ଉହାନ୍‌ରେ ହେବ ସମସ୍ତଙ୍କ କରୋନା ଟେଷ୍ଟ

ଉହାନ୍‌, ୧୩ା୫: ମହାମାରୀ କରୋନା ଏବେ ବିଶ୍ୱବାସୀଙ୍କୁ ଆତଙ୍କିତ କରି ରଖିଛି। ଚାଇନାରେ ଏହି ଭୂତାଣୁ କିଛିଟା ନିୟନ୍ତ୍ରଣକୁ ଆସିଥିଲେ ହେଁ ସମ୍ପୂର୍ଣ୍ଣ ଭାବେ ଏହାକୁ ଦୂର କରାଯାଇ ପାରିନାହିଁ। ଉହାନ୍‌ ସହରରେ କିଛି ସପ୍ତାହ ପରେ ପୁଣି ଏହି ଭୂତାଣୁ ଚିହ୍ନଟ ହୋଇଛି। ଫଳରେ ସମସ୍ତ ସହରବାସୀ(୧୧ ନିୟୁତ)ଙ୍କୁ କରୋନା ଟେଷ୍ଟ କରାଯିବା ଲାଗି ପ୍ରଶାସନ ପକ୍ଷରୁ ଯୋଜନା କରାଯାଇଛି। ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ଅଧିକାରୀମାନେ ସେମାନଙ୍କ ରିପୋର୍ଟ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଫଳରେ ସମସ୍ତ ସହରବାସୀଙ୍କ ନ୍ୟୁକ୍ଲିକ୍‌ ଏସିଡ୍‌ ଟେଷ୍ଟ କରାଯାଇପାରିବ। ଏହି ଟେଷ୍ଟ ଲାଗି ପ୍ରତ୍ୟେକ ଜିଲା ପ୍ରଶାସନ ୧୦ ଦିନ ମଧ୍ୟରେ ଯୋଜନା ପ୍ରସ୍ତୁତ କରିିବାକୁ କୁହାଯାଇଛି। ତେବେ କେବେଠାରୁ ଏହି ଟେଷ୍ଟ କରାଯିବ, ସେ ନେଇ ସଠିକ୍‌ ଭାବେ କିଛି ଦର୍ଶାଯାଇ ନାହିଁି।
କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ବୋଲି କୁହାଯାଉଥିବା ଚାଇନାର ଉହାନ୍‌ ସହର ୭୬ ଦିନର ଲକ୍‌ଡାଉନ୍‌ ପରେ ଏପ୍ରିଲ ୮ରେ ଖୋଲିଥିଲା। କିଛିଦିନ ସ୍ଥିତି ସ୍ବାଭାବିକ ରହିବା ସହ କୌଣସି ଭୂତାଣୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ନ ଥିଲା। କୌଣସି ନୂଆ ମାମଲା ନ ଥିବାବେଳେ ସହରବାସୀ ଆଶ୍ୱସ୍ତ ହୋଇଥିଲେ। ହେଲେ ଗତ ରବିବାରଠାରୁ ଡୋଙ୍ଗ୍‌ଜିହୁ ଜିଲାରେ ୬ ମାମଲା ନଜରକୁ ଆସିବା ପରେ ପୁଣି ଆତଙ୍କ ଖେଳିଯାଇଛି। ଏହା ଚିନ୍ତାର କାରଣ ହୋଇଥିଲେ ହେଁ ସମସ୍ତ ସହରବାସୀଙ୍କ କରୋନା ଟେଷ୍ଟ କରିବାର ଆବଶ୍ୟକତା ନାହିଁ ବୋଲି ଚାଇନିଜ୍‌ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନ୍‌ସନ୍ସର ମୁଖ୍ୟ ଇପିଡେମିଓଲୋଜିଷ୍ଟ ଓ୍ବୁ ଜୁନ୍ୟୋଉ କହିଛନ୍ତି। ଚାଇନାରେ ଏବେ ମୋଟାମୋଟି ଭାବେ ଭୂତାଣୁ ନିୟନ୍ତ୍ରଣରେ ଅଛି। ଲକ୍‌ଡାଉନ୍‌ ହଟିବା ପରେ ପୁଣି ଭୂତାଣୁ ଫେରି ଲୋକଙ୍କୁ ସଂକ୍ରମିତ ହେବା କିଛି ନୂଆକଥା ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି। ରୁଷିଆ ସୀମାକୁ ଲାଗିଥିବା ଚାଇନାର ଉତ୍ତର-ପୂର୍ବ ରାଜ୍ୟ ଜିଲିନ୍‌ ଓ ହୈଲଙ୍ଗଜିଆଙ୍ଗରେ କେତେଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହା ଅଧିକ ମାରାତ୍ମକ ରୂପ ଧାରଣ କରିବା ପୂର୍ବରୁ ସମସ୍ତ ସହରବାସୀଙ୍କ କରୋନା ଟେଷ୍ଟ କରାଯିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି। ପ୍ରକାଶଥାଉ କି, କେବଳ ଉହାନ୍‌ରେ କରୋନା ଭୂତାଣୁ ୩,୮୬୯ ଲୋକଙ୍କ ଜୀବନ ନେଇଛି। ସର୍ବପ୍ରଥମେ ଗତ ଡିସେମ୍ବରରୁ ଭୂତାଣୁ ଏହିଠାରୁ ସଂକ୍ରମଣ ଆରମ୍ଭ କରିଥିଲା। ପ୍ରାଣୀଙ୍କଠାରୁ ମଣିଷକୁ ଏହି ଭୂତାଣୁ ଡେଇଁଥିବା ସନ୍ଦେହ କରାଯାଉଛି। ଉହାନ୍‌ର ଏକ ମାର୍କେଟରୁ ଏହି ଭୂତାଣୁ ଚାରିଆଡ଼େ ବ୍ୟାପିଥିବା ବୈଜ୍ଞାନିକମାନେ ବିଶ୍ୱାସ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri