Posted inଜାତୀୟ

୩ ଆସନରେ କଂଗ୍ରେସ, ଗୋଟିଏରେ ଭାଜପା

ନୂଆଦିଲ୍ଲୀ, ୨ା୩: ମହାରାଷ୍ଟ୍ରର ୨ ବିଧାନସଭା ଆସନ ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ତାମିଲନାଡୁର ଗୋଟିଏ ଲେଖାଏ ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ଗୁରୁବାର ପ୍ରକାଶ ପାଇଛି। କଂଗ୍ରେସକୁ ୩ଟି ଆସନ ମିଳିଥିବା ବେଳେ ଗୋଟିଏରେ ଭାଜପା ଏବଂ ଅନ୍ୟ ଆସନରେ ଏଜେଏସ୍‌ୟୁ-ପି ବିଜୟୀ ହୋଇଛି। ସାଗରଦିଘି ଆସନରେ କଂଗ୍ରେସ ବିଜୟୀ ହେବା ସହ ପଶ୍ଚିମବଙ୍ଗ ବିଧାନସଭାରେ ଖାତା ଖୋଲିଛି। ଏହି ଆସନ ଲାଗି ହୋଇଥିବା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବେରୋନ୍‌ ବିଶ୍ୱାସ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଟିଏମ୍‌ସି ପ୍ରାର୍ଥୀ ଦେବାଶିଷ ବାନାର୍ଜୀଙ୍କୁ ୨୨,୯୮୬ ଭୋଟରେ ପରାସ୍ତ କରିଛନ୍ତି। ୧୬ ରାଉଣ୍ଡ ଶେଷ ସୁଦ୍ଧା ବିଶବାସ ୮୭,୬୬୭ ଖଣ୍ଡ ଭୋଟ ପାଇଥିବାବେଳେ ଦେବାଶିଷଙ୍କୁ ୬୪,୬୮୧ ଭୋଟ ମିଳିଥିଲା। ସେହିପରି ମହାରାଷ୍ଟ୍ରର କସ୍‌ବା ଆସନ କଂଗ୍ରେସକୁ ଯାଇଥିବା ବେଳେ ଚିଞ୍ଚଓ୍ବାଡ୍‌ରେ ଭାଜପା ବିଜୟୀ ହୋଇଛି। ଚିଞ୍ଚଓ୍ବାଡ୍‌ରେ ଭାଜପା ପ୍ରାର୍ଥୀ ଅଶ୍ୱିନ ଜଗତପ ଏନ୍‌ସିପି ପ୍ରାର୍ଥୀ ନାନା କାଟେଙ୍କୁ ୩୬ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ପରାଜିତ କରିଛନ୍ତି। କସ୍‌ବା ଆସନରେ କଂଗ୍ରେସ ପ୍ରାର୍ଥୀ ରବୀନ୍ଦ୍ର ଧନଗେକର ଭାଜପାର ହେମନ୍ତ ରାସାନେଙ୍କୁ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ତାମିଲନାଡୁର ଏରୋଡେ ଇଷ୍ଟ ଆସନ ଶାସକ ଡିଏମ୍‌କେ ନେତୃତ୍ୱାଧୀନ ଧର୍ମନିରପେକ୍ଷ ପ୍ରଗତିଶୀଳ ମେଣ୍ଟ ବଜାୟ ରଖିଛି। ଉକ୍ତ ଆସନରୁ ପ୍ରାର୍ଥୀ ହୋଇଥିବା କଂଗ୍ରେସର ଇଭିକେଏସ୍‌ ଏଲାନଗୋଭାନ ଏଆଇଏଡିଏମ୍‌କେ ପ୍ରାର୍ଥୀ କେ.ଏସ୍‌. ଥେନ୍ନାରାସୁଙ୍କୁ ପ୍ରାୟ ୬୬,୦୦୦ ଭୋଟରେ ପରାସ୍ତ କରିଛନ୍ତି। ଏଲାନଗୋଭାନଙ୍କୁ ୧.୧୦ ଲକ୍ଷରୁ ଅଧିକ ଭୋଟ ମିଳିଛି। ଅନ୍ୟପକ୍ଷରେ ଝାଡ଼ଖଣ୍ଡର ରାମଗଡ ଆସନରେ ହୋଇଥିବା ଉପନିର୍ବାଚନରେ ଏଜେଏସ୍‌ୟୁ-ପି ପ୍ରାର୍ଥୀ ସୁନିତା ଚୌଧରୀ ବିଜୟୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କ ପରିଚୟ ଗୋପନ ରଖିବେ ଡାକ୍ତର

ନୂଆଦିଲ୍ଲୀ,୧।୧୦(ପି.ଟି.): ସହମତିରେ ଯୌନ ସମ୍ପର୍କ ରଖିଥିବା ନାବାଳିକା ଗର୍ଭପାତ କରାଇବାକୁ ଚାହୁଁଥିଲେ ଡାକ୍ତରମାନେ ସେମାନଙ୍କ ପରିଚୟ ସ୍ଥାନୀୟ ପୋଲିସକୁ ନ ଦେବା ପାଇଁ ସୁପ୍ରିମକୋର୍ଟ କହିଛନ୍ତି।...

ରାତି ଅନ୍ଧାରରେ ଭୁଶୁଡ଼ିଲା ୪ ମହଲା କୋଠା

ମୁମ୍ବାଇ, ୧୮।୮: ଦେଶର ଆର୍ଥିକ ସହର ବଲିଉଡ୍‌ର ବାନ୍ଦ୍ରାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ୪ ମହଲା କୋଠାଘର ଭୁଶୁଡ଼ି ପଡ଼ିଛି। କୋଠାଘରେ...

ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୩: ଭାରତ-ଜାପାନ ବାର୍ଷିକ ଶିଖର ସମ୍ମଳନୀରେ ଯୋଗ ଦେବା ପାଇଁ ଶନିବାର ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା। ଏହି ଅବସରରେ...

ଉଦ୍ଧବଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ମୁମ୍ବାଇ,୨୭।୭: ମହାରାଷ୍ଟ୍ର ରାଜନୀତିରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଭିନ୍ନ ଏକ ସଫଳତା ହାସ କରିଛନ୍ତି ବୋଲି କୁହାଯାଏ। ଉଦ୍ଧବଙ୍କ ପିତା ତଥା ଶିବସେନାର ସଂସ୍ଥାପକ...

କେରଳ ବିଧାନସଭା: ପ୍ରବଳ ହଟ୍ଟଗୋଳ ମଧ୍ୟରେ ସିଏଏ ବିରୋଧରେ ପ୍ରସ୍ତାବ ପାଠ କଲେ ରାଜ୍ୟପାଳ

ଥରୁଭାନନ୍ତପୁରମ୍‌,୨୯।୧: କେରଳ ବିଧାନସଭା ବଜେଟ୍‌ ଅଧିବେଶନ ବୁଧବାରଠାରୁ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ରାଜ୍ୟପାଳ ଆରିଫ୍‌ ଅହମ୍ମଦ୍‌ ଖାଁ ସିଏଏ...

ୟୁପିରେ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବ ଏନ୍‌ସିପି, ଗୋଆରେ କଂଗ୍ରେସ-ଟିଏମ୍‌ସି ସହ ଚାଲିଛି କଥାବାର୍ତ୍ତା: ପାୱାର

ମୁମ୍ବାଇ,୧୧ ।୧: ପାଖେଇ ଆସୁଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମୟ । ଏହାରି ଭିତରେ ମଙ୍ଗଳବାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱାର...

ଗରିବଙ୍କୁ ସର୍ବନିମ୍ନ ଆୟ ପ୍ରତିଶ୍ରୁତି

କୋଲକାତା,୧୮।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛନ୍ତି। ଏଥିରେ ପଛୁଆ ବର୍ଗର ଲୋକମାନଙ୍କ ଲାଗି ବାର୍ଷିକ...

ଦ୍ୱିତୀୟ ଇନିଂସ୍‌ର ୪ର୍ଥ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଇ-ସିଗାରେଟ୍‌ଠାରୁ ଦୂରେଇ ରହିବାକୁ ମୋଦି ଦେଲେ ପରାମର୍ଶ

ନୂଆଦିଲ୍ଲୀ,୨୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ୍‌ର ୪ର୍ଥ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ରବିବାର ଅଲ୍‌ ଇଣ୍ଡିଆ ରେଡ଼ିଓ ଦ୍ୱାରା ପ୍ରସାରିତ ହୋଇଛି। ପ୍ରଧାନମନ୍ତ୍ରୀ...

Advertisement
Archives

Model This Week