ଉପୁଜିପାରେ ମାନ୍ଦାବସ୍ଥା ସ୍ଥିତି

ନୂଆଦିଲ୍ଲୀ,୨୫।୫: କରୋନା ଭୂତାଣୁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାର ଗତିକୁ ରୋକି ଦେଇଛି। ଭୂତାଣୁ ନିୟନ୍ତ୍ରଣ କରିବା ଲାଗି ହୋଇଥିବା ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ବନ୍ଦ ହୋଇପଡିଛି। ଏହାର ପ୍ରଭାବ ଭାରତ ଉପରେ ପଡ଼ିଛି। ଭାରତ ବଜାର ଜଟିଳ ହେଉଥିବା ବଜାର ବିଶେଷଜ୍ଞ ଆଶଙ୍କା କରିଛନ୍ତି। ଭାରତ ବଜାର ଲାଗି ମାନ୍ଦାବସ୍ଥା ମାଡି ଆସୁଥିବା ଆଶଙ୍କା କରାଯାଇଛି। ଚଳିତ ଆର୍ଥତ୍କ ବର୍ଷ ତୃତୀୟ ତ୍ରୈମାସରେ ଭାରତ ମାନ୍ଦାବସ୍ଥାକୁ ଯାଇପାରେ। ଡନ୍‌ ଆଣ୍ଡ ବ୍ରାଡ୍‌ଷ୍ଟ୍ରିଟ ପକ୍ଷରୁ ହୋଇଥିବା ଆର୍ଥତ୍କ ସମୀକ୍ଷାରେ ଏଭଳି ପୂର୍ବାନୁମାନ କରାଯାଇଛି।
ରିପୋର୍ଟରେ କୁହାଯାଇଛି ଯେ, ବର୍ତ୍ତମାନ ଲୋକଙ୍କ ଆୟ କମିଛି। କରୋନା ପାଇଁ କଳକାରଖାନା ବନ୍ଦ ରହିବାରୁ ଅନେକ ଲୋକ ନିଯୁକ୍ତି ହରାଇଛନ୍ତି। ବୃହତ୍‌ ପରିମାଣର ଛଟେଇ ସାମ୍ନାକୁ ଆସିଛି। ବଜାର ଅବସ୍ଥା ବିଗିଡି ରହିଥିବାରୁ ଉପଭୋକ୍ତାମାନେ ପୂର୍ବ ତୁଳନାରେ ବର୍ତ୍ତମାନ ଅଧିକ ସତର୍କତା ଅବଲମ୍ବନ କରୁଛନ୍ତି। ବଜାରର ଏଭଳି ସ୍ଥିତି ଅଧିକ ସମୟ ଧରି ଲାଗି ରହିବ। ଖାଉଟି ଚାହିଦାରେ ସୁଧାର ଆସିବାକୁ ବହୁତ ସମୟ ଲାଗିବ। କରୋନା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ସରକାର ୨୦ ଲକ୍ଷ କୋଟି ଟଙ୍କାର ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି। କେତେ ଶୀଘ୍ର ଏହା କାର୍ଯ୍ୟକାରୀ ହେଉଛି ତାହା ମଧ୍ୟ ଦେଖିବାକୁ ହେବ। ଏଭଳି ପ୍ରସଙ୍ଗଗୁଡିକ ବଜାରର ସ୍ଥିତିରେ ସୁଧାର ଆଣିବା ଦିଗରେ ଯୋଗଦାନ ରଖିବ ବୋଲି ଏଥିରେ କୁହାଯାଇଛି। ଅର୍ଥାତ୍‌ ମୋଟାମୋଟି ଭାବେ କହିବାକୁ ଗଲେ ଆଶ୍ୱସ୍ତି ପ୍ୟାକେଜ ବଜାର ଉପରେ କ’ଣ ପ୍ରଭାବ ପକାଉଛି ତାହା ଗୁରୁତ୍ୱପୂର୍ଣ୍ଣ।
ଡନ୍‌ ଆଣ୍ଡ ବ୍ରାଡ୍‌ଷ୍ଟ୍ରିଟ୍‌ ଇଣ୍ଡିଆର ମୁଖ୍ୟ ଅର୍ଥନୀତିଜ୍ଞ ଅରୁଣ ସିଂ କହିଛନ୍ତି ଯେ, ଭାରତ ପାଇଁ ଆସିଥିବା ପ୍ରୋତ୍ସାହନ ପ୍ୟାକେଜ ମୁଖ୍ୟତଃ ୩ଟି ପ୍ରସଙ୍ଗ ଉପରେ ନିର୍ଭରକରେ। ଲକ୍‌ଡାଉନ ହଟାଇବା ଅବଧି, ପ୍ୟାକେଜର କାର୍ଯ୍ୟାନ୍ବୟନ କ୍ଷମତା ଏବଂ ଏଥିରେ ଲାଗୁଥିବା ସମୟ ପ୍ରମୁଖ ଭୂମିକା ଗ୍ରହଣ କରିବ। ରିପୋର୍ଟରେ କୁହାଯାଇଛି ଯେ, ପ୍ୟାକେଜରେ ସରକାର କରିଥିବା ଘୋଷଣା ଦ୍ୱାରା ଭାରତରେ ଆର୍ଥତ୍କ କାର୍ଯ୍ୟକଳାପ ପୁଣି ଥରେ ଆରମ୍ଭ କରିବା ଲାଗି ସହାୟକ ହେବ। ସେହିଭଳି ରିଜର୍ଭ ବ୍ୟାଙ୍କର ରେପୋ ହ୍ରାସ ମୋରାଟୋରିୟମ ସମୟ ବୃଦ୍ଧି ଅର୍ଥ ବ୍ୟବସ୍ଥା ଲାଗି ଲାଭକାରୀ ହେବ। ସିଂ କହିଛନ୍ତି, ସରକାରଙ୍କ ବିଭିନ୍ନ ଘୋଷଣା ସକାରାତ୍ମକ । ହେଲେ ଭାରତ ବଜାର ଲାଗି ଚାହିଦା ବଢ଼ାଇବାର ବିଶେଷ ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ ଖେଳିଲେ ବଡ଼ ଗେମ୍! ୪୮ ଘଣ୍ଟା ପରେ ଖୋଲିଲା ହର୍ମୁଜ୍ ପ୍ରଣାଳୀ

ଓ୍ବାଶିଂଟନ୍‌,୧୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀରେ ଅବରୋଧ ହଟାଇବା ନେଇ ଘୋଷଣା କରିଛନ୍ତି। ଏକ ବିବୃତ୍ତିରେ ଟ୍ରମ୍ପ କହିଛନ୍ତି, “ଆମେ ଏବେ ଏହାକୁ ସମ୍ପୂର୍ଣ୍ଣ…

PNB ଗ୍ରାହକ ଆଲର୍ଟ! କାଲିଠୁ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଆକାଉଣ୍ଟ, ଲିଷ୍ଟରେ ଅଛି କି ନାଁ…

ନୂଆଦିଲ୍ଲୀ,୧୫।୪: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଅପଡେଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ…

ଚିନ୍ତା ବଢ଼ାଇଲା ରିପୋର୍ଟ, ଆଗାମୀ ୩-୪ ବର୍ଷ ପାଇଁ ଲାଗି ରହିପାରେ ଗ୍ୟାସ୍ ଅଭାବ!

ନୂଆଦିଲ୍ଲୀ,୧୫।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁଁ ଭାରତ ସହ ଅନେକ ଦେଶରେ ଗ୍ୟାସର ଅଭାବ ଦେଖାଦେଇଛି । ଦେଶକୁ ଆଗାମୀ ତିନିରୁ ଚାରି ବର୍ଷ ପାଇଁ ଏହି ଚ୍ୟାଲେଞ୍ଜର…

ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ,ଏପରି କରନ୍ତୁ ଚେକ୍

ନୂଆଦିଲ୍ଲୀ,୧୫।୪: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା  ଫଳାଫଳ ପ୍ରକାଶ ପାଇଛି । ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ବର୍ତ୍ତମାନ UMANG ଆପରେ…

ଆଇନମନ୍ତ୍ରୀଙ୍କ ଘୋଷଣା, ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାରେ ହେବ ବଡ଼ ପରିବର୍ତ୍ତନ

ଭୁବନେଶ୍ବର,୧୫।୪: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବଡ଼ ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବଦଳିବ ଦର୍ଶନ ବ୍ୟବସ୍ଥା । ଖୁବଶୀଘ୍ର ସ୍ଲଟ ବୁକିଂ ମାଧ୍ୟମରେ…

ରାଘବ ଚଢାଙ୍କୁ କେନ୍ଦ୍ର ଦେଲା ‘Z’ ସିକ୍ୟୁରିଟି, ଏଏପିକୁ ଝଟ୍‌କା

ନୂଆଦିଲ୍ଲୀ,୧୫।୪: ପଞ୍ଜାବର ଆମ ଆଦମୀ ପାର୍ଟି (ଆପ) ସରକାର ରାଘବ ଚଢାଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଛି, ଯାହା ପରେ କେନ୍ଦ୍ର ସରକାର ତାଙ୍କୁ ‘Z’ ବର୍ଗର ସୁରକ୍ଷା…

ମୋଦିଙ୍କ ସହ କଥା ହେବା ପରେ ପାକିସ୍ତାନକୁ ଜୋରଦାର ଝଟ୍‌କା ଦେଲା ଆମେରିକା, ବିଶ୍ୱରେ ଚହଳ!

ଓ଼୍ବାଶିଂଟନ,୧୫।୪: ଆମେରିକା ହର୍ମୁଜ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିବା ଦୁଇଟି ପାକିସ୍ତାନୀ ଜାହାଜକୁ ଫେରାଇ ଦେଇଛି। ଏହାକୁ ପାକିସ୍ତାନ ପାଇଁ ଏକ ବଡ଼ ବିପର୍ଯ୍ୟୟ ଭାବରେ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri