥିବା ପୋମ୍ପେଓ ଏବିସି ସହ କଥାବାର୍ତ୍ତାବେଳେ ଏହି ବିବୃତି ସହ ଏକମତ ହୋଇଥିଲେ। କିନ୍ତୁ ଉହାନ୍‌ ଲାବ୍‌ରୁ କରୋନା ଭାଇରସ୍‌ର ଉତ୍ପତ୍ତି ହୋଇଥିବାର ଗୁରୁତ୍ୱପୂର୍ଣ୍ଣ ଏବଂ ପକ୍କା ପ୍ରମାଣ ଥିବା ଦର୍ଶାଇ ପୋମ୍ପେଓ ଟ୍ରମ୍ପ୍‌ଙ୍କଠାରୁ ବି କଥା ଆଗକୁ ବଢ଼ାଇଛନ୍ତି। ଚାଇନା ବିଶ୍ୱକୁ ସଂକ୍ରମିତ କରିବା ଏବଂ ନିକୃଷ୍ଟ ଲାବରେଟୋରି ଚଳାଇବାର ଇତିହାସ ରହିଛି। ମୁଁ ଭାବୁଛି ସମଗ୍ର ବିଶ୍ୱ ବର୍ତ୍ତମାନ ଏହା ଦେଖିପାରିବ ଏବଂ ମନେରଖିବ ବୋଲି ପୋମ୍ପେଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri